ପାଣିକୋଇଲି : ଗତ ଜୁଲାଇ ୫ ତାରିଖ ପାଣିକୋଇଲି ଥାନା ଗୋଳେଇପୁର ପଂଚାୟତର ଶଗଡି ଶାଳପଡା ଗ୍ରାମର ଜୈନିକ ଯୁବତୀ ଭୋରୁ ବାହାର ପଡିଆକୁ ଶୌଚ ପାଇଁ ଯାଇଥିବା ବେଳେ ରାମପୁର ଶଗଡି ଗ୍ରାମର ମିର୍ଜ୍ଜା ମୋସରଫ ବେଗଙ୍କ ପୁଅ ମିର୍ଜ୍ଜା ଗାଲିଫ ବେଗ ଓରଫ କୁନୁ (୨୩) ଏକ ସାଇକେଲରେ ଆସି ସେଠାରେ ପହଂଚି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ପାଟି ଶୁଣି ଅନ୍ୟ ଜଣେ ମହିଳା ସେଠାରେ ପହଂଚିଯିବାରୁ କୁନୁ ତାକୁ ମାଡମାରି ସାଇକେଲ ଛାଡି ଦୌଡି ପଳାଇଥିଲା । ଏନେଇ ପିଡିତା ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ୧୪୮/୨୦ ରୁଜ୍ଜୁ କରି ଯୁବତୀର ବୟାନ ରେକର୍ଡ କରିବା ପରେ ଅଭିଯୁକ୍ତକୁ ଗିରଫ ପାଇଁ ତଦନ୍ତ ଜାରି ରଖିଥିଲା । ବଳାତ୍କାର ପରେ ପୁଲିସ ଆଖିରେ ଧୂଳିଦେଇ ଫେରାର ହୋଇଥିବା ବଳାତ୍କାରୀ ଯୁବକ କୁନୁ ଗତ ୬ ତାରିଖ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇ କଟକର ରାଣିହାଟସ୍ଥିତ ରୋହିଣୀ ନାମକ ଏକ ଘରୋଇ ହସ୍ପିଟାଲରେ ଚିକସôିତ ହେଉଥିବା ଜାଣି ପୁଲିସ ତା ଉପରେ କଡା ନଜର ରଖିଥିଲା । ଆତ୍ମହତ୍ୟା ଉଦ୍ୟମ ପରେ ତାକୁ ପ୍ରଥମେ କୋରାଇ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଯାଜପୁର ମୁଖ୍ୟ ଚିକିସôାଳୟରେ ଭର୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ କଟକର ଏକ ଘରୋଇ ଚିକିସôାଳୟରେ ଭର୍ତି କରାଯାଇ ଚିକିସôା କରାଯାଇଥିଲା । ଗତ ୧୭ ତାରିଖ ହସ୍ପିଟାଲରୁ ଡିସଚାର୍ଯ୍ୟ ହେବା କ୍ଷଣି ତାକୁ ଗିରଫ ପରେ ଥାନାକୁ ଅଣାଯାଇଥିଲା । ଏନେଇ ମାମଲା ୧୪୮/୨୦ ଦଫା ୩୭୬, ୩୨୩ ଆଇପିସିରେ କୋର୍ଟ ଚାଲାଣ କରାଯାଇଛି ।