Odisha news

ଏହିସବୁ ଆମିଷ ଓ ନିରାମିଷ ଖାଦ୍ୟରେ ରହିଥାଏ ହାଇ କୋଲେଷ୍ଟ୍ରଲ, ଯଥା ଶୀଘ୍ର ଦୂରେଇ ଯିବା ଆବଶ୍ୟକ

0

* ଅଣ୍ଡା କେଶର –
ଅଣ୍ଡା କେଶର ରେ ଉଚ ମାତ୍ରାରେ କୋଲେଷ୍ଟ୍ରଲ ରହିଥାଏ l ତେଣୁ ଆପଣ କୋଲେଷ୍ଟ୍ରଲ ଠାରୁ ଦୁରେଇ ରହିବା ପାଇଁ କଦାପି ଅଣ୍ଡା କେଶର ସେବନ କରିବେ ନାହିଁ l ଏହା ଆପଣଙ୍କ ରକ୍ତଚାପ ମଧ୍ୟ ବୃଦ୍ଧି କରିଥାଏ l

* ଛେଳି କିମ୍ବା କୁକୁଡ଼ା ଲିଭର –
କିଛି ଲୋକ ଥାଆନ୍ତି ଯେଉଁମାନେ ଛେଳି କିମ୍ବା କୁକୁଡ଼ା ଙ୍କ ଲିଭର ଖାଇବାକୁ ପସନ୍ଦ କରି ଥାଆନ୍ତି l କିନ୍ତୁ ଏହା ଶରୀର ପକ୍ଷରେ କ୍ଷତି କାରକ ହୋଇଥାଏ l ଆମେରିକାନ ହାର୍ଟ ଆସୋସିଏସନ ଅନୁସାରେ କୁକୁଡ଼ା ଓ ଛେଳି ର ଲିଭର ପାଟି ପାଇଁ ସୁସ୍ୱାଦୁ ହୋଇଥିଲେ ମଧ୍ୟ ଶରୀର ପାଇଁ ଠିକ ନୁହେଁ l

* ଲହୁଣୀ ବା ବଟର –
ପ୍ରତିଟି ଭାରତୀୟ ଖାଦ୍ୟରେ ବଟର ପ୍ରାୟ ବ୍ୟବହାର ହୋଇଥାଏ l କିନ୍ତୁ ଯେବେବି ଆପଣ ବଟର ସେବନ କରୁଛନ୍ତି ସୀମିତ ମାତ୍ରାରେ କରନ୍ତୁ ଅଧିକ ମାତ୍ରାରେ ସେବନ କରିବା ହୋଇ ପରେ କ୍ଷତିକାରକ l

* ଚିଙ୍ଗୁଡ଼ି –
ଚିଙ୍ଗୁଡ଼ି ଗୋଟିଏ ସି ଫୁଡ ଭାବରେ ସମସ୍ତେ ପସନ୍ଦ କରନ୍ତି l କିନ୍ତୁ ଏହା ପାଟିକୁ ସ୍ୱାଦିଷ୍ଟ ଲାଗିଥିଲେ ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ l ତେଣୁ ଏହାକୁ ସୀମିତ ମାତ୍ରାରେ ସେବନ କରିବା ଉଚିତ l

* ଚିକେନ –
ଆଜିକାଲି ସମସ୍ତେ ବ୍ରଏଲର କୁକୁଡ଼ା ଖାଇବାକୁ ପସନ୍ଦ କରୁଛନ୍ତି l କିନ୍ତୁ ଏହା ଶରୀର ପକ୍ଷରେ କ୍ଷତିକାରକ ହୋଇଥାଏ l ବ୍ରଏଲର ଚିକେନ ଅଧିକ ମାତ୍ରାରେ ଚର୍ବି ଯୁକ୍ତ ହୋଇଥାଏ l ତେଣୁ ଏହା କୋଲେଷ୍ଟ୍ରଲ ବଢାଇବାରେ ସାହାଯ୍ୟ କରିଥାଏ l

* ପନିର –
ପନିର ପ୍ରୋଟିନ ର ଗୋଟିଏ ସାକାହାରୀ ସ୍ରୋତ ଅଟେ ଓ ତା ସହିତ କ୍ୟାଲସିୟମ ମଧ୍ୟ ଭରି ରହିଥାଏ l କିନ୍ତୁ ଏହା କୋଲେଷ୍ଟ୍ରଲ ଅଧିକ ମାତ୍ରାରେ ରହିଥାଏ l ତେଣୁ ପନିର ସୀମିତ ମାତ୍ରାରେ ସେବନ କରିବା ଆବଶ୍ୟକ l

* ଆଇସକ୍ରିମ –
ଗୋଟିଏ କପ ଆଇସକ୍ରିମ ରେ ବର୍ଗର ତୁଳନାରେ ଅଧିକ ମାତ୍ରାରେ କୋଲେଷ୍ଟ୍ରଲ ରହିଥାଏ l ତେଣୁ ଆପଣ ଆଇସକ୍ରିମ ସ୍ଥାନରେ କିଛିଟା ଫଳ ସେବନ କରି ପାରିବେ l ଯେଉଁଥିରେ ଫାଇବର, ଆଇରନ ଓ କ୍ୟାଲସିୟମ ଭରପୁର ମାତ୍ରାରେ ପାଇବେ l

Leave A Reply