କେବେ ମ୍ୟାଗି ଖାଇ ନିଜ ଭୋକ ମେଣ୍ଟାଉଥିବା ହାର୍ଦ୍ଧିକ ପାଣ୍ଡିଆ ବର୍ତମାନ ୨ମାସ IPL ଖେଳି ରୋଜଗାର କରିଛନ୍ତି କୋଟୀ କୋଟୀ ଟଙ୍କା
ଟିମ ଇଣ୍ଡିଆ ର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡିଆ ସବୁବେଳେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ଚର୍ଚାରେ ରହି ଥାଆନ୍ତି l ରିପୋର୍ଟର୍ସ ଙ୍କ ସୂଚନା ଅନୁସାରେ ହାର୍ଦ୍ଧିକ ପାଣ୍ଡିଆ ଓ ତାଙ୍କ ପତ୍ନୀ ନତାସା ଙ୍କ ମଧ୍ୟରେ କିଛି ଠିକ ଚାଲିନାହିଁ l ସୂଚନା ଯୋଗ୍ୟ ଯେ ଉଭୟଙ୍କ ମଧ୍ୟରେ ଖୁବ ଶୀଘ୍ର ବିବାହ ବିଚ୍ଛେଦ ହେବାକୁ ଯାଉଛି l ହାର୍ଦ୍ଧିକ ଙ୍କର କ୍ରିକେଟ କୁ ନେଇ ଯାତ୍ରା ଖୁବ ସଂଘର୍ଷ ପୁର୍ଣ ରହିଥିଲା l ଭାରତୀୟ ଦଳରେ ଖେଳିବା ତାଙ୍କ ପକ୍ଷରେ ସହଜ ନଥିଲା l
ହାର୍ଦ୍ଧିକ ଓ କୁନାଲ ଙ୍କର ସ୍ୱାଗତ ପିତା ହିମାଂଶୁ ପାଣ୍ଡିଆ ଙ୍କର କ୍ରିକେଟ ପ୍ରତି ଖୁବ ଦୁର୍ବଳତା ଥିଲା l ସେ ୨ପୁଅ ଙ୍କୁ କ୍ରିକେଟ ଖେଳିବାକୁ ଦେଖିବାକୁ ଚାହୁଁଥିବା କାରଣରୁ ନିଜର କାର ଫାଇନାନ୍ସ କମ୍ପାନୀ କୁ ବରୋଦା ସିଫ୍ଟ କରି ଆଣିଥିଲେ l ଯେତେବେଳେ ସେ ବରୋଦା ସିଫ୍ଟ ହେଇ ଆସିଲେ ହାର୍ଦ୍ଧିକ ଙ୍କ ବୟସ ୫ବର୍ଷ ଓ କୁନାଲ ଙ୍କ ବୟସ ୭ବର୍ଷ ଥିଲା L ଏହାପରେ ସେ ନିଜ ୨ପୁଅ ଙ୍କୁ କିରଣ ମୋରେ କ୍ରିକେଟ ଏକାଡେମୀ ରେ ଆଡ଼ମିସନ କରାଇଲେ l ହାର୍ଦ୍ଧିକ ପାଣ୍ଡିଆ ଗୋଟିଏ ଭଲ ସ୍ଟୁଡେଣ୍ଟ ନଥିବା କାରଣରୁ ନବମ ଶ୍ରେଣୀ ରେ ଫେଲ ହୋଇଗଲେ , ଏବଂ ଗୋଟିଏ ସାକ୍ଷାତକାର ରେ ହାର୍ଦ୍ଧିକ କହିଥିଲେ ପଇସା ଅଭାବ କାରଣରୁ ଦିନକୁ ୨ଥର ମ୍ୟାଗି ଖାଉଥିଲେ l
ଏବଂ କ୍ରିକେଟ କୀଟ ଅନ୍ୟ ମାନଙ୍କ ନିକଟରୁ ମାଗି ବ୍ୟବହାର କରୁଥିଲେ l ୨୦୧୧ ରେ ହାର୍ଦ୍ଧିକ ଙ୍କ ପିତାଙ୍କୁ ଗୋଟିଏ ରାତିରେ ଦୁଇଥର ହାର୍ଟ ଆଟାକ ଆସିଲା, ଯେଉଁ କାରଣରୁ ତାଙ୍କୁ ଚାକିରୀ ଛାଡିବାକୁ ପଡିଲା l ଘରର ଆର୍ଥିକ ସ୍ଥିତି ମଧ୍ୟ ଭଲ ନଥିଲା l କିନ୍ତୁ ଧୀରେ ଧୀରେ ସମୟ ଗଡିବାକୁ ଲାଗିଲା ଏବଂ ଦୁଇଭାଇ କ୍ରିକେଟ ଜଗତ ରେ ଇତିହାସ ସୃଷ୍ଟି କଲେ l ହାର୍ଦ୍ଧିକ ୨୦୨୪ ଆଇପିଏଲ ରେ ମୁମ୍ବାଇ ଇଣ୍ଡିଆନ ର ଅଧିନାୟକ ରହିଥିଲେ. ଚଳିତ ଥର ଆଇପିଏଲ ରେ ହାର୍ଦ୍ଧିକ ଙ୍କ ଆୟ ୧୫ କୋଟି ଥିଲା l ଏବଂ ଲଖନଉ ସୁପର ଜଏଣ୍ଟସ ରେ ଖେଳୁଥିବା କୁନାଲ ଙ୍କ ଆୟ ୮.୨୫ ରହିଥିଲା l