Odisha news

କେବଳ ଖାଇବା ଦ୍ୱାରା ନୁହେଁ ଶୁଙ୍ଘିବା ଦ୍ୱାରା ମଧ୍ୟ ପାନ ମସଲା ଶରୀରରେ କ୍ୟାନ୍ସର ଭୁତାଣୁକୁ ବୃଦ୍ଧି କରିଥାଏ

0

ପାନ ମସଲା ସ୍ୱାସ୍ଥ୍ୟ ପକ୍ଷରେ କ୍ଷତି କାରକ ଜାଣିବା ସତ୍ୱେ ମଧ୍ୟ ଦୁନିଆର ଅଧିକାଂଶ ଲୋକେ ନିୟମିତ ଭାବରେ ପାନ ମସଲା ସେବନ  ଥାଆନ୍ତି l ପାନ ମସଲା, ଗୁଟଖା ଓ ଅନ୍ୟ ତମ୍ବାଖୁ ଯୁକ୍ତ ଜିନିଷ  ଉପରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସୂଚନା ଦିଆଯାଇ ଥାଏ l ଏହା ସତ୍ୱେ ମଧ୍ୟ ଲୋକେ ଏହାକୁ ବିପୁଳ ମାତ୍ରାରେ ସେବନ କରନ୍ତି l ତମ୍ବାଖୁ ଚୂନ , ଖଇର ଓ ଏଭଳି ଅନେକ ପ୍ରକାରର ଜିନିଷ ରେ ପ୍ରସ୍ତୁତ ହୋଇଥାଏ l ଏବଂ ଏହାକୁ ସେବନ କରିବା ଦ୍ୱାରା ଅନେକ ପ୍ରକାର ରୋଗ ର ଶିକାର ହୋଇ ଥାଆନ୍ତି l

କିପରି ପ୍ରସ୍ତୁତ ହୋଇଥାଏ ପାନ ମସଲା ?
ଆମ ମାନଙ୍କର ସାଧାରଣ ଭାବରେ ଜ୍ଞାନ ରହିଥାଏ ଯେ ଗୁଆ, ଚୁନା, ଖଇର, ଲବଙ୍ଗ ଓ ଗୁଜୁରାତି ରେ ପ୍ରସ୍ତୁତ ହୋଇଥାଏ l କିନ୍ତୁ ଖୁବ କମ ଲୋକ ଜାଣନ୍ତି ଯେ ଏହା ମଧ୍ୟରେ ଅନେକ ପ୍ରକାର କେମିକାଲ ମିଶ୍ରିତ ହୋଇଥାଏ , ଯାହାକି ସ୍ୱାସ୍ଥ୍ୟ ପକ୍ଷରେ ଖୁବ କ୍ଷତିକାରକ ହୋଇଥାଏ l ପାନ ମସଲା ଗୁଡିକରେ କମ୍ପାନୀ ଗୁଡିକ ମଗ୍ନେଶୀୟମ କାର୍ବୋନେଟ ମିଶାଇ ଥାଆନ୍ତି , ଏହାଦ୍ୱାରା ପାନମସଲା ଅଧିକ ଦିନ ଧରି ରହି ପାରିବ l ଏହାଛଡା ପାନମସଲା ପେରାଫିନ ଵ୍ୟାକସ ମିଶ୍ରିତ ହୋଇଥାଏ l ଏହି ଦୁଇଟି ଜିନିଷ କୁ ମିଶାଇ ପାନମସଲା ପ୍ରସ୍ତୁତ ହୋଇଥାଏ l ଯେଉଁଥିରେ କାର୍ସିନୋ ଜେନ୍ସ ରହିଥାଏ l ଯାହାକି କ୍ୟାନ୍ସର କାରଣ ଅଟେ l

କେବଳ ପାନମସଲା ଖାଇବା ନୁହେଁ ଏହାକୁ ଶୁଙ୍ଘିବା ମଧ୍ୟ ଶରୀର ପକ୍ଷରେ କ୍ଷତି କାରକ –
ପାନ ମସଲା ପ୍ରସ୍ତୁତ କରିବା ସମୟରେ ସେଥିରେ ଅନେକ ପ୍ରକାରର କେମିକାଲଶ ମିଶା ଯାଇଥାଏ ଯାହାର ସିଧାସଳଖ ପ୍ରଭାବ ଶରୀର ଉପରେ ପଡିଥାଏ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯେଉଁ ବ୍ୟକ୍ତି ମାନେ ପାନମସଲ ଫ୍ୟାକ୍ଟ୍ରି ରେ କାର୍ଯ୍ୟ କରି ଥାଆନ୍ତି ସେମାନେ ମଧ୍ୟ ସାଙ୍ଘାତିକ ରୋଗରେ ପୀଡିତ ହୋଇ ଥାଆନ୍ତି l

– ଏଥିରେ ଥିବା ଘାତକ ପଦାର୍ଥ ଶରୀର କୁ କ୍ୟାନ୍ସର, ହୃଦ ରୋଗ, ବ୍ରେନ ଷ୍ଟ୍ରୋକ ଭଳି ଗମ୍ଭୀର ରୋଗରେ ପୀଡିତ ହୋଇ ଥାଆନ୍ତି l ପାନମସଲl ନିୟମିତ ସେବନ କରିବା ଦ୍ୱାରା ପାଟି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ l ଏବଂ ପାଟିରେ ଫୋଟକା ଇତ୍ୟାଦି ମଧ୍ୟ ଦେଖା ଯାଇଥାଏ l ମାଢି ରେ ମଧ୍ୟ ଖା ହୋଇଯାଇ ଥାଏ l

Leave A Reply