Odisha news

ନୀଳଗିରି ପଂଚାୟତ ନିର୍ବାଚନ : ଫୋକସରେ ୧୩ ଓ ୨ନଂ ଜୋନ ଜିଲ୍ଳା ପରିଷଦ

0

ନୀଳଗିରି-୨୦/୦୧ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ନାମାଂକନ ପତ୍ର ଦାଖଲର ଆଉ ଗୋଟାଏ ଦିନ ବାକି ଥିବା ବେଳେ ନୀଳଗିରି ବ୍ଳକର ୧୩ନଂ. ଜୋନ୍ ଓ ଔପଦା ବ୍ଲକର ୨ନଂ. ଜୋନ ଜିଲ୍ଲାପରିଷଦ ପାର୍ଥୀ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବାର ଯଥେଷ୍ଟ ସମ୍ଭାବନା ରହିଛି । ୧୩ନଂ. ଜୋନ ପାଇଁ ଶାସକ ବିଜେଡିଦଳରୁ ବେଶ ଜଣାଶୁଣା ତଥା ରାଜ୍ୟ ବିଜେଡିର ଯୁଗ୍ମ ସଂପାଦକ ଗତିକୃଷ୍ଣ ନନ୍ଦ ନିଜର ନାମାକଂନ ଦାଖଲ କରିଥିବା ବେଳେ ବିରୋଧି ବିଜେପି ଦଳ ପକ୍ଷରୁ ଯୁବନେତା ତଥା ସ୍ୱର୍ଣ୍ଣଚୂଡ଼ ମଣ୍ଡଳ ସଭାପତି ତଥା ସମାଜସେବୀ ତାପସ କୁମାର ମହାନ୍ତିଙ୍କ ମଧ୍ୟରେ କଡା ଟକ୍କର ହେବାର ସଂମ୍ଭାବନା ରହିଛି । ବହୁଦିନ ଧରି ଶାସକ ବିଜେଡି ଦଳରେ ନିଜର ପତିଆରା ଗତିକୃଷ୍ଣ ନନ୍ଦ ଜାରି ରଖିଥିବା ବେଳେ ଉକ୍ତ ଜୋନରୁ ନିର୍ବାଚନ ବୈତରଣୀ ପାରି ହୋଇପାରିବେ ବୋଲି ଜୋନରେ ଚର୍ଚ୍ଚା ଚାଲିଛି ।

ଅନ୍ୟପକ୍ଷରେ ତାପସ କୁମାର ମହାନ୍ତି ନିଜର ରାଜନୀତି କ୍ୟାରିୟର ଠାରୁ ଭୋଟରଙ୍କ ପାଖରେ ରହିଆସୁଥିବାବେଳେ ସହଜରେ ନିର୍ବାଚନ ବୈତରଣୀ ପାରି ହେବାର ଆଶା ରଖିଛନ୍ତି । ଉକ୍ତ ଜୋନରେ ବିଜେଡି ଓ ବିଜେଡି ଦଳର ଟକ୍କର ହେବାର ଯଥେଷ୍ଟ ଆଶଙ୍କା ରହିଛି । ଅନ୍ୟପକ୍ଷରେ ଔପଦା ବ୍ଲକର ୨ନଂ. ଜୋନର ଜିଲ୍ଲା ପରିଷଦ ପାଇଁ ୨ଜଣ ଭେଟେରିଆନ ନେତା ନାମାଙ୍କନ ଦାଖଲ କରିଥିବା ବେଳେବିଜେଡି ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜେନା ଓ ବିଜେପି ଦଳ ରୁ ଉଷାରାଣୀ ରାଉଳଙ୍କ ମଧ୍ୟରେ କଡ଼ା ମୁକାବିଲା ହେବା ସମ୍ଭାବନା ରହିଛି । ଉଷାରାଣୀ ରାଉଳ ଶ୍ୟାମସୁନ୍ଦରପୁର ଗ୍ରା.ପ.ର ସରପଞ୍ଚ ଭାବେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଜିଲ୍ଲାପରିଷଦ ପାଇଁ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇ ନ ପାରେ ବୋଲି ଚର୍ଚ୍ଚା ଚାଲିଛି । ସେହିପରି ଉକ୍ତ ଜୋନର ଜିଲ୍ଲାପରିଷଦ ଭାବେ ଗତ ନିର୍ବାଚନରେ ଶୁଭେନ୍ଦୁ ଶେଖର ଜେନା ବିଜେଡି ଦଳରୁ ଜିତିଥିବା ବେଳେ ତାଙ୍କର କାର୍ଯ୍ୟକଳାପ ଓ ଲୋକସଂପର୍କ ଥିବାରୁ ଚଳିତ ନିର୍ବାଚନରେ ତାଙ୍କର ସ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜେନା ଜିଲ୍ଲା ପରିଷଦ ପାଇଁ ନାମାଂକନ ପତ୍ର ଦାଖଲ କରିଛନ୍ତି । ଉକ୍ତ ଜୋନରେ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ୫ଟି ଜୋନ ମଧ୍ୟରୁ ଉପରୋକ୍ତ ୨ଟି ଜୋନ ଫୋକସରେ ରହିଅଛି ।

Leave A Reply