Odisha news

*ଆରମ୍ଭ ହେଲା ରାଜନୀତି ର ମହାସମର, ପଞ୍ଚାୟତ ନିର୍ବାଚନ ରେ କୁରୁଜଙ୍ଗ ପଞ୍ଚାୟତ ରୁ ସାଧାରଣ ଲୋକ ଙ୍କ ସେବା ରେ ମଇଦାନକୁ ଓଲ୍ହାଇବେ ଆଶାୟୀ ଯୁବ ନୋମିନ ପ୍ରାର୍ଥୀ*

0

କୋଣାର୍କ:- ୧୭/୧ ଦିନକୁ ଦିନ ନିର୍ବାଚନ ର ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନି ହାୱା ସେତେ ଅଧିକ ବହି ଚାଲିଛି।ଏହାରି ଭିତରେ ଦଳ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ କୁ ନେଇ ଆରମ୍ଭ ହୋଇଛି ଅଙ୍କ କଷାକଷି।ପଞ୍ଚାୟତ ନିର୍ବାଚନ ରେ ଏବେ ଠାରୁ ଆଶାୟୀ ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ଙ୍କ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ କେଉଁ ଦଳ କାହାକୁ ନିଜର ପ୍ରାର୍ଥୀ ନିର୍ଦ୍ଧାରିତ କରିବ ତାହା ଯଦିଓ ସମୟ କହିବ ତଥାପି ଆଗମୀ ନିର୍ବାଚନ କୁ ନେଇ ଏବେ ଠାରୁ ଆଶାୟୀ ମାନେ ମଇଦାନକୁ ଓଲ୍ହାଇ ଆସିଲେଣି।ଏହାରି ଭିତରେ କାକଟପୁର ନିର୍ବାଚନ ମଣ୍ଡଳୀ କୁରୁଜଙ୍ଗ ପଞ୍ଚାୟତ ରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଶାୟୀ ପ୍ରାର୍ଥୀ ଭାବେ ନିର୍ବାଚନି ମଇଦାନକୁ ଓଲ୍ହାଇବା ପାଇଁ ଅଣ୍ଟା ଭିଡିଛନ୍ତି ଯୁବ ନେତା ହାପି ଗୋଛାୟତ।ଦୀର୍ଘ ବର୍ଷ ଧରି ଶାସକ ଦଳ ଏଠାରେ ନିଜର ପତିଆରା ଜାହିର କରି ଆସୁଥିବା ବେଳେ ପଞ୍ଚାୟତ ରେ ସାଧାରଣ ଲୋକ ଙ୍କ ପାଇଁ କୌଣସି ଆଖି ଦୃଶିଆ କାର୍ଯ୍ୟ ସମ୍ପାଦନ ହୋଇ ନାହିଁ।ଯାହାକୁ ଅନୁଭବ କରି ଚଳିତ ପଞ୍ଚାୟତ ନିର୍ବାଚନ ରେ ଏକ ନୂଆ ଯୁବ ଟିମ ମଇଦାନକୁ ଓଲ୍ହାଇ ଆସୁଛନ୍ତି। ସାଧାରଣ ଲୋକ ମାନଙ୍କ ପାଇଁ କିଛି କରି ଦେଖାଇବା ସହ ପ୍ରତିଟି ସାଧାରଣ ଲୋକ ଙ୍କ ନିକଟରେ ପହଞ୍ଚି ଲୋକଙ୍କ ସ୍ୱର ରେ ସାମିଲ ହେବାକୁ ଚଳିତ ପଞ୍ଚାୟତ ନିର୍ବାଚନ ରେ ନୋମିନ ପ୍ରାର୍ଥୀ ଭାବେ ଆଶାୟୀ ହାପି ଗୋଛାୟତ ଙ୍କୁ ନେଇ ଏବେ ଠାରୁ ଚର୍ଚ୍ଚା ଜୋର ଧରିଛି

Leave A Reply