ବୁଗୁଡ଼ା : ତା ୨୭/୦୨/୨୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଜି ବୁଗୁଡ଼ା ବ୍ଲକର ୪୨ ନମ୍ବର ଜିଲ୍ଲା ପରିଷଦର ଜୋନରେ ବିଜେଡିର ଗଙ୍ଗା ପାଣି ଜେନା ବିଜୟୀ ହୋଇଥିବା ବେଳେ ବିଜେପିର ପୂର୍ଣ୍ଣ ଚନ୍ଦ୍ର ଭୂୟାଁ ଓ କଂଗ୍ରେସର ଜାନକୀ ବଲଭ ରାଉତ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି l
ଏହି ଜୋନ ଅନ୍ତର୍ଗତ ସଂକୁରୁ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ତଥା ଦିବଂଗତ ବିଧାୟକ ମାଧବାନନ୍ଦ ବେହେରାଙ୍କ ପୁତ୍ର ତଥା ବୁଗୁଡ଼ା ବ୍ଲକର ପୂର୍ବତନ ଅଧକ୍ଷ କିଶୋର ଚନ୍ଦ୍ର ବେହେରା ପରାଜୟ ବରଣ କରିଥିବା ବେଳେ ସୁଶାନ୍ତ କୁମାର ରାଉତ ୩୧୫ ଭୋଟ ଅଧିକା ପାଇ ବିଜୟୀ ହୋଇଥିବା ବେଳେ ସମିତି ସଭ୍ୟ ପ୍ରାର୍ଥୀ ବିଷ୍ଣୁ ପ୍ରସାଦ ପରିଡା ବିଜୟ ଲାଭ କରିଛନ୍ତି l ମାଣିତରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପ୍ରକାଶ ବେହେରା ଓ ସମିତି ସଭ୍ୟ ପ୍ରାର୍ଥୀ ଜୟଦେବ ପ୍ରଧାନ ବିଜୟ ଲାଭ କରିଛନ୍ତି। । ଗୋଳାବନ୍ଧ ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ମଉନା ଜେନା ଓ ସମିତି ସଭ୍ୟ ପ୍ରାର୍ଥି ଜିତେନ୍ଦ୍ର କୁମାର ସ୍ୱାଇଁ ବିଜୟ ଲାଭ କରିଛନ୍ତି ।
ଖୋଳଖାଳି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ସୁକାନ୍ତି ପାତ୍ର ଓ ସମିତି ସଭ୍ୟ ପ୍ରାର୍ଥିନୀ ସୁନିତା ସାହାଣୀ ଜୟଯୁକ୍ତ ହୋଇଛନ୍ତି । ମୋଟାବାଡ଼ି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପିଣ୍ଟୁ କୁମାର ସେଠୀ ଓ ସମିତି ସଭ୍ୟ ପ୍ରାର୍ଥୀ ଶିବ ଶଙ୍କର ପ୍ରଧାନ ବିଜୟ ହାସଲ କରିଛନ୍ତି l ଗୌଡ଼ିଆବରୋଦା ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ସୁନ୍ଦରୀ ମହାରଥା ବିଜୟ ଲାଭ କରିଥିବା ବେଳେ ସମିତି ସଭ୍ୟ ପ୍ରାର୍ଥିନୀ ଲିଲି ବିଷୋୟୀ ୧୫ଟି ଭୋଟ ବ୍ୟବଧାନରେ ଜିତି ଥିବା ଘୋଷଣା ହେବା ପରେ ପୁନଃ ଗଣତି ପାଇଁ ଆବେଦନ ହୋଇଛି ।