Odisha news

ଜଗତସିଂହପୁର ଜିଲ୍ଲାରେ ଜିଲ୍ଲା ପରିଷଦ ଆସନରେ ବିଜେଡି ଆଗୁଆ

0
ଜଗତସିଂହପୁର୨୬/୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଠାରୁ ଭୋଟ ଗଣତି ଆରମ୍ଭ ହୋଇଛି ।ଜିଲ୍ଲାର ୮ଟି ବ୍ଲକର ୨୬ ଜିଲ୍ଲା ପରିଷଦ ଜୋନର ପ୍ରତି ବ୍ଲକର ଜୋନ-୧ ପାଇଁ ଆଜି ଗଣତି କରାଯାଇଛି । ସକାଳ ୮ଟାରୁ ଏହି ଗଣତି ଆରମ୍ଭ କରାଯାଇଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।ଜିଲାର ୮ଟି ବ୍ଲକ ରେ ମୋଟ ୨୬ଟି ଜିଲା ପରିଷଦ ଜୋନର ୧୯୮ ଟି ପଂଚାୟତ ଓ ୩୩୬୪ ଟି  ୱାର୍ଡର ମୋଟ ୭୧୨୨ ଜଣ  ଜିଲା ପରିଷଦ,ସରପଞ୍ଚ,
ସମିତି ସଭ୍ୟ  ଓ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ ।ଆଜି ପ୍ରଥମ ଦିନରେ ଜିଲ୍ଲାର ୮ଟି ବ୍ଲକର ଜୋନ-୧ ପାଇଁ ଗଣତି କରାଯାଉଛି ।ଜିଲ୍ଲାର ୨୬ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୮ଟି ବ୍ଲକର ୮ ଜିଲ୍ଲା ପରିଷଦ ,୬୬ପଂଚାୟତ ଓ ୧୧୧୮ଟି ୱାର୍ଡର ଭୋଟ ଗଣତି କରାଯିବ ।ଭୋଟ ଗଣତି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡ଼ି କରାଯାଇଛି ।
 ଜଗତସିଂହପୁର ଜିଲ୍ଲାରେ ଆଜି ଜିଲ୍ଲା ପରିଷଦ ଆସନରେ ବିଜେଡି ଆଗୁଆ ରହିଛି ।ଗଣତି ଆରମ୍ଭରୁ ବିଜେଡି ପ୍ରାର୍ଥୀ ମାନେ କଂଗ୍ରେସ ଓ ବିଜେପିକୁ ପଛରେ ପକାଇ ବାଜିମାତ କରିବା ଲକ୍ଷ୍ୟରେ ଟ୍ରେଣ୍ଡ ରହିଛି  ।ଆଜି ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପରିଷଦ ଆସନ ନାଉଗାଁ ବ୍ଲକ ଜୋନ-୧ ବିଜେଡି ପ୍ରାର୍ଥୀ ଅମିତା ସ୍ବାଇଁ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ଅଲିଭା ସ୍ବାଇଁଙ୍କ ଠାରୁ ବହୁ  ଭୋଟ ଆଗୁଆ ରହିଛନ୍ତି । ଏରସମା ବ୍ଲକ ଜୋନ-୧ ରୁ ବିଜେଡି ପ୍ରାର୍ଥୀ ପ୍ରଣବ ସ୍ବାଇଁ ନିକଟତମ କଂଗ୍ରେସ ପ୍ରାର୍ଥୀ ଧ୍ୱଜରାଜ ଖଣ୍ଡୁଆଳଙ୍କ ଠାରୁ ଆଗୁଆ ରହିଛନ୍ତି ।ରଘୁନାଥପୁର ଜୋନ-୧ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ରୀନାରାଣୀ ମଲ୍ଲିକ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ସୁଚିତ୍ରା ଭୋଇଙ୍କ ଠାରୁ   ଆଗୁଆ ରହିଥିବା ବେଳେ
ବାଲିକୁଦା ଜୋନ-୧ ବିଜେଡି ପ୍ରାର୍ଥୀ ଡଲି ପଣ୍ଡା ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ସ୍ୱର୍ଣ୍ଣପ୍ରଭା ଭୋଳଙ୍କ ଠାରୁ ଆଗୁଆ ରହିଛନ୍ତି ।
ବିରିଡି ବ୍ଲକ ଜିଲ୍ଲା ପରିଷଦ ଜୋନ-୧ରୁ ବିଜେଡ଼ି ପ୍ରାର୍ଥୀ ଦୀପ୍ତିମୟୀ ରାୟ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଗୀତାଞ୍ଜଳି ସାହୁଙ୍କ ଠାରୁ  ଆଗୁଆ ରହିଛନ୍ତି ।ତିର୍ତ୍ତୋଲ ବ୍ଲକ ଜିଲ୍ଲା ପରିଷଦ ଜୋନ-୧ରୁ ବିଜେଡ଼ି ପ୍ରାର୍ଥୀ ରଞ୍ଜିତା ସିଂ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ଶର୍ମିଷ୍ଠା ଦାସଙ୍କ ଠାରୁ  ଆଗୁଆ ରହିଥିବା ବେଳେ
କୁଜଙ୍ଗ ବ୍ଲକ ଜିଲ୍ଲା ପରିଷଦ ଜୋନ-୧ରୁ ବିଜେଡି ପ୍ରାର୍ଥୀ ପ୍ରମୋଦ ଚରଣ ସ୍ବାଇଁ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଦୀପ୍ତିମୟୀ ବସ୍ତିଆଙ୍କ ଠାରୁ ଆଗୁଆ ରହିଛନ୍ତି ।
ଜଗତସିଂହପୁର ବ୍ଲକ ଜିଲ୍ଲା ପରିଷଦ ଜୋନ-୧ରୁ ବିଜେଡ଼ି ପ୍ରାର୍ଥୀ ଚିତ୍ତ ରଞ୍ଜନ ରାଉଳ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ବିଭୁତି ଭୂଷଣ ସାହୁଙ୍କ ଠାରୁ  ଆଗୁଆ ରହିଛନ୍ତି ।ଭୋଟ ଗଣତି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡ଼ି କରାଯାଇଥିବା ସହ ପ୍ରତ୍ୟକ ଗଣତି କେନ୍ଦ୍ର ଜଣେ ଡ଼ିଏସପି,୨ଜଣ ଇନ୍ସପେକ୍ଟର,୪ ସବ ଇନ୍ସପେକ୍ଟର, ୪ ଏଏସଆଇ ଓ ୨ପ୍ଲାଟୁନ ମୃତୟନ କରାଯାଇଥିଲା ।
Leave A Reply