ସାରସକଣା (ସ ଵ୍ୟୁ)- ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ସାରସ କଣା ବ୍ଲକ୍ ର ଝାରପଖରିଆ ପଞ୍ଚାୟତ ର ଏକ ନୋ ବୁଥ ଗୋହଳାମୁଣ୍ଡା ଗ୍ରାମ ରେ ମତ ଦାନ ଶାନ୍ତିପୂର୍ଣ୍ଣ ଭାବରେ ଚାଲିଥିବା ସମୟରେ ଏକ ପୋଲିସ ଗାଡ଼ି ଆସି ପହଞ୍ଚି ଥିଲା । ମତଦାନ କେନ୍ଦ୍ର ନିକଟ ରେ ଏକ ଖାଲି ସ୍ଥାନ ଥିବାରୁ ସେଠାରେ କିଛି ଲୋକ ରୁଣ୍ଡ ହୋଇଥିଲେ । ପୋଲିସ ସେହି ମାନଙ୍କ ମଧ୍ୟରୁ ଜଣକୁ ଉଠାଇ ନେଇ ଗାଡ଼ି ମଧ୍ୟରେ ବସାଇ ଥିଲା , ଫଳରେ ସେହି ସମୟରୁ ଦିନ ପ୍ରାୟ ୧୧.୩୦ଘଣ୍ଟା ସମୟରୁ ଅଶାନ୍ତ ହେବା ଆରମ୍ଭ ହୋଇଥିଲା । ଲୋକ ପୋଲିସ ଗାଡ଼ି କୁ ଅଟକାଇ ଥିଲେ ଓ ଛାଡ଼ି ନ ଥିଲେ । ଫଳରେ ଏସ ଡି ପି ଓ କେ କେ ହରିପ୍ରସାଦ ଘଟଣା ସ୍ଥଳ ରେ ପହଞ୍ଚି ବୁଝାଇବାକୁ ଚେଷ୍ଟା କରି ବିଫଳ ହେବାରୁ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପହଞ୍ଚି ଥିଲେ ।
ମାତ୍ର ବହୁ ମାତ୍ରା ରେ ଗ୍ରାମ ବାହାରୁ ଆସି କିଛି ବ୍ୟକ୍ତି ଘଟଣା କୁ ଆହୁରି ରୂପ ଦେଇ ଚାଲି ଯାଇଥିଲେ । ଦୀର୍ଘ ୫ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ଅଶାନ୍ତ ପରିବେଶ ଲାଗି ରହିଥିଲା । ଫଳ ରେ ବହୁ ମତ ଦାତା ତାଙ୍କ ମତ ଦାନ କରିବାକୁ ବଞ୍ଚିତ ହୋଇଥିଲେ । ଏହି ଗୋହଳାମୁଣ୍ଡ ଗ୍ରାମରେ କେବେ ଏ ଭଳି ପରିସ୍ଥିତି ଉପୁଜି ନ ଥିଲା । ଏଠାରେ ସବୁ ନିର୍ବାଚନ ରେ ପ୍ରାୟ ୯୦ଭାଗ ମତ ଦାନ ହୋଇଥିବାର ଦେଖା ଯାଏ । କିନ୍ତୁ ଏ ଥର ର ନିର୍ବାଚନ ରେ ୧୦୦ରୁ ଉର୍ଦ୍ଧ ମାନେ ୫୭୧ ମତ ଦାତା ରୁ ୪୫୯ ଭୋଟ ପଡ଼ିଛି । ଶେଷରେ ପୋଲିସ ଅଧିକାରୀ ଶ୍ରୀ ହରିପ୍ରସାଦ ଙ୍କୁ ଅଟକାଇ ଥିବା ଲୋକ ଏକ ଦାବି ପତ୍ର ଦେଇ ଥିଲେ ଓ ଯୋଉ ମହିଳା ପୋଲିସ୍ ଙ୍କ ଦ୍ଵାରା ବ୍ୟକ୍ତି କୁ ଉଠାଇଥିଲେ ସେ ସର୍ବସମ୍ମୁଖର ନିଜ କୁ ଉପସ୍ଥାପନ କରି ଥିଲେ । ଗ୍ରାମର ପୁରୁଖା ଲୋକ ଏ ଭଳି ଘଟଣା କୁ ନିନ୍ଦା କରିଥିଲେ ।