Odisha news

କରଞ୍ଜିଆ ଓକିଲ ସଂଘ ପକ୍ଷରୁ ନୂତନ ଅତିରିକ୍ତ ଜିଲ୍ଲା ଜଜ୍ ଓ ବରିଷ୍ଠ ସିଭିଲ ଜଜ୍ ଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

0

ପା ଞ୍ଚ ପୀଢ ୫/୭ କରଞ୍ଜିଆ ଓକିଲ ସଂଘ ପକ୍ଷରୁ ଆଜି କରଞ୍ଜିଆ କଚେରୀ ପରିସରରେ ଥିବା ଓକିଲ ସଂଘ ସଭା ଗୃହରେ ସଂଘ ସଭାପତି ବାଞ୍ଛାନିଧି ପୃଷ୍ଟିଙ୍କ ଅଧ୍ଯକ୍ଷତାରେ କରଞ୍ଜିଆ ଠାରେ ନୂତନ ଭାବେ କାର୍ଯ୍ୟରେ ଯୋଗଦାନ କରିଥିବା ଜଜ୍ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ସମ୍ବର୍ଦ୍ଧିତ ଅତିଥି ମାନଙ୍କ ମଧ୍ୟରେ ନୂତନ ଅତିରିକ୍ତ ଜିଲ୍ଲା ଦୋରା ଜଜ୍ ଆଶିଷ କୁମାର ତ୍ରିପାଠୀ, ବରିଷ୍ଠ ସିଭିଲ ଜଜ୍ ଅମିତ ସ୍ୱରୂପ କୁମାର ସେଠା ଯୋଗଦାନ କରିଥିଲେ। ସେମାନଙ୍କୁ ଓକିଲ ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ସଂଘ ସମ୍ପାଦକ ଦିବ୍ୟ ପ୍ରସାଦ ସାହୁ ଓ କାର୍ଯ୍ୟକାରୀ କମିଟି ସଦସ୍ୟା ସୁବର୍ଣ୍ଣ ଧୁଙ୍ଗିଆ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୂତନ ଯୋଗଦାନ କରିଥିବା ଜଜ୍ ଗଣ ଓ ଉପସ୍ଥିତ ଓକିଲ ମାନଙ୍କ ମଧ୍ୟରେ ପରିଚୟ ଆଦାନ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସିଭିଲ ଜଜ୍ (କନିଷ୍ଠ ବର୍ଗ) ତଥା ଜେଏମଏଫସି କରଞ୍ଜିଆ ସଲୋନୀ ସାହୁ, କରଞ୍ଜିଆ  ବରିଷ୍ଠ ଆଇନଜୀବି ଲଳିତ କୁମାର ମହାନ୍ତ, ଯଶୋବନ୍ତ ନାରାୟଣ ମହାନ୍ତ, କାହ୍ନୁଚରଣ ଗିରି, ଦୀପକ କୁମାର ଦାସ ଅଧିକାରୀ, କୁମାର ଦେବାଶିଷ ବେହେରା,ଅଜୟ କୁମାର ସେଠୀ, ରେଣୁବାଳା ବାରିକ୍,ସରକାରୀ ଆଇନଜୀବି ଜଗମୋହନ ମହାନ୍ତ ତଥା ବହୁ ଆଇନଜୀବି ଉପସ୍ଥିତ ଥିଲେ। ପରିଶେଷରେ ସଂଘ କୋଷାଧ୍ୟକ୍ଷ ବାବୁରାମ ବେଶ୍ରା ଧନ୍ୟବାଦ ଅର୍ପଣ କରିଥିଲେ।

Ad2
Leave A Reply