ଆମ ଭାରତରେ ପାନପତ୍ର ର ଚାହିଦା ଖୁବ ରହିଛି l କାରଣ ପାନପତ୍ର ସହିତ ପୌରାଣିକ ଯୁଗର ସାମଞ୍ଜସ୍ୟ ରହିଛି l ମହାପ୍ରଭୁ ଜଗନାଥ ଙ୍କ ନିକଟରେ ମଧ୍ୟ ମହାପ୍ରସାଦ ଲାଗି ହେବାପରେ ବିଡ଼ିଆପାନ ଲାଗି ହୋଇଥାଏ l ଯେ କୌଣସି ପୂଜା ହେଉ ସେଥିରେ ପାନ ର ବ୍ୟବହାର ହୋଇଥାଏ l ଭାରତର ରାଜାରାଜୁଡ଼ା ସମୟରେ ମଧ୍ୟ ପାନପତ୍ରର ଚାହିଦା ରହିଥିଲା ଓ ଆଜି ମଧ୍ୟ ପ୍ରାୟ ଅଧିକାଂଶ ଲୋକେ ଖାଇ ସାରିବା ପରେ ପାନ ଖଣ୍ଡେ ଖାଇବାକୁ ପସନ୍ଦ କରି ଥାଆନ୍ତି l
– ପାନପତ୍ର ମୁଖ ଗହ୍ୱରର ଦୁର୍ଗନ୍ଧ କୁ ଦୂର କରିଥାଏ l ଏହାଛଡା ପାନପତ୍ର ଔଷଧୀୟ ଗୁଣରେ ଭରପୁର ହୋଇଥିବା କାରଣରୁ ଣେକ ରୋଗରୁ ମୁକ୍ତି ଦେଇଥାଏ l
– ନିୟମିତ ଭାବରେ ପାନ ଖାଇବା ଦ୍ୱାରା ଆପଣଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ l ଏହା ପୁରୁଷ ଓ ମହିଳାଙ୍କ ମଧ୍ୟରେ କାମାତୁର ଭାବନା ଜାଗ୍ରତ କରିଥାଏ ଓ ସମ୍ଭୋଗ ଶକ୍ତି ବଢ଼ାଇ ଥାଏ l
– ପାନପତ୍ର ପାଚନ ଶକ୍ତି ବୃଦ୍ଧି କରିଥାଏ ଓ ଖାଦ୍ୟକୁ ସହଜରେ ହଜମ କରିଥାଏ l ଯେଉଁ କାରଣରୁ ଖାଇବା ପରେ ପାନ ସେବନ କରାଯାଇ ଥାଏ l ଗ୍ୟାସ ଏସିଡ଼ିଟି ଠାରୁ ମଧ୍ୟ ପାନ ଦୁରେଇ ରଖିଥାଏ l
– ପାନପତ୍ର ମଧୁମେହ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l ତେଣୁ ରକ୍ତ ଶର୍କରା କୁ ନିୟନ୍ତ୍ରିତ ରଖିବା ପାଇଁ ନିୟମିତ ସକାଳୁ ଖାଲି ପେଟରେ ପାନପତ୍ର ଚୋବାଇବା ଉଚିତ l
– କେବଳ ପାଟିର ଦୁର୍ଗନ୍ଧ ନୁହେଁ ପାନପତ୍ର ମୁଖ ଗହ୍ୱରର ସମସ୍ତ ସମସ୍ୟା ଦୂର କରିଥାଏ l ଯେପରିକି ମାଢି ଫୁଲିବା କିମ୍ବା ଦରଜ ହେବା, ଦାନ୍ତ କୁ ମଜବୁତ କରେ ଓ ପାଟିରେ ଅଲସର ହୋଇଥିଲେ ପାନପତ୍ର ରସ ଲଗାଇବା ଦ୍ୱାରା ଠିକ ହୋଇଯାଏ l
– ଉଚରକ୍ତଚାପ ରୋଗୀମାନେ ପାନପତ୍ର ରସ ସେବନ କରିବା ଆବଶ୍ୟକ l ଏହା ରକ୍ତଚାପ ନିୟନ୍ତ୍ରିତ କରିଥାଏ l ନଚେତ ଚୋବାଇ ମଧ୍ୟ ଖାଇ ପାରିବେ l
– ପାନ ଖାଇବା ଦ୍ୱାରା ମାନସିକ ଅବସାଦ ଦୂର ହୋଇଥାଏ l ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଜଣାପଡିଛି ଯେ ପାନ ଚୋବାଉ ଥିବା ବ୍ୟକ୍ତି ଅବସାଦ ଠାରୁ ଦୁରେଇ ରୁହନ୍ତି l