ଭାଗ୍ୟରେଖା ଯେଉଁ ବ୍ୟକ୍ତିର ହାତରେ ଥାଏ ,ସେ ଜୀବନର ସମସ୍ତ ପ୍ରକାର ସୁଖ ସୁବିଧାକୁ ଭୋଗ କରିଥାଏ l ମନୁଷ୍ୟ ହାତରେ ପ୍ରମୁଖ ଭାବରେ ତିନିଟି ରେଖା ଥାଏ l ଜୀବନ ରେଖା ,ମସ୍ତିସ୍କ ରେଖା ଓ ହୃଦୟ ରେଖା ଦେଖିବାକୁ ମିଳିଥାଏ l ଏହି ରେଖା ଗୁଡିକ ପରେ ଆଉ ଗୋଟିଏ ବିଶେଷ ରେଖା ଦେଖିବାକୁ ମିଳିଥାଏ ତାହା ହେଉଛି ଭାଗ୍ୟ ରେଖା l ଭାଗ୍ୟରେଖା ବ୍ୟକ୍ତିର ଭାଗ୍ୟ ବିଷୟରେ କହିଥାଏ l ଭାଗ୍ୟ ରେଖା ଅନେକ ପ୍ରକାରର ରହିଥାଏ l ଲମ୍ବା ଓ ସିଦ୍ଧା ଭାଗ୍ୟରେଖା ସବୁଠାରୁ ଭଲ ବୋଲି କୁହାଯାଇଥାଏ l ହାତ ପାପୁଲିରେ ଅନ୍ୟ ଶୁଭ ରେଖା ଗୁଡିକ ଓ ମାହାତ୍ତ୍ୱ ପୂର୍ଣ୍ଣ ରେଖା ଗୁଡିକ ସ୍ଵଚ୍ଛ ଭାବରେ ଦେଖାଯାଉଥିଲେ ବ୍ୟକ୍ତି ଜୀଵନରେ ଅନେକ ସଫଳତା ଲାଭ କରିଥାଏ l
ଭାଗ୍ୟରେଖା ହାତରେ କେଉଁଠି ରହିଥାଏ-
ବ୍ୟକ୍ତିର ହାତ ପାପୁଲିରେ ଭାଗ୍ୟରେଖା ସାହାଯ୍ୟରେ ମିଳିଥାଏ l ପାପୁଲିର ତଳ ପାଖରୁ ଆରମ୍ଭ ହୋଇ ମାଧ୍ୟମ ଅଙ୍ଗୁଳିର ତଳେ ଥିବା ଶନି ପାର୍ବତ ପାଖରେ ପାୟାହଂଚିଥାଏ l ଭାଗ୍ୟରେଖା ଅନ୍ୟ ସ୍ଥାନାରୁ ମାଧ୍ୟରେ ଆରମ୍ଭ ହୋଇପାରେ ,କିନ୍ତୁ ଭାଗ୍ୟରେଖାର ସମାପନ ଶିନି ପାର୍ବତ ପାଖରେ କିମ୍ବା ତା ନିକଟରେ ହେବ ଆବଶ୍ୟକ l ଭାଗ୍ୟରେଖା ମଣି କର୍ଣ୍ଣ ,ଶୁକ୍ର ପାର୍ବତ ,ଜୀବନରେଖା ,ଚନ୍ଦ୍ର ପାର୍ବତ କିମ୍ବା ହୃଦୟ ରେଖାରୁ ମଧ୍ୟ ଆରମ୍ଭ ହୋଇପାରେ l
ଭାଗ୍ୟରେଖା ସାହିତ ଯୋଡି ହୋଇଥିବା କିଛି ମହତ୍ୱପୂର୍ଣ୍ଣ କଥା –
ଭାଗ୍ୟରେଖା ଯେତେବେଳେ ମଣିବନ୍ଧ ନିକଟତର ହୋଇ ସିଦ୍ଧା ସଳଖ ପାଖରେ ପହଂଚିଥାଏ ,ତେବେ ସେହି ବ୍ୟକ୍ତିର ଜୀବନରେ ସବୁ ସଫଳତା ଲାଭକରିଥାଏ l ଏହି ବ୍ୟକ୍ତି ମାନେ ଉଚ ପଦବୀ ପ୍ରାପ୍ତ କରନ୍ତି ଭାଗ୍ୟରେଖା ଯଦି ମଝିରେ ଅଟକି ଯାଏ ତେବେ ଏହା ଅସୁବିଧା ସୂଚକ ହୋଇଥାଏ l ଭାଗ୍ୟରେଖା ଯଦି ଶନି ପର୍ବତରେ ପହଞ୍ଚି ଦୁଇ ଭାଗରେ ବିଭାଜିତ ହୋଇ ଗୋଟିଏ ରେଖା ଗୁରୁ ପର୍ବତ ଆଡକୁ ଯାଇଥାଏ ,ତେବେ ଏହା ବହୁତ ଶୁଭଫଳ ଦେଇଥାଏ l ଏହିପରି ବ୍ୟକ୍ତି ମାନେ ସମାଜରେ ସମ୍ମାନ ଓ ବିଭିନ୍ନ ପ୍ରକାରର ସଫଳତା ପାଇଥାନ୍ତି l