Odisha news

ପlଲଲହଡା : ଟ୍ରାକଟର ଓଲଟି ଚାଳକ ମୃତ

0
ପIଲଲହଡା :   ଅନୁଗୁଳ ଜିଲ୍ଲା ପIଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ  ନୁଥୁରୀପଶି ଗ୍ରାମ ନିକଟ ନିଜ ବିଲ ରେ ଟ୍ରାକଟର ସାହାଯ୍ୟ ରେ ଚାଷ କାମ କରୁଥିବାବେଳେ ଭାରସାମ୍ୟ ହରାଇ ଟ୍ରାକଟର ଟି ଓଲଟି ଯିବା ଫଳ ରେ ଟ୍ରାକଟର ଚାଳକ ତଥା ଙ୍କ ମୃତ୍ୟୁ ହୋଇଛି I ମୃତକ ଜଣକ ହେଲେ ଖମାର ଗ୍ରାମ ର କନ୍ନହେଇ ସେଠୀ ବୋଲି ଜଣା ପଡିଛି I ଖମାର ପୋଲିସ ମୃତଦେହ କୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି I ମୃତକ ଜଣକ ନିଜେ ଟ୍ରାକଟର ର ମାଲିକ ବୋଲି ପୋଲିସ ପ୍ରାରମ୍ଭିକ ତଦନ୍ତ ରୁ ଜାଣିବାକୁ ପାଇଛି I
[08/07, 10:05 PM] +91 97772 81973: ସୂଚନା ଯୋଗ୍ୟ ମୃତ କହ୍ନେଇ ସେଠି ଖମାର ଗ୍ରାମ ପଂଚାୟତ ର ପ୍ରାକ୍ତନ ସମିତି ସଭ୍ୟ ଏବଂ ତାଙ୍କ ଭାଉଜ ମଧ୍ୟ ଖମାର gp ର ପ୍ରାକ୍ତନ ସମିତି ସଭ୍ୟା ଓ 22ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଥିଲେ   ! ଆଉ ମଧ୍ୟ ମୃତ ସେଠି ଓ ତାଙ୍କ ପରିବାର ବର୍ଗ ବିଜେଡି ର ଦୀର୍ଘ ବର୍ଷର କର୍ମୀ ତଥା ସମାଜ ସେବି ଭାବେ ସମଗ୍ର ଖମାର ଅଂଚଳ ରେ ଜଣାଶୁଣା  ! ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ପାଲଲହଡା ଉପଖଣ୍ଡ ରେ ଶୋକ ର ଛାୟା ଖେଳିଯାଇଛି  !
ତାଙ୍କ ମୃତ୍ୟୁ ଖବର ଶୁଣି ରାଜ୍ୟ ସରକାର ଙ୍କର ପ୍ରାକ୍ତନ ମୁଖ୍ୟ ସଚେତକ ତଥା ପାଲଲହଡା ର ପୂର୍ବତନ ବିଧାୟକ ରବିନାରାୟଣ ପାଣି, ପ୍ରାକ୍ତନ ପଂଚାୟତ ସମିତି ଅଧ୍ୟକ୍ଷା ଖିରୋଦରୀ ବେହେରା, ପ୍ରାକ୍ତନ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ଚରଣ ସାହୁ, କୂଂଯାମ ସମିତି ସଭ୍ୟ ପ୍ରଶ୍ନ କୁମାର ସାହୁ, ପାଲଲହଡା ବିଧାୟକ ମୁକେଶ କୁମାର ପାଳ ପ୍ରମୁଖ ସେଠି ଙ୍କର ଆତ୍ମା ର ସଦଗତି କାମନା କରି ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସାନ୍ତ୍ୱନା ଦେଇଛନ୍ତି ସେମାନଙ୍କ ଶୋକ ବାର୍ତ୍ତା ରେ  ! ମହାମାରୀ କରୋନାଁ ସମୟରେ ଆୟର ପନ୍ଥା ବନ୍ଦ ହୋଇଯିବା ପରେ ଜଣେ ପୂର୍ବତନ ସମିତି ସଭ୍ୟ ଟ୍ରାକଟର ଚଳେଇ ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ ଏପ୍ରକାର ଦୁଖଦଃ ଘଟଣା ବାସ୍ତବିକ ହୃଦୟ ବିଦାରକ    !
Leave A Reply