Odisha news

ଆଜି ରାଜ୍ୟରେ ୫୭୭ଜଣ କରୋନା ପଜିଟିଭ୍ ଚିହ୍ନଟ

0

ଭୁବନେଶ୍ବର: ଆଜି ରାଜ୍ୟରେ ୫୭୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୪୧୬ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୬୧ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ୫୬ , କଟକ ଜିଲ୍ଲାରୁ ୧୪,ପୁରୀ ଜିଲ୍ଲାରୁ ୫ ,ଯାଜପୁର ଜିଲ୍ଲାରୁ ୯, କେନ୍ଦୁଝର ଜିଲ୍ଲାରୁ ୪୮, ଭଦ୍ରକ ଜିଲ୍ଲାରୁ ୨,ବାଲେଶ୍ୱର ଜିଲ୍ଲାରୁ ୩୦,ମୟୁରଭଞ୍ଜ ଜିଲ୍ଲାରୁ ୧୪ ,ଢେଙ୍କାନାଳ ଜିଲ୍ଲାରୁ ୪ , ଅନୁଗୁଳ ଜିଲ୍ଲାରୁ ୭,ସମ୍ବଲପୁର ଜିଲ୍ଲାରୁ ୩, ସୁନ୍ଦରଗଡ଼ ଜିଲ୍ଲାରୁ ୮୩, ଝାରସୁଗୁଡ଼ା ଜିଲ୍ଲାରୁ ୧ , ନୟାଗଡ଼ ଜିଲ୍ଲାରୁ ୧ ଗଞ୍ଜାମ ଜିଲ୍ଲାରୁ ୨୬୦, ଗଜପତି ଜିଲ୍ଲାରୁ ୧୭, କନ୍ଧମାଳ ଜିଲ୍ଲାରୁ ୧ , ବୌଦ୍ଧ ଜିଲ୍ଲାରୁ ୫ , କୋରାପୁଟ ଜିଲ୍ଲାରୁ ୬ , ମାଲକାନଗିରି ଜିଲ୍ଲାରୁ ୧ , ଜଗତସିଂହପୁର ଜିଲ୍ଲାରୁ ୭ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ ମୋଟ୍ ୭୦୦୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୨୮ ରହିଛି।ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୨୦୧କୁ ବୃଦ୍ଧି ପାଇଛି।

Govt
Leave A Reply