ନୂଆଦିଲ୍ଲୀ :ବର୍ଲିନର ଗୋଟିଏ ରାଜକୁମାରଙ୍କ ପୁଅ ୧୩୫ଟି କୋଠରୀ ବିଶିଷ୍ଟ ପୁରୁଣା ନିଜର ପୂର୍ବପୁରୁଷଙ୍କ ମହଲକୁ ଭାରତୀୟ ମୁଦ୍ରାରେ ମାତ୍ର ୮୭ ଟଙ୍କାରେ ବିକ୍ରି କରିଦେଇଛନ୍ତି l ଏହି କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ସତ୍ୟ ଅଟେ l ବର୍ତମାନ ଏହି ମହଲକୁ ବଞ୍ଚାଇବା ପାଇଁ ୬୬ ବର୍ଷୀୟ ରାଜକୁମାର ନିଜର ୩୭ ବର୍ଷୀୟ ପୁତ୍ରଙ୍କ ବିରୁଦ୍ଧରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି l
ମିଳିଥିବା ସୂଚନା ଅନୁସାରେ ରାଜକୁମାର ଅର୍ଣ୍ଣସ୍ଟ ନିଜର ଏହି ପୂର୍ବପୁରୁଷଙ୍କ ମହଲକୁ ୨୦୦୦ ମସିହାରେ ନିଜର ପୁଅ ଅର୍ଣ୍ଣସ୍ଟ ଅଗସ୍ତ ଜୁନିଅରଙ୍କୁ ସମର୍ପଣ କରିଥିଲେ l ତାଙ୍କର ପୁତ୍ର ଏହି ମହଲଟିକୁ ୨୦୧୮ ରେ ସରକାରଙ୍କୁ ଶସ୍ତାରେ ବିକ୍ରି କରିବା ପାଇଁ ଘୋଷଣା କରିଥିଲେ l ତା ପରେ ସେ କଥିତ ଭାବରେ ସରକାରଙ୍କୁ ଏକ ୟୁରୋ ଅର୍ଥାତ ୮୭ ଟଙ୍କାରେ ବିକ୍ରି କରିଦେଲେ l ସେ ଏହା ପଛର କାରଣ ବିଷୟରେ ପଚରା ଯିବାରୁ ତର୍କ ରଖିଥିଲେ ଯେ ଏହି ମହଲର ମରାମତି ପାଇଁ ୨୩ ମିଲିୟନ ପାଉଣ୍ଡର ଆବଶ୍ୟକତା ରହିଥିବା କଥା କହିଥିଲେ ,ଯାହା ତାଙ୍କ ପାଖରେ ନଥିଲା l
ଏହି ମହଲକୁ ପ୍ରାପ୍ତ କରିବା ପାଇଁ ବର୍ତମାନ ତାଙ୍କର ପିତା କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି l ଏହି ମହଲଟିର ନିର୍ମାଣ ୧୮୬୭ରେ ହୋଇଥିଲା l ସେ ନିଜ ପୁତ୍ରଙ୍କ ଉପରେ ଅଧିକାର ଓ ହିତର ଉଲଂଘନ କରିଥିବାର ଆରୋପ ଲଗାଇଛନ୍ତି l ସେ କହିଛନ୍ତି ନିଜ ପୁତ୍ରର ଏହି ପ୍ରକାରର ଦାୟିତ୍ୱ ଶୂନ୍ୟ କାର୍ଯ୍ୟକଳାପ ଯୋଗୁଁ ସେ ଅଷ୍ଟ୍ରିୟାର ଗୋଟିଏ ଲଜରେ ରହୁଛନ୍ତି ଓ ଅସୁସ୍ଥ ହେବା କାରଣରୁ ମଧ୍ୟ କୌଣସି ଆର୍ଥିକ ସହାୟତା ମିଳୁନାହିଁ l