Odisha news

ଏହି କମ୍ପାନୀ ଦେଉଛି ପକୋଡା ଖାଇବା ପାଇଁ ୧ଲକ୍ଷ ଟଙ୍କା ଦରମା, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ : ଆମେ ସମସ୍ତେ ଜାଣିଥାଉ ଅଧିକ ରୋଜଗାର କରିବା ପାଇଁ l ଅଧିକାଂଶ ସମୟ ଲୋକମାନେ ନିଜ ପ୍ରଫେସନ ଠାରୁ ଅଲଗା କିଛି କରିବାକୁ ଇଛା ରଖି ଥାଆନ୍ତି l ଯଦି ଆପଣଙ୍କୁ କୁହାଯିବ ଯେ ଚିକେନ ପକୋଡା ଖାଇବା ପାଇଁ ୧ଲକ୍ଷ ଟଙ୍କା ମିଳିବ ତେବେ ଆପଣ କିପରି ଅନୁଭବ କରିବେ ? ଏହି ଚାକିରୀ ୟୁକେ ର ଗୋଟିଏ କମ୍ପାନୀ ଅଫର କରୁଛନ୍ତି l ସେଥିପାଇଁ କମ୍ପାନୀ ପକ୍ଷରୁ ଆଡ଼ଭାଟାଇଜମେଣ୍ଟ ଜାରି କରାଯାଇଛି l

ମିଳିଥିବା ସୂଚନା ଅନୁସାରେ ୟୁକେ ର ଫିସ ଫିଙ୍ଗର କମ୍ପାନୀ ବୀର୍ଡ୍ସ ଆଏ ଟେଷ୍ଟ ଟେଷ୍ଟର ପାଇଁ ଖାଲି ସ୍ଥାନ ବାହାର କରିଛି l କମ୍ପାନୀ ଜଣେ ଏପରି ବ୍ୟକ୍ତିକୁ ଖୋଜୁଛି, ଯିଏକି ଚିକେନ ର ଭଲ ୭ କିପରି ଅଧିକ ଭଲ ହୋଇ ପାରିବ ତାହା ସଠିକ ଭାବରେ କହି ପାରିବ l କମ୍ପାନୀର ଚିକେନ ଡିପର୍ସ ଯେପରି ସବୁଠୁ ଅଧିକ ଭଲ ହୋଇ ପାରିବ l କମ୍ପାନୀ ପକ୍ଷରୁ ଏହି ଚାକିରୀ ପାଇଁ ତଥ୍ୟ ମଧ୍ୟ ଜାରି କରାଯାଇଛି l ଏଥିପାଇଁ କମ୍ପାନୀ ପକ୍ଷରୁ ୧ଲକ୍ଷ ଟଙ୍କା ଦରମା ଦିଆଯିବ l ଯେଉଁ ବ୍ୟକ୍ତି ଏହି ଚାକିରୀକୁ ପାଇବାରେ ସଫଳ ହେବ ତାକୁ ଚିଫ ଡିପିଙ୍ଗ ଅଫିସର ପୋଷ୍ଟ ଦିଆଯିବ l

ଯଦି ଆପଣ ଏହି ଚାକିରୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ https://www.birdseye.co.uk ରେ ୨୫୦ ଶବ୍ଦରେ ଗୋଟିଏ ଚିଠି ପଠାଇ ପାରିବେ ଓ ଦର୍ଶାଇବେ ଯେ ଆପଣଙ୍କୁ ଏହି ଚାକିରୀ ରେ କାହିଁକି ରଖାଯିବ l ଯଦି ଅପାଙ୍କ ଉତର କମ୍ପାନୀ ପସନ୍ଦ କରିବ ତେବେ ଆପଣଙ୍କୁ ଚାକିରୀଟୀ ସୁନିଶ୍ଚିତ ଭାବରେ ମିଳିବ l

Comments are closed.