Odisha news

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ହଟାଇବା ପାଇଁ ସମସ୍ତ ବିରୋଧୀ ଦଳ ଏକଜୁଟ୍‌ : ଶୁକ୍ରବାର ପାକ୍‌ ସଂସଦରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା

ଅସିଫ୍‌ ଅଲି ଜର୍ଦାରୀ ହୋଇପାରନ୍ତି ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

0

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ହଟାଇବା ପାଇଁ ଏବେ ସମସ୍ତ ବିରୋଧୀ ଦଳ ଏକଜୁଟ୍‌ ହୋଇଛନ୍ତି ଏବଂ ଆସନ୍ତା ଶୁକ୍ରବାର ଦିନ ସଂସଦରେ ଇମ୍ରାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ସ୍ଥିର କରାଯାଇଛି। ପାକିସ୍ତାନର ବିରୋଧୀ ଦଳ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ୍‌ ମୁଭ୍‌ମେଣ୍ଟ (ପିଡିଏମ୍‌) ଏ ନେଇ ସବୁ ପ୍ରସ୍ତୁତି ସାରିଛି ଏବଂ ଏହି ପ୍ରସଙ୍ଗରେ ପାକିସ୍ତାନ ପୁପୁଲ୍ସ ପାର୍ଟି (ପିପିସି), ପିଏମ୍‌ଏଲ୍‌-ଏନ୍‌, ପିଏମ୍‌ଏଲ୍‌-କ୍ୟୁ ସମେତ ଅନ୍ୟ ସମସ୍ତ ବିରୋଧୀ ଦଳ ସହମତି ପ୍ରକାଶ କରିଛନ୍ତି ବୋଲି କୁହାଯାଇଛି।

ପିଏମ୍‌ଏଲ୍‌-ଏନ୍‌ ନେତା ନୱାଜ୍‌ ସରିଫ୍‌ ଏବେ ନେତୃତ୍ବ ନେବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ବେଳେ ପିପିପିର ଅସିଫ୍‌ ଅଲି ଜର୍ଦାରୀଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଯୋଜନା ହେଉଛି। ପିଏମ୍‌ଏଲ୍‌-ଏନ୍‌ ଉପସଭାପତି ମରିୟମ ନୱାଜ କହିଛନ୍ତି, ପ୍ରଧାନମନ୍ତ୍ରୀ ପଦରୁ ତୁରନ୍ତ ଇମ୍ରାନଙ୍କୁ ହଟାଇବା ପାଇଁ ବିରୋଧୀ ଦଳମାନଙ୍କ ନିମନ୍ତେ ଏହା ପ୍ରକୃଷ୍ଟ ସମୟ। ଏଥିରେ ବିଳମ୍ବ ହେଲେ ଲୋକଙ୍କ ଭରସା ବିରୋଧୀ ଦଳମାନଙ୍କ ଉପରୁ ତୁଟିଯିବ ବୋଲି ସେ କହିଛନ୍ତି।

Leave A Reply