ନୂଆଦିଲ୍ଲୀ : ପାକିସ୍ତାନର ଗୋଟିଏ ବିଶ୍ୱବିଦ୍ୟାଳୟ ଦ୍ୱାରା ଦୁଇଜଣ ଛାତ୍ରଙ୍କ ଉପରେ ସଂଗୀତ ଶୁଣିବାକୁ ନେଇ ୫ ହଜାର ତାଙ୍କର ଜୋରିମାନା ଲଗାଯାଇଛି l ଏହି ଜୋରିମାନା ଗୋମାଲ ବିଶ୍ୱବିଦ୍ୟାଳୟ ଦ୍ୱାରା ଲଗାଯାଇଛି l ବିଶେଷ ଭାବରେ କହିବାକୁ ଗଲେ ଜୋରିମାନାକୁ ନେଇ ଇଂରାଜୀରେ ଯେଉଁ ନୋଟିସ ଲେଖା ଯାଇଛି ତାହା ବର୍ତମାନ ସାମାଜିକ ଗଣମାଧ୍ୟମରେ ପ୍ରଶଂସା ସାଉଣ୍ଟୁଛି l ସେହି ପ୍ରଶଂସା ପୁଣି ଥଟା ମଜାର ପ୍ରଶଂସା l ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି ଏହିପରି ନୋଟିସ ଲେଖୁଥିବା ଅଧିକାରୀଙ୍କ ଉପରେ କିଏ ଜୋରିମାନା ଲଗାଇବ l
ପାକିସ୍ତାନରେ ଗଣମାଧ୍ୟମ ତଥ୍ୟ ଅନୁସାରେ ଯେଉଁ ଦୁଇଜଣ ଛାତ୍ରଙ୍କ ଉପରେ ଜୋରିମାନା ଲଗାଯାଇଛି ସେମାନେ ବିଶ୍ୱବିଦ୍ୟାଳୟର ICIT ବିଭାଗର ଅଟନ୍ତି l ଏହି ବିଭାଗର ମୁଖ୍ୟଙ୍କ କହିବା ଅନୁସାରେ ଏହି ଦୁଇ ଛାତ୍ର ଯେଉଁ ସମୟରେ ସଂଗୀତ ଶୁଣୁଥିଲେ ସେହି ସମାୟରେ ବିଶ୍ୱବିଦ୍ୟାଳୟ ପରିସରରେ ଅନ୍ୟ କ୍ଲାସ ମଧ୍ୟ ଚାଲିଥିଲା l
ଚ୍ୟାରମ୍ୟାନଙ୍କ କହିବା ଅନୁସାରେ ଉଭୟ ଛାତ୍ରଙ୍କୁ ସଂଗୀତ ପାଇଁ ବାରଣ କରାଯିବ ପରେ ମଧ୍ୟ ସେମାନେ ଶୁଣି ନଥିଲେ l ଏହା ପରେ ସେମାନଙ୍କ ଉପରେ ଜୋରିମାନା ଲଗାଯାଇ ୫ହଜାର ଟଙ୍କା ଦେବାପାଇଁ ବାଧ୍ୟ କରାଯାଇଥିଲା l
ବିଶ୍ୱବିଦ୍ୟାଳୟର ଅଧିକାରୀ କହିଛନ୍ତି ଯେ ଯେଉଁ ଛାତ୍ରମାନେ ଅସାମାଜିକ କାର୍ଯ୍ୟରେ ସାମିଲ ରହିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ଏହା ପୂର୍ବରୁ ଅଧିକାଂଶ ଛାତ୍ରଙ୍କୁ ସାମାଜିକ କିମ୍ବା ରାଜନୈତିକ ସଂଗଠନର ଗତିବିଧିରେ ସାମିଲ ହେବ କାରଣରୁ କିମ୍ବା ସାମାଜିକ ଗଣମାଧ୍ୟମରେ କୌଣସି ପ୍ରକାରର ଭିଡିଓ ଅପଲୋଡ଼ କରିବା କାରଣରୁ ନିଷ୍କାସିତ କରାଯାଇଛି l ଗତ ସପ୍ତାହରେ ମଧ୍ୟ ଲାହୋର ବିଶ୍ୱବିଦ୍ୟାଳୟରେ ପ୍ରେମ ନିବେଦୟାନକୁ ନେଇ ଜଣେ ଛାତ୍ର ଓ ଛତ୍ରିଙ୍କୁ ମଧ୍ୟ ନିଷ୍କାସିତ କରାଯାଇଥିଲା l ପ୍ରାୟ ଅଧିକାଂଶ ଦିନ ପାକିସ୍ତାନର ଅନେକ ବିଶ୍ୱବିଦ୍ୟାଳୟରେ ଏହିଭଳି ଘଟଣା ଘଟି ଚାଲିଛି କିନ୍ତୁ ବର୍ତ୍ତମାନ ନୋଟିସଟି ସମ୍ପୂର୍ଣ୍ଣ ଭୁଲରେ ଲେଖା ଯାଇଥିବାକୁ ନେଇ ଚର୍ଚାର ବିଷୟ ହେଉଛି l
Comments are closed.