ନୂଆଦିଲ୍ଲୀ : ଚୀନ ସାହିତ ଭାରତର ଆନ୍ଦୋଳନ ଚାଲିଥିବା ସମୟରେ ପାକିସ୍ତାନୀ ସେନାର ମେଜର ଜେନେରାଲ ଅୟମାନ ବିଲାଲଙ୍କର ବଡ଼ ବୟାନ ସାମ୍ନାକୁ ଆସିଛି l ସବୁଠାରୁ ବଡ଼ କଥା ହେଲା ବଲୁଚ ମାନଙ୍କର ଆନ୍ଦୋଳନ ଦ୍ୱାରା ଚୀନର ଚିନ୍ତା ବଢୁଛି l ପାକିସ୍ତାନ ସେନାର ମେଜର ବିଲାଲ ବଲୁଚିସ୍ତାନରେ କହିଛନ୍ତି ଚୀନର ଭୂମିକା ଓ ସମର୍ଥନ ଏଠାରେ ରହିଛି l ମେଜର ବିଲାଲ କହିଛନ୍ତି ମତେ ଚୀନ ଏଠାରେ ବଲୁଚ ମାନଙ୍କୁ ଦମନ କରିବା ପାଇଁ କହିଛି l ଯଦି FATF ର ବିପଦ ଟଳିଗଲା ,ତେବେ ଆମେ ଇରାନ ଭିତରକୁ ଯିବୁ ଓ କାର୍ଯ୍ୟାନୁଷ୍ଠାନ କରିବୁ l ଇରାନ ପାକିସ୍ତାନର ସବୁଠୁ ବଡ଼ ଶତ୍ରୁ ଅଟେ ,ଯାହାର ସିଧା ପ୍ରଭାବ ବଲୁଚିସ୍ଥାନର ଅସ୍ଥିରତା ଅଟେ l
ଭି ଆହୁରି ମଧ୍ୟ କହିଛନ୍ତି ତୁର୍ବତ ସ୍ଥିତ FC ମୁଖ୍ୟାଳୟରେ ସ୍ଥାନୀୟ ଏଜେଣ୍ଟ ଓ ଗୁଇନ୍ଦା ବିଭାଗ ସହିତ ସ୍ୱତନ୍ତ୍ର ବୈଠକ କରାଯାଇଛି l ମିଳିଥିବା ସୂଚନା ଅନୁସାରେ ମେଜର ବିଲାଲ ଚୀନର ଭୂମିକାକୁ ଖୋଲାଖୋଲି ଭାବରେ ସ୍ୱୀକାର କରିଛନ୍ତି l ସେ କହିଛନ୍ତି ତାଙ୍କ ପାଖରେ ଦୀର୍ଘ ୩୦ ବର୍ଷର ବଲୁଚିସ୍ତାନରେ କାମ କରିବାର ଅଭିଜ୍ଞାତା ରହିଛି l ମେଜର ବିଲାଲ କହିଛନ୍ତି ମୁଁ ମୋର ଅନୁଭବକୁ ନେଇ ମୋଟା ବେତନ ପାଉଛି ଓ ବଲୁଚ ଆନ୍ଦୋଳନକୁ ଦମନ କରିବା ପାଇଁ ମତେ ୬ ମାସ ସମୟ ଦିଆଯାଇଛି l ଚୀନ ମତେ ବେତନ ଓ ମୋଟା ଅଙ୍କର ରାଶି ପରିତୋଷ କରାଇଛି l ମତେ ଅଧିକାରୀଙ୍କ ଭାବରେ ନିଜ ଅଞ୍ଚଳର ହିତପାଇଁ ଓ CPEC ବିରୁଦ୍ଧରେ ଇରାନର ଷଡ଼ଯନ୍ତ୍ରକୁ ବିଫଳ କରିବା ପାଇଁ ମୁତୟନ କରାଯାଇଛି l
