ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉଦଯାପିତ : ସମ୍ବର୍ଦ୍ଧିତ ହେଲେ ପଦ୍ମଶ୍ରୀ ଟାଡିସରୁବାଈ ଓ ଅନ୍ୟାନ୍ୟ ପ୍ରତିଭ
ଫୁଲବାଣୀ : ମହାତ୍ମା ଗ୍ାନ୍ଧୀଙ୍କ ମହାପ୍ରୟାଣ ଦିବସ ଅବସରରେ ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘ ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତି କାର୍ଯ୍ୟକ୍ରମର ଉଦ୍ୟାପନ ଉତ୍ସବ ପାଲିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ପ୍ରଫେସର ଓ ଗାନ୍ଧୀବାଦି ପି୍ରତୀଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ୍େୟାଗ ଦେଇ ଆଜିର ସମୟରେ ମହାତ୍ମାଙ୍କ ବିଂଚାରଧାରାର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ । ଅନ୍ୟତମ ଆଲେଚକ ଭାବେ ଅରୁପ କୁମାର ଜେନା ଯୋଗଦେଇଥିଲେ । ମହସଙ୍ଘର ସଭାପତି ରବୀନ୍ଦ୍ରନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ବକ୍ତା ମାନେ ଯୋଗ ଦେଇ ରାଷ୍ଟ୍ରପିତାଙ୍କ ଜୀବନ ଓ ଆଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ । ଏ ଅବସରରେ ଆମର ଶିକ୍ଷାନୀତି ଓ ଗାନ୍ଧୀ ବିଚାରଧାରେ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିôଥି ସ୍ୱେଚ୍ଛାସେବୀ ମହାସଂଘର ସ୍ମରଣୀକା ‘ଗାନ୍ଧୀ ବିଚାର’ ଉନ୍ମୋଚିତ କରିଥିଲେ । ପ୍ରଫେସର ପ୍ରିତିଶ ଆଚାର୍ଯ୍ୟଙ୍କ ରଚିତ ପୁସ୍ତକ ‘ଗାନ୍ଧୀ ହତ୍ୟାର ଅନ୍ତରାଳେ’ ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ଲୋକାର୍ପିତ ହୋଇଥିଲା । ଏହି ଅବସରରେ ମହାସଂଘ ପକ୍ଷରୁ ବିିଭିନ୍ନ ଦିଗ ଉପରେ ଆଲେଚାନା ହୋଇଥିବା ବେଳେ ଅପରାହ୍ନରେ ଏହାର ଉଦ୍ୟାପନି ଉତ୍ସବ ଅନୁଷ୍ଠିତ ହୋଇଥିଲା । ମହାସଂଘର ସଭାପତି ରବିନ୍ଦ୍ରନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆବାହକ ଅଶୋକ ପରିଡ଼ା , ବନବାସୀ ସଂଗଠନର ସଂପାଦକ ଉତ୍ସବ ଚନ୍ଦ୍ର ଜେନା , ଗାନ୍ଧୀବାଦି ପି୍ରତୀଶ ଆଚାର୍ଯ୍ୟ , ବନମାଳି ଦାସ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ବନବାସୀ ସେବା ସମିତିର କଳାକାର ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ଅତିଥିମାନେ ବିିଭିନ୍ନ ଦିଗ ଉପରେ ଉଦ୍ବୋଧନ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ , ଫୁଲବାଣୀର ଅନ୍ୟତମ ସମାଜସେବୀ ଅନୁଷ୍ଠାନ ଟିମ୍ ହ୍ୟୁମାନିଟି ସମେତ ଅନ୍ତରଙ୍ଗ ଯୁବକ ସଂଘ , ୟୁଥ୍ ଫର୍ ଚେଞ୍ଜ ଓ ଟିମ୍ ସଂକଳ୍ପ ଭଳି ବିଭିନ୍ନ ସଂଗଠନ ସହିତ ସାମ୍ବାଦିକ ଅଶୋକ ମହାନ୍ତି , ସୁଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ସମେତ ବହୁ ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ସ୍ୱେଚ୍ଛାସେବୀ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱେଚ୍ଚାସେବି ମହାସଂଘର ଉପଦେଷ୍ଟା ଏବଂ ଅକ୍ସଫାମର ଅନୀଲ ପ୍ରଧାନ ପ୍ରମୂଖ ମଂଚାସୀନ ଥିଲେ । ରାଷ୍ଟ୍ରପିତାଙ୍କ ତିରୋଧାନ ଦିବସ ଅବସରରେ ଅତିଥି ମାନେ ମହାତ୍ମାଙ୍କ ପ୍ରତିମୁର୍ତୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରଦିପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟ୍ରକ୍ରମ ପରିଚାଲନାରେ ଅଶୋକ ପ୍ରଧାନ,ଲିଙ୍ଗରାଜ ପ୍ରଧାନ,ହରିଶଂକର ରାଉତ,ରବୀନ୍ଦ୍ର ସାହୁ,ପଂଚାନନ ମିଶ୍ର ଓ ଅମିତ ନାୟକ , ଭଗବାନ ଜେନା ଓ ସ୍ୱେଚ୍ଛାସେବୀ ସଂଗଠନର ସମସ୍ତ ସଦସ୍ୟ ଓ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।