Odisha news

ପାକିସ୍ତାନରେ କରୋନା ସମୟରେ ଡାକ୍ତର ଖାନାରୁ ଅକ୍ସିଜେନ ସିଲିଣ୍ଡର ନେଇ ପଳାଇଲେ ଚୋର

0

ନୂଆଦିଲ୍ଲୀ  – ପାକିସ୍ତାନର ଅବସ୍ଥା ସହିତ ଆପଣ ମାନେ ସମସ୍ତେ ଅବଗତ ଅଛନ୍ତି , କିନ୍ତୁ ଆପଣ କଣ ଜାଣିଛନ୍ତି କି ସେଠାରେ ରାସନ ପରେ ବର୍ତମାନ ଡାକ୍ତର ଖାନା ରୁ ଅକ୍ସିଜେନ ସିଲିଣ୍ଡର ଚୋରି ହେବାକୁ ଲାଗିଛି l ଦରିଦ୍ରତା ଭିତର ଦେଇ ଗତି କରୁ ଥିବା ପାକିସ୍ତାନ ରେ କରୋନା ମହାମାରୀ କୌଣସି ବିପଦ ଠାରୁ କମ ନୁହେ l  ମିଳିଥିବା ସୂଚନା ଅନୁସାରେ କିଛି ଅଜ୍ଞାତ ଲୋକ କରାଚୀ ର ଏକ ସରକାରୀ ଡାକ୍ତର ଖାନା ରେ ପଶି ୩ ଶହ ଟି ଅକ୍ସିଜେନ ସିଲିଣ୍ଡର ଓ ୧୦୦ ରୁ ଅଧିକ କୁଲର  ଚୋରି କରି ଫେରାର ହୋଇଯାଇଛନ୍ତି l

ପୋଲିସ କୁ ଏହି ଖବର ମିଳିବା ପରେ ସେଠାରେ କୋଳାହଳ ଆରମ୍ଭ ହୋଇଯାଇଥିଲା l  କରାଚୀ ର ପୋଲିସ ଦିନ ରାତି ଚୋର ମାନଙ୍କୁ ଖୋଜିବାରେ ଲାଗିଛି l  କରୋନା ମହାମାରୀକୁ ନେଇ ପୂର୍ବରୁ ପାକିସ୍ତାନର ଡାକ୍ତର ଖାନା ରେ ଅନେକ ଅବ୍ୟବସ୍ଥା ଥିବାର ସୂଚନା ମିଳିଥିଲା l ଚୋର ମାନଙ୍କର ଏହି ପ୍ରକାର କାର୍ଯ୍ୟ କଳାପ ଆଉ ଥରେ ଇମ୍ରାନ ସରକାରଙ୍କୁ ସୋସିଆଲ ମିଡ଼ିଆ ରେ ହାସ୍ୟାସ୍ପଦ ର ପାତ୍ର କରିଦେଇଛି l  ଏହି ଘଟଣାଟି ଅକ୍ଟୋବର ୨୨ ତାରିଖରେ ଘଟିଥିଲେ ମଧ୍ୟ ପୋଲିସ ବର୍ତମାନ ଶୁଦ୍ଧ ଚୋରା ମାନଙ୍କୁ ଧରିବାରେ ବିଫଳ ହୋଇଛି l

Leave A Reply