ନୂଆଦିଲ୍ଲୀ : ପାକିସ୍ତାନରେ ଇମ୍ରାନ୍ ଖାନଙ୍କ ସରକାର ବର୍ତ୍ତମାନ ଗୋଟିଏ ତୋଫାନର ସାମ୍ନା କରୁଛି l ଇମ୍ରାନ୍ ସରକାରର ବର୍ତ୍ତମାନ ମାତ୍ର ୨.୫ ବର୍ଷ କାର୍ଯ୍ୟକାଳ ପୁରା ହୋଇଛି l କିନ୍ତୁ ତାଙ୍କର ଗାଡି ଉପରେ ବଡ଼ ବିପଦ ମାଡି ଆସୁଥିବାର ଦେଖା ଦଉଛି l ପାକିସ୍ତାନର ଇତିହାସରେ ପ୍ରଥମଥର ଏହା ଦେଖିବାକୁ ମିଳୁଛି ଯେ ସେନା ଓ ସରକାରଙ୍କ ବିରୁଦ୍ଧରେ ବିପକ୍ଷ ଦଳ ଏକଜୁଟ ହୋଇ ଯାଇଛନ୍ତି l ଇମ୍ରାନ୍ ଖାନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଓ ରାଜନୀତିରେ ସେନା ମାନଙ୍କର ହସ୍ତାକ୍ଷପକୁ ନେଇ ବିରୋଧ କରିବା ପାଇଁ ବିପକ୍ଷ ଦଳ ପାକିସ୍ତାନ ଡେମୋକ୍ରାଟିକ ମୁଭମେରଣ୍ଟ ନାମରେ ଗୋଟିଏ ନୂଆ ଗଟବନ୍ଧନ ମଧ୍ୟ ତିଆରି କରି ସାରିଲେଣି l
ଏହି ଗଠବନ୍ଧନ ନବାଜ ସରିଫଙ୍କର ପାକିସ୍ତାନ ମୁସଲିମ୍ ଲିଗ ,ପାକିସ୍ତାନ ପିପୁଲସ୍ ପାର୍ଟି ,ଜମାୟତ ଉଲେମା -ଏ -ଇସ୍ଲାମ ଫଜଲ ଇତ୍ୟାଦି ପାର୍ଟି ସାମିଲ ହୋଇଛନ୍ତି l ଏହା ବ୍ୟତୀତ ,ବଲୁଚିସ୍ତାନ ନେସନାଲ ପାର୍ଟି ଓ ପସ୍ତୁନ ମୁଭମେଣ୍ଟ ଭଳି କିଛି ଛୋଟ ଦଳ ମଧ୍ୟ ସାମିଲ ହୋଇଛନ୍ତି l ଏହି ଗଠବନ୍ଧନ ପକ୍ଷରୁ ସରକାରଙ୍କ ବିରୋଧରେ ଦୁଇଟି ରାଲି ଆୟୋଜିତ ହୋଇ ସାରିଲାଣି ,ଯେଉଁଥିରେ କରୋନା ମହାମାରୀକୁ ଖାତିରି ନକରି ହଜାର ହଜାର ସଂଖ୍ୟାରେ ଲୋକମାନେ ଏକଜୁଟ ହୋଇଥିଲେ l ଏହି ରାଲି ପୂର୍ବରୁ ଅଧିକାଂଶ ନେତା ଓ କାର୍ଯ୍ୟକର୍ତାଙ୍କୁ ଗିରଫ କରାଯାଇଥିଲା l
ଯେତେବେଳେ ଇମ୍ରାନ୍ ଖାନ ନୂଆ ସରକାର ତିଆରି କରିଥିଲେ ସେତେବେଳେ ସେ ଜନସାଧାରଣଙ୍କୁ ନୂଆ ପାକିସ୍ତାନର ସ୍ବପ୍ନ ଦେଖାଇଥିଲେ ,କିନ୍ତୁ ବର୍ତ୍ତମାନର କାର୍ଯ୍ୟକାଳ ଅଢେଇ ବର୍ଷ ପୁରିଲାଣି ଜଣାନ୍ତାଙ୍କୁ ବେରୋଜଗାରୀ ,ଦରଦାମ ବୃଦ୍ଧି ,ବିଜୁଳି ବିଲ ବୃଦ୍ଧି ,ବ୍ୟବସାୟରେ ଅସୁବିଧା ଇତ୍ୟାଦିର ସମ୍ମୁଖୀନ ହେବାକୁ ପଡୁଛି l ନିକଟରେ ପାକିସ୍ତାନର ପୂର୍ବ ସେନା ଅଧିକାରୀ ବାଜବା ଭ୍ରଷ୍ଟାଚାର କରିଥିବା ଆରୋପରେ ଇସ୍ତଫା ଦେଇଛନ୍ତି ,ବର୍ତ୍ତମନ ମଧ୍ୟ ସେ CPEC ର ଚୟାରମ୍ୟାନ ରହିଛନ୍ତି l ଇମ୍ରାନ୍ ଖାନ ନ୍ୟାୟପ୍ରିୟ ,ସମୃଦ୍ଧ ଓ କଲ୍ୟାଣକାରୀ ପାକିସ୍ତାନ ତିଆରି କରିବା ପାଇଁ ପ୍ରତିଶୃତି ଦେଇଥିଲେ ,ଯାହା ଏବେ କଥାରେ ହିଁ ରହି ଯାଇଛି ଓ ପାକିସ୍ତାନ ଜନତାଙ୍କର ଆସ ପାଣି ଫୋଟକା ଭଳି ମିଳାଇ ଯାଇଛି l