Odisha news

କାଙ୍ଗାଳ ପାକିସ୍ତାନରୁ ଅସ୍ତ୍ର କିଣିଲା ବଙ୍ଗଳାଦେଶ , ପଇସା ଡୀଲ ଶୁଣିଲେ ଲାଗିବ ଆଶ୍ଚର୍ଯ୍ୟ

0

ଏହି ସମୟ ଦୁନିଆରେ ବଙ୍ଗଳାଦେଶ ରେ ଚାଲିଥିବା ଅଶାନ୍ତି ଓ ମାନବାଧିକାର ର ଉଲଂଘନ ମାମଲା ଚର୍ଚାରେ ରହିଛି, ଏଠାରେ ହିନ୍ଦୁ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚାଲିଛି l ଦେଶର ଜନସଂଖ୍ୟାର ମାତ୍ର ୮ ପ୍ରତିଶତ ହିନ୍ଦୁ ଅଟନ୍ତି ଏବଂ ଏମାନଙ୍କ ଉପରେ ଚରମପନ୍ଥୀ ମାନେ ଅତ୍ୟାଚାର କରିବାକୁ ପଛାଉ ନାହାନ୍ତି l ଅନ୍ୟ ପକ୍ଷରେ ଭାରତର ବିରୋଧୀ ଦେଶ ପାକିସ୍ତାନ ଦରିଦ୍ରତା ର ଖରାପ ସମୟ ରେ ଗତି କରୁଛି l ଏବଂ ଏହି ସମୟ ରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରର ସଉଦା ର ଖବର ସାମ୍ନାକୁ ଆସିଛି l ବିଶେଷ କଥାଟି ହେଲା ବଙ୍ଗଳାଦେଶ ପାକିସ୍ତାନ ନିକଟରୁ ଅସ୍ତ୍ର କିଣୁଛି l

ପାଖାପାଖି ୫୨ ବର୍ଷ ପରେ ପାକିସ୍ତାନ ଓ ବଙ୍ଗଳାଦେଶ ମଧ୍ୟରେ ଅସ୍ତ୍ରର ସଉଦା ହୋଇଛି, ହତିଆର ନେଇ ପାକିସ୍ତାନ ରୁ ବଙ୍ଗଳାଦେଶ ରେ ଜାହାଜ ପହଂଚିଛି l ସବୁଠୁ ମଜା କଥା ହେଲା ଏହି ଡୀଲ ଦୁଇ ଦେଶକୁ ହାସ୍ୟାସ୍ପଦ ର ଶିକାର କରାଇଛି l

କଥାଟି ହେଉଛି ବଙ୍ଗଳାଦେଶ ର ୟୁନୁସ ସରକାର ଙ୍କ କୁହାଗଲା ସେନା ଙ୍କ ନିକଟରେ ଆଉ ଗୋଳାବାରୁଦ ନାହିଁ, ଏହାପରେ ୟୁନୁସ ସରକାର ବିଭିନ୍ନ ଦେଶ ଙ୍କ  ସହିତ କଥା ହୋଇଥିଲେ ମଧ୍ୟ ବଙ୍ଗଳାଦେଶ ର ସ୍ଥିତିକୁ ଦେଖି କେହି ସାହାଯ୍ୟ କରିନଥିଲେ l ଏହାପରେ ବଙ୍ଗଳାଦେଶ ପାକିସ୍ତାନ ସହିତ କଥା ହୋଇଥିଲା ଏବଂ ତୁରନ୍ତ କାଙ୍ଗାଳ ପାକିସ୍ତାନ ରାଜି ହୋଇଗଲା, କିନ୍ତୁ ଦରିଦ୍ର ପାକିସ୍ତାନ ର ଗୋଟିଏ ସର୍ତ୍ତ ଥିଲା, ସର୍ତଟି ହେଲା ସେ ପ୍ରଥମେ ପଇସା ନେବ ଓ ପରେ ଅସ୍ତ୍ର ପଠାଇବ l  ସବୁଠୁ ଆଶ୍ଚର୍ଯ୍ୟ ର କଥାଟି ହେଉଛି ଜାହାଜ ଟି ସମୁଦ୍ର ମାର୍ଗରେ ଅସ୍ତ୍ର ଓ ଗୋଳାବାରୁଦ ନେଇ ବନ୍ଦଳାଦେଶ ରେ ପହଂଚି ଯାଇଛି ସତ କିନ୍ତୁ ସେଥିରେ କେତେ ପରିମାଣ ର ଅସ୍ତ୍ରଶସ୍ତ୍ର ଅଛି କେହି ଜାଣନ୍ତି ନାହିଁ l

Leave A Reply