ବାଲିପାଟଣା : ଚଳିତବର୍ଷ ଖରିଫ୍ ଋତୁପାଇଁ ଚାଷୀଙ୍କ ଠାରୁ ସରକାରୀ ମଣ୍ଡିରେ ଧାନକିଣା ପ୍ରକ୍ରୀୟା ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକରେ ପ୍ରଥମ କରି ଦୁଇଟି ସ୍ଥାନରେ ଆରମ୍ଭ ହୋଇଛି । ସ୍ଥାନୀୟ ଗାରେଡି ପାଚଂଣ ସେବା ସମବାୟ ସମିତି ଦ୍ୱାରା ଆୟୋଜିତ ମଣ୍ଡିକୁ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢ଼ାଲି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଚଂ ସୈାମ୍ୟରଂଜନ ମହାନ୍ତି, ଏ.ଆର.ସି. ଏସ୍ ସ୍ନିଗ୍ଧାରାଣି ଶତପଥି, ଏ.ସି.ଏସ୍ .ଓ ଗାୟତ୍ରୀ ପଟ୍ଟନାୟକ, ଯୋଗାଣ ଅଧିକାରୀ ଦେବଶ୍ମୀତା ମଲ୍ଲିକ, ପ୍ରଶାସକ ସଂଜୟ କଅଁର, ସମିତି ସମ୍ପାଦକ ଶୁଶିଲ୍ କୁମାର ପଣ୍ଡା, ସହକାରୀ କୃଷି ଅଧିକାରୀ ବିଭୁ ପ୍ରସାଦ ସାହୁ, ଓ ଧାନ କିଣୁଥିବା ମିଲ୍ ମା’ ଶାନ୍ତି ପ୍ୟାଡି ପ୍ରୋକିୟୋର ପ୍ରା.ଲିଃ. ର ମାଲିକ ଶୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଏଠାରେ ମୋଟ ୪ ଜଣ ଚାଷୀଙ୍କ ଠାରୁ ୧୪୫ କ୍ୱିଂଟାଲ ଧାନ କିଣା ଯାଇଥିଲା । ସେହିଭଳି ପମ୍ପାଲୋ ପଚାଂୟତର ସରାଟ ସେବା ସମବାୟ ସମିତି ଠାରେ ଅନୁଷ୍ଠିତ ମଣ୍ଡିକୁ ସରପଚଂ ବିଜୟ ଲକ୍ଷ୍ମୀ ପାଇକରାୟ ଓ ସମତି ସଭ୍ୟ ରମେଶ ଚନ୍ଦ୍ ସାହାଣି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିର ସମ୍ପାଦକ ପ୍ରଭୁପ୍ରସାଦ ଜେନା, ଭାରପ୍ରାପ୍ତ ଅଧିକାରୀ ସଂଜୟ କଅଁର, ଭି.ଏ.ଡବ୍ଲୁ ଦିବାକର ସେଠୀ, ସହଯୋଗୀ ସୁଜିତ୍ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏଠାରୁ ୧୭ ଜଣ ଚାଷୀଙ୍କ ଠାରୁ ୫୫୦ କ୍ୱିଂଟାଲ ଧାନ କ୍ରୟ କରାଯାଇଥିଲା । ଏ ସବୁ ମଣ୍ଡି କାର୍ଯ୍ୟ ଜିଲ୍ଲା ସି.ଏସ.ଓ ଅନନ୍ତ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସୂଚାରୁ ରୁପେ ଚାଲୁଥିବା ଜଣା ପଡିଛି । ଏଠାରୁ ମଧ୍ୟ ମା’ ଶାନ୍ତି ଧାନ କିଣିଥିଲା ।