Odisha news

OYO ହୋଟେଲ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ର ରହସ୍ୟ କଣ ? କଣ ଆଜିର ଯୁବକ ମାନଙ୍କ ପାଇଁ ଜୀବନ ହାରିବା ଗୋଟିଏ ମାଧ୍ୟମ ହୋଇ ରହିଯାଇଛି ?

0

ଏହି ଘଟଣା ଗଜିୟାବାଦ ର ଇନ୍ଦିରାପୁରମ ସ୍ଥିତ ଶକ୍ତି ଖଣ୍ଡ 3 ରେ ଥିବା OYO ହୋଟେଲ ର, ଏହି ହୋଟେଲ ର ରୁମ ନମ୍ବର -203 ର କବାଟ ଟି ଯେତେବେଳେ ଖୋଲିଲା ସାମ୍ନା ର ଦୃଶ୍ୟ ଦେଖି ସମସ୍ତେ ହତବାକ ହୋଇ ରହି ଯାଇଥିଲେ, ସାମ୍ନା ରେ ଜଣେ ୨୭ ବର୍ଷୀୟ ଯୁବକ ବେଡ଼ସିଟ ବେକରେ ଲଗାଇ ଝୁଲୁଥିଲା, ବିଛଣା ଉପରେ ଲାପଟପ ଥିଲା, ମୋବାଇଲ ଥିଲା ଏବଂ ମଦ ବୋତଲ ଥିଲା, ଯାହାକି ଗୋଟିଏ ବିଶେଷ ଘଟଣାକୁ ଦର୍ଶାଇଥିଲା l

ମୃତକ ଯୁବ ଇଂଜିନିୟର ଙ୍କ ନାମ ରଜତ ପ୍ରତାପ ସିଂହ ଭାଟି , ଏବଂ ମିରଟ ରାକ୍ଷାପୁରମ ବାସିନ୍ଦା ଅଟନ୍ତି, ନୋଏଡା ରେ ଗୋଟିଏ ସଫଟୱେର ଇଂଜିନିୟର ଭାବରେ କାର୍ଯ୍ୟରତ ଥିଲେ, ଏବଂ ମାସିକ ଆୟ ଥିଲା ୧.୨୫ ଲକ୍ଷ l ପୋଲିସ ଯାଞ୍ଚ ରୁ ଜାଣିବାକୁ ପାଇଥିଲା ଯେ ରଜତ ନଭେମ୍ବର ୨ରେ ଏଠାରେ ଆସି ରହିଥିଲେ l

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ସଫ୍ଟୱେୟାର କମ୍ପାନୀ ରେ କାର୍ଯ୍ୟରତ ଥିବା ଯୁବ ଇଂଜିନିୟର ଭଲ ଦରମା ପାଇ ଖୁସିରେ ଜୀବନ ବଞ୍ଚୁଥିଲା , କିନ୍ତୁ କାହିଁକି ଅଚାନକ ଭାବରେ ଏଭଳି ଆତ୍ମହତ୍ୟା କରିବାର ପଦକ୍ଷେପ ନେଲା ? ଯେତେବେଳେ ମିରଟ ରେ ଏହି ଖବର ପହଞ୍ଚିଥିଲା ମାତାପିତା ଭାଙ୍ଗି ପଡ଼ିଥିଲେ ଓ କହିଥିଲେ ରଜତ ମେଂଟାଳୀ ଖୁବ ଷ୍ଟ୍ରଙ୍ଗ ଥିଲା l କିନ୍ତୁ ସମ୍ପର୍କୀୟ ମାନେ କିଛି ଅଲଗା କହିଥିଲେ ଯେ ଗତ କିଛି ମାସ ହେଲାଣି ରଜତ ଘରକୁ ଠିକ ଭାବରେ ପଇସା ପଠାଉ ନଥିଲା ଏବଂ ଲାଗୁଚି ଏହା କି ସେ କୌଣସି ଝିଅ ଚକର ରେ ପଡି ଯାଇଥିଲା l

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଆଜିର ଯୁବ ସମାଜ ଆତ୍ମହତ୍ୟା ଭଳି ଗୋଟିଏ ମାଧ୍ୟମ କୁ କାହିଁକି ଆପଣାଉଛନ୍ତି ? ଏଥିପାଇଁ କଣ ଯୁବ ସମାଜ ନିଜେ ଦାୟୀ ନା ଅଭିଭାବକ ମଧ୍ୟ ଦାୟୀ ? ଯେତେବେଳେ ଗୋଟିଏ ପରିବାର ର ରୋଜଗାରିଆ ପୁଅ ଏଭଳି ପଦକ୍ଷେପ ନେଇଥାଏ ସେତେବେଳେ ପରିବାର ସଦସ୍ୟ ଙ୍କ ମନର ସ୍ଥିତି କିପରି ରହିଥାଏ ? ଏହାକୁ ପ୍ରତ୍ୟେକ ସନ୍ତାନ ବୁଝିବା ଜରୁରୀ ନୁହେଁ କି ? କଣ ଗୋଟିଏ ବାହାର ଝିଅ ପତମାତା ଙ୍କ ଅପେକ୍ଷା ଏତେ ଅଧିକ ଗୁରୁତ୍ୱପୂର୍ଣ ହୋଇଯାଇଥାଏ ଯୁବକ ମାନଙ୍କ ଜୀବନ ରେ ?

ଥରେ ଭାବିଲେ ଦେଖି ୯ ମାସ ଗର୍ଭ ରେ ଏବଂ ଜନ୍ମ ଦେବାର ଏତେ ବର୍ଷ ପର୍ଯ୍ୟନ୍ତ ଲାଳନ ପାଳନ କରିଥିବା ପିତାମାତା ଙ୍କ ଉପରେ କଣ ବିତୁ ଥିବ ? ଥରୁଟିଏ ଆଜିର ଯୁବ ସମାଜ ଭାବି ଦେଖିବା ଜରୁରୀ l

Leave A Reply