ନୂଆଦିଲ୍ଲୀ : ଆଜିକାଲି ପ୍ରାୟ ସମସ୍ତେ ଅନଲାଇନ୍ ରେ ସମସ୍ତ ଜିନିଷ ଅର୍ଡର କରୁଛନ୍ତି । ଏପରିକି ପିନ୍ଧିବା ପୋଷାକ ଠାରୁ ନେଇ ଖାଇବା ଜିନିଷ ପର୍ଯ୍ୟନ୍ତ । ନିକଟରେ ଏହିଭଳି ଗୋଟିଏ ଫୁଡ୍ ଡେଲିଭରି ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଅନଲାଇନ ରେ ଖାଦ୍ୟ ଅର୍ଡର କରିବା ଦ୍ୱାରା ତାଙ୍କୁ କଞ୍ଚା ମାଂସ ମିଳିଥିଲା । ବ୍ୟକ୍ତି ଜଣଙ୍କ ହୋଟେଲ ନାମରେ କେଶ୍ କରିଥିଲେ । ଏହାପରେ କୋର୍ଟ ନିଜ ଉକ୍ତ ବ୍ୟକ୍ତିଙ୍କୁ ୯ ଲକ୍ଷ ଟଙ୍କା ଜୋରିମାନା ଭରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏହି ଘଟଣାଟି ଇଂଲଣ୍ଡ ର ଗୋଟିଏ ସହରରୁ ଆସିଚି । ଯେଉଁଠାରେ ଗୋଟିଏ ଏସିଆନ୍ ହୋଟେଲ ସହିତ ଏହି ଘଟଣା ଘଟିଛି । ଡେଲି ଷ୍ଟାର ର ରିପୋର୍ଟ ଅନୁସାରେ ଜଣେ ବ୍ୟକ୍ତି କର୍ଣ୍ଣବୋଲ ସ୍ଥିତ ଗୋଟିଏ ଏସିଆନ୍ ବାଉଲ୍ ନାମକ ଗୋଟିଏ ଚାଇନିଜ୍ ହୋଟେଲ ରେ ଖାଇବାକୁ ପହଞ୍ଚି ଥିଲେ । ସେ ସେଠାରେ ପହଞ୍ଚିଲା ପରେ ଦେଖିବାକୁ ପାଇଥିଲେ ଯେ ସେଠାରେ ସ୍ଥିତି ଖୁବ୍ ଖରାପ୍ ଅଟେ । ସେଠାରେ ଖୁବ୍ ଅସନା ହୋଇଥିଲା ଓ କେହି କୌଣସି ନିୟମକୁ ପାଳନ କରୁ ନଥିଲେ । ସେଠାକାର ସ୍ଥିତି ଏପରି ଥିଲା ଯେ ଲାଗୁଥିଲା ଖାଇଲେ ରୋଗ ହୋଇଯିବ ।
ଏହାପରେ ସେ ସେଠାରୁ ଫେରି ଆସି ଅନଲାଇନ୍ ରେ ଚିକେନ ମୋମୋ ପାଇଁ ଅର୍ଡର ଦେଇଥିଲେ । କିଛି ସମୟ ପରେ ଉକ୍ତ ବ୍ୟକ୍ତି ଙ୍କ ଘରେ ଚିକେନ୍ ମୋମୋ ଡେଲି ଭରି ପହଞ୍ଚି ଯାଇଥିଲା । ଏହାପରେ ବ୍ୟକ୍ତି ଜଣଙ୍କ ମୋମୋ ଭିତରେ କଞ୍ଚା ମାଂସ ଦେଖିବାକୁ ପାଇଥିଲେ । ଏହାପରେ ବ୍ୟକ୍ତି ଜଣଙ୍କ ସମସ୍ତ ଘଟଣା ବେଳେ ବିଷୟରେ ଫୁଡ୍ ଅଫିସର ଙ୍କୁ ଜଣାଇ ଥିଲେ ।
ଫୁଡ୍ ଅଫିସର ମାନେ ହୋଟେଲ ଟିକୁ ଯାଇ ସମସ୍ତ ଘଟଣା ତଦାରଖ କରି ତାଙ୍କ ଉପରେ ବିଭିନ୍ନ ଧାରା ଅନୁସାରେ ଜୋରିମାନା ଲଗାଇ ଥିଲେ ।
Comments are closed.