Odisha news

ତାଲିବାନ୍ ପାଇଁ ବିଶ୍ଵ ସହିତ ଶତ୍ରୁତା କରିବ ପାକିସ୍ତାନ : କହିଲା କୌଣସି ଚାପରେ ନରହି ତାଲିବାନ୍ କୁ କରିବୁ ସହଯୋଗ

ନୂଆଦିଲ୍ଲୀ : ଆଫଗାନିସ୍ଥାନ କୁ ନିଜର ସର୍ବସ୍ବ ଦେଇ ବନ୍ଧୁତା କରିଥିବା ପାକିସ୍ତାନ ସଫା ସଫା କହି ଦେଇଛି ଯେ ତାଲିବାନ୍ କୁ ସେ ଏହିପରି ସହଯୋଗ କରୁଥିବ , ତାକୁ ସେଥିପାଇଁ ବିଶ୍ବ ସହିତ ଶତ୍ରୁତା କରିବାକୁ ପଡ଼ିଲେ ମଧ୍ୟ ପଛାଇବ ନାହିଁ । ଲାହୋର ରେ ଗୋଟିଏ ପ୍ରେସ କର୍ଣାଫାରେନ୍ସ କରି ପାକିସ୍ତାନ ର ମନ୍ତ୍ରୀ ଶେଖ୍ ରସିଦ କହିଛନ୍ତି ଯେ ” ତାଲିବାନ୍ ଆମର ଭାଇ ଓ ପଡ଼ୋଶୀ ଅଟେ । “
ଅଗଷ୍ଟ ମାସରେ ତାଲିବାନ୍ କାବୁଲ ଦଖଲ କରିବା ପରେ ପାକିସ୍ତାନ ଲଗାତାର ଭାବରେ ପାକିସ୍ତାନ କୁ ସାହାଯ୍ୟ କରି ଆସୁଛି । ପ୍ରଥମେ ପାକିସ୍ତାନ ତାଲିବାନ୍ କୁ କେବଳ ହତିଆର୍ ଦେଉ ଥିଲା । ପରେ ସୈନିକ ପଠାଇ ସାହାଯ୍ୟ କରିବା ଆରମ୍ଭ କଲା ।
ତାଲିବାନ୍ ର ମାନବ ଅଧିକାର ହନନ୍ ର ଦୃଶ୍ୟ ଲଗାତାର ସାମ୍ନା କୁ ଆସୁଛି । ମହିଳା ମାନଙ୍କ ପ୍ରତି ବର୍ବରତା ଓ ଅଧିକାର କୁ ହନନ କରିବାର ଦୃଶ୍ୟ ବିଶ୍ୱକୁ ଅଛପା ନାହିଁ । କିନ୍ତୁ ପାକିସ୍ତାନ ତାର ପ୍ରଶଂସା କରିବାକୁ ଥକୁ ନାହିଁ । ପାକିସ୍ତାନ ଭାବୁଛି ସବୁଠୁ ଯଦି କିଏ ତାର ବଡ଼ ବନ୍ଧୁ ଥାଏ ସିଏ ତାଲିବାନ୍ ଓ ଚୀନ୍ ।
ଏହି ସମୟରେ ପାକିସ୍ଥାନ ମନ୍ତ୍ରୀ ମାନଙ୍କର ଲଗାତାର ଭାବରେ ତାଲିବାନ୍ ପ୍ରେମ ବୟାନ ଶୁଣିବାକୁ ମିଳୁଛି । ଯାହା ବିଶ୍ଵର ଦୃଷ୍ଟି ଆକର୍ଷଣ କରୁଛି ।
Shares