Odisha news

ଓପନ ମ୍ୟାରେଜ ଟ୍ରେଣ୍ଡ କଣ ଓ ଏହା କାହିଁକି ଦିନକୁ ଦିନ ବୃଦ୍ଧି ପାଉଛି  : ଏମ୍ସ ମନୋବିଜ୍ଞାନୀ ମତ

0

ବର୍ତମାନ ସମୟରେ ବିବାହ ଓ ରିଲେସନସିପ କୁ ନେଇ ଟ୍ରେଣ୍ଡ ବଢିବାକୁ ଲାଗିଛି , ବିବାହ ଗୋଟିଏ ମଜବୁତ ସମ୍ପର୍କ , ଯାହାକୁ ଭାରତରେ ଜନ୍ମ ଜନ୍ମର ବନ୍ଧନ ଭାବରେ ଗ୍ରହଣ କରାଯାଇ ଥାଏ l ସମସ୍ତ ସମ୍ପର୍କ ଠାରୁ ଏହା ମୁଖ୍ୟ ସମ୍ପର୍କ ହୋଇଯାଇ ଥାଏ l

ସାଧାରଣ ଭାବରେ ବିବାହ ସମର୍ପଣ ଓ ବିଶ୍ୱାସ ର ସମ୍ପର୍କ ଭାବରେ ଗ୍ରହଣ କରାଯାଏ l କିନ୍ତୁ ଆଜିକାଲି ବିବାହ ସହିତ ଜଡିତ ଗୋଟିଏ ନୂଆ କନସେପ୍ଟ ଖୁବ ଦ୍ରୁତ ବେଗରେ ପ୍ରସିଦ୍ଧି ଲାଭ କରିଛି l  ତାହା ହେଉଛି ଓପନ ମ୍ୟରେଜ, ଯାହା ବିଦେଶ ରେ ପୂର୍ବରୁ ଦେଖିବାକୁ ମିଳୁଥିଲା ବର୍ତମାନ ଭାରତରେ ଦେଖିବାକୁ ମିଳୁଛି l  ଏହାକୁ ନେଇ ଏମ୍ସ ର ସିନିଅର ସାଇକୋଲୋଜିଷ୍ଟ କିଛି ଅଧିକ ତଥ୍ୟ ପ୍ରଦାନ କରିଛନ୍ତି l

ଓପନ ମ୍ୟାରେଜ କଣ ?
ଆଧୁନିକ ସମୟ ସହିତ ପ୍ରେମ କରିବା ଓ ସମ୍ପର୍କ ରଖିବା ମଧ୍ୟ ବଦଳି ଯାଇଛି l ପୂର୍ବରୁ ଯାହା ଜଣେ ବ୍ୟକ୍ତି ଗୋଟିଏ ପାର୍ଟନର ସହିତ ଜୀବନ ଅତିବାହିତ କରୁଥିଲା ବର୍ତମାନ ତାହା ଆଉ ନାହିଁ, ଜଣେ ଅନେକ ଜଣ ଙ୍କ ସହିତ ସମ୍ପୃକ୍ତ ରହୁଛନ୍ତି l ଏହି କାରଣରୁ ଓପନ ମ୍ୟାରେଜ କନସେପ୍ଟ ବର୍ତମାନ ସମସ୍ତଙ୍କର ପସନ୍ଦ ହେଉଛି l  ଏହା ଗୋଟିଏ ଏଭଳି ବିବାହ ଯେଉଁଥିରେ ଲୋକେ ନିଜ ପାର୍ଟନର ଙ୍କ ସହମତି ରେ ଅନ୍ୟ ସ୍ଥାନରେ ସମ୍ପର୍କ ରଖୁଛନ୍ତି l  ଏହାଦ୍ୱାରା ବ୍ୟକ୍ତି ନିଜ ପାର୍ଟନର ଙ୍କ ବ୍ୟତୀତ ଅନ୍ୟ ମାନଙ୍କ ସହିତ ମଧ୍ୟ ରୋମାନ୍ସ କରୁଛି l

ଓପନ ମ୍ୟାରେଜ ଗୋଟିଏ ଏଭଳି ସମ୍ପର୍କ ଯେଉଁଥିରେ ଅଧିକ ପାର୍ଟନର ସାମିଲ ହୋଇ ଥାଆନ୍ତି l  କିନ୍ତୁ ତାହା ବହୁ ବିବାହ ପ୍ରଥା ଠାରୁ ଅଲଗା l  ଏଭଳି ସମ୍ପର୍କ ରେ ଇମୋସନାଲ ଫିଲିଙ୍ଗସ ଓ ସ୍ନେହ କୁ ଅଧିକ ଗୁରୁତ୍ୱ ଦିଆଯାଇ ଥାଏ ପରେ ଶାରୀରିକ ସମ୍ବନ୍ଧ ଉପରେ ଗୁରୁତ୍ୱ ଦିଆଯାଏ l ଓପନ ମ୍ୟାରେଜ ର ଆଉ ଗୋଟିଏ ଅର୍ଥ ହେଉଛି କୌଣସି ବ୍ୟକ୍ତି ନିଜ ପାର୍ଟନର ବ୍ୟତୀତ ଅନ୍ୟ ସହିତ ଭାବନାତ୍ମକ ଭାବରେ ଜଡିତ ରହିଥାଏ l

କାହିଁକି ଭାରତରେ ଏହା ବୃଦ୍ଧି ପାଉଛି –
– ଓପନ ମ୍ୟାରେଜ କନସେପ୍ଟ ଭାରତରେ ବୃଦ୍ଧି ପାଉଥିବାର ମୁଖ୍ୟ କାରଣ ଦର୍ଶା ଯାଇଛି ପାର୍ଟନର ଙ୍କ ମଧ୍ୟରେ ଭାବନାତ୍ମକ ସଂଯୋଗ ର ଅଭାବ ବୋଲି ମନୋବିଜ୍ଞାନୀ ମାନେ ମତ ଦେଇଛନ୍ତି l

– ଏହାପରେ ଏଥିପାଇଁ ଦର୍ଶା ଯାଇଛି ସ୍ୱାମୀ -ସ୍ତ୍ରୀ ଉଭୟ କର୍ମଜୀବି ହୋଇ ଥିବାରୁ କେହି କାହା ସହିତ ସମୟ ବିତାଇ ପାରୁ ନାହାନ୍ତି ଏବଂ କଳହ ସୃଷ୍ଟି ହେଉଛି ଯାହାଦ୍ୱାରା ଓପନ ମ୍ୟାରେଜ କନସେପ୍ଟ ବୃଦ୍ଧି ପାଉଛି l

– ମନୋବିଜ୍ଞାନୀ ଙ୍କ ମତରେ କିଛିଟା ପ୍ରଭାବ ଇଲେକ୍ଟ୍ରୋନିକ୍ସ ଉପକରଣ ର ବ୍ୟବହାର ଓ ସୋସିଆଲ ମିଡ଼ିଆକୁ ଦର୍ଶା ଯାଇଛି, ଯାହାକି ଉଭୟ ପୁରୁଷ ଓ ନାରୀ ଙ୍କ ଉପରେ ଖରାପ ପ୍ରଭାବ ପକାଉଛି l

– ଭାରତୀୟ ଆଣେ ଅଧିକ ଆଧୁନିକ ଚାକଚକ୍ୟ କୁ ଅନୁସରଣ କରୁଛନ୍ତି, ଯାହାକୁ ସେମାନେ ମର୍ଡନ ସୋସାଇଟି ର ଗୋଟିଏ ରୋଲ ବୋଲି ଦର୍ଶାଉଛନ୍ତି , ଏହାଛଡା ଅର୍ଥର ଅଭାବ, ବେକାରୀ ସମସ୍ୟା, ଆଧୁନିକ ସଭ୍ୟତାକୁ ଅନୁସରଣ କୁ ମନୋବିଜ୍ଞାନୀ ମାନେ ଦାୟୀ କରିଛନ୍ତି l

Leave A Reply