Odisha news

ଚଢା ପିଆଜ ଦର ଉପରେ ନଜର ରଖିବାକୁ କମିଶନରଙ୍କ ନିର୍ଦ୍ଦେଶ

0

ଭୁବନେଶ୍ୱର ,୨୨ ଅକ୍ଟୋବର – ରାଜ୍ୟରେ ପିଆଜ ଦର ବୃଦ୍ଧି ପାଉଥିବାରୁ ଏହା ଉପରେ ତୀକ୍ଷ୍ଣ ନଜର ରଖିବାକୁ ସବୁ ଜିଲ୍ଲାପାଳମାନଙ୍କ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ଯୋଗାଣଓ ଖାଉଟି କଲ୍ୟାଣ ବିଭାଗର କମିଶନର ତଥା ସଚିବ ଭି.ଭି ଯାଦବ । ସେ କହିଛନ୍ତି ଯେ ଆମଦାନୀ ହେଉଥିବା ରାଜ୍ୟରେ ଫସଲ ନଷ୍ଟ ଯୋଗୁଁ ରାଜ୍ୟରେ ପିଆଜ ଦର ବୃଦ୍ଧି ପାଇଛି । ତେବେ କିଛି ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଇ ଚଢା ଦରରେ ଉପଭୋକ୍ତାଙ୍କୁ ପିଆଜ ବିକ୍ରି କରୁଛନ୍ତି । ଜିଲ୍ଲାପାଳ ମାନେ ପିଆଜର ଦର ଓ ଉପଲବ୍ଧତା ଉପରେ ନଜର ରଖିବାକୁ କମିଶନର କହିଛନ୍ତିି । ଏହାସହ ନିୟମିତ ଭାବେ ଉଭୟ ହୋଲସେଲ୍ ଓ ରିଟେଲର ଦୋକାନରେ ପିଆଜର ମହଜୁଦ ଓ ଦରର ଅନୁଧ୍ୟାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply