Odisha news

ଆପଣଙ୍କ ନିକଟରେ ଥିବା ୧ ଟଙ୍କା , ୫ ଟଙ୍କା , ୧୦ ଟଙ୍କା ନୋଟ୍ ୧.୫ ଲକ୍ଷ ରୁ ୫ଲକ୍ଷ ପର୍ଯ୍ୟନ୍ତ ଲାଭ ଦେଇପାରେ : ଆସନ୍ତୁ ଜାଣିବା କିପରି

ନୂଆଦିଲ୍ଲୀ : ଯଦି ଆପଣ ଗୋଟିଏ ଏପରି ବ୍ୟକ୍ତି ଯିଏ କି ପୁରୁଣା ମୁଦ୍ରା ଓ ନୋଟ୍ ରଖିବାର ସଉକ ରଖୁଛନ୍ତି ତେବେ ଆପଣ ଅନେକ ଲାଭ ପାଇ ପାରିବେ । ଯଦି ଆପଣଙ୍କ ନିକଟରେ ବିଶେଷ କିଛି କାରଣ ଥିବା ଏଭଳି ଭାରତୀୟ ମୁଦ୍ରା ରହିଛି ତେବେ ଏହା ଆପଣଙ୍କୁ ଲକ୍ଷପତି କରି ପାରିବ ।

ବର୍ତ୍ତମାନ୍ ସ୍ଥିତିରେ ଆପଣ ପୁରୁଣା ମୁଦ୍ରା ଓ ନୋଟ୍ ଦ୍ଵାରା ଭଲ ପଇସା ରୋଜଗାର କରି ପାରିବେ । ଆଜିକାଲି ଅଧିକାଂଶ ୱେବ୍ ସାଇଟ୍ ପୁରୁଣା ମୁଦ୍ରା ଓ ନୋଟ୍ ର ନିଲମି କରୁଛି ଏବଂ ଲୋକମାନେ ବିଶେଷ ମୁଦ୍ରାର ମାଲିକ୍ ହେବା ପାଇଁ ଭଲ ମୂଲ୍ୟ ମଧ୍ୟ ଦେଉଛନ୍ତି । ଏହିଭଳି ଅନେକ ୱେବସାଇଟ ରହିଛି ଯିଏ କି ଏଭଳି ବିଶେଷ ମୁଦ୍ରା ପାଇଁ ବିଶେଷ ମୂଲ୍ୟ ମଧ୍ୟ ଦେଉଛନ୍ତି ।

ବିଶେଷ ଶୃଙ୍ଖଳାର ନୋଟ୍ –
ଯଦି ଆପଣଙ୍କ ନିକଟରେ କିଛି ବିଶେଷ ଫିଚର୍ସ ର ୧,୨,୧୦,୧୦୦,୫୦୦,୨୦୦ ଓ ୨୦୦୦ ଟଙ୍କାର ନୋଟ୍ ରହିଛି ତେବେ ଆପଣ ତାକୁ ଅନଲାଇନ୍ ରେ ବିକ୍ରି କରି ପାରିବେ ଓ ଭଲ ପଇସା ମଧ୍ୟ ପାଇ ପାରିବେ । କିନ୍ତୁ ଏହି ନୋଟ୍ ଉପରେ ୧୨୩୪୫ କିମ୍ବା ୧୨୩୪୫୬ ନମ୍ୱର୍ ଥିବା ଆବଶ୍ୟକ । ତେବେ ଆପଣଙ୍କୁ ୫ ଲକ୍ଷ ଟଙ୍କା ମିଳି ପାରିବ । କାରଣ ଏହି କ୍ରମିକ ସଂଖ୍ୟା ଖୁବ୍ ଦୁର୍ଲଭ ଅଟେ ଓ ଏହାକୁ କିଣୁଥିବା ବ୍ୟକ୍ତି ନିଜକୁ ବିଶେଷ ସ୍ଥାନ ରେ ରଖିବାକୁ ଚାହୁଁଛନ୍ତି ।

ଆଉ ଗୋଟିଏ ଲୋକପ୍ରିୟ ଶିରିଜ୍ ହେଉଛି ୭୮୬ , ଏହି କ୍ରମିକ ସଂଖ୍ୟା ଆପଣଙ୍କୁ ଖୁବ୍ ଭଲ ରୋଜଗାର କରାଇବ । ସେଥିପାଇଁ ଆପଣଙ୍କ ନିକଟରେ ୧,୨,୧୦,୧୦୦,୫୦୦,୨୦୦,୨୦୦୦ ନୋଟ୍ ଥିବା ଆବଶ୍ୟକ । ବିଶେଷ କରି ଏଥିରେ ଥିବା ୭୮୬କୁ ଦୁର୍ଲଭ ବୋଲି କୁହା ଯାଉଛି । ୦୦୦୭୮୬ ନମ୍ୱର୍ ଥିବା ୧୦୦ ଟଙ୍କିଆ ନୋଟ୍ ଅନଲାଇନ୍ ରେ ୧୯୦୦ ଟଙ୍କାରେ ବିକ୍ରି ହେଉଛି । ଏହି ନୋଟ୍ ଉପରେ ପୂର୍ବତନ ଗଭର୍ଣ୍ଣର ଟି ସୁବରଓ ଙ୍କ ହସ୍ତାକ୍ଷର ରହିଛି । ଲୋକଙ୍କୁ ୩ ଲକ୍ଷ୍ୟ ଟଙ୍କା ରୋଜଗାର କରାଇ ପାରିବ ।

ମାତା ବଇସ୍ନୋଦେବିଙ୍କ ମୁଦ୍ରା ମଧ୍ୟରୁ ୧୦ ଟଙ୍କିଆ ମୁଦ୍ରା ଅନ୍ୟ ମୁଦ୍ରା ଠାରୁ ବିଶେଷ ଚାହିଦା ଦେବ । ଯେଉଁ ଲୋକଙ୍କ ନିକଟରେ ରହିଛି ସେମାନେ ଖୁବ୍ ଭଲରେ ରୋଜଗାର କରି ପାରିବେ । ଆଜିକାଲି ୧ଟଙ୍କିଆ ନୋଟ୍ ଅଛି ତେବେ ଆପଣ ୪୫୦୦୦ ଟଙ୍କା ରୋଜଗାର କରି ପାରିବେ । ଏଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଏଚ ଏମ ପଟେଲ ଙ୍କ ହସ୍ତାକ୍ଷର ରହିଥିବା ଆବଶ୍ୟକ ।

ଇଂରେଜ ଶାସନ ସମୟରେ ୧୯୪୩ ର ୧୦ ଟଙ୍କିଆ ନୋଟ୍ ରେ RBI ଗଭର୍ଣ୍ଣର ସିଡି ଦେଶମୁଖ ଙ୍କ ହସ୍ତାକ୍ଷର ରହିଥିଲେ ୨୫୦୦୦ ଟଙ୍କା ରୋଜଗାର କରି ପାରିବେ । କ୍ୱିନ ଭିକ୍ଟୋରିଆ ଙ୍କ ମୁହଁ ଥିବା ମୁଦ୍ରା ଆପଣଙ୍କୁ ୧.୫ ଲକ୍ଷ ମିଳି ପାରିବ ।

ଯଦି ଆପଣଙ୍କ ନିକଟରେ ଏହି ଶୃଙ୍ଖଳାର ଟଙ୍କା ରହିଛି ତେବେ ଆପଣ eBay, Quikr , CoinBazar ରେ ବିକ୍ରି କରି ପାରିବେ । ଏହିସବୁ ୱେବ୍ ସାଇଟ୍ ଦ୍ଵାରା ଆପଣ ନିଜର ବିଶେଷ ଦୁର୍ଲଭ ମୁଦ୍ରା କୁ ବିକ୍ରି କରନ୍ତୁ ।

Comments are closed.