ଆମ ହିନ୍ଦୁ ଧର୍ମର ମୁଖ୍ୟ ମନ୍ତ୍ର ‘ଓଂ’ ଅଟେ l ଏଥିରେ ଏପରି ଶକ୍ତି ରହିଛି ଯାହା ଘରଭିତର ଓ ଘରବାହାର ର ସମ୍ପୂର୍ଣ ବାତାବରଣରେ ପବିତ୍ରତା ଆଣିଥାଏ l ବିନା ଓଂ ରେ ସୃଷ୍ଟିର କଳ୍ପନା ମଧ୍ୟ ଅସମ୍ଭବ ହୋଇଥାଏ l କୁହାଯାଏ ଯେ ସମ୍ପୂର୍ଣ ବ୍ରହ୍ମାଣ୍ଡ ରୁ ଓଂ ର ଧ୍ଵନି ଶୁଣିବାକୁ ମିଳିଥାଏ l
– ଓଂ ଶବ୍ଦ ୩ଟି ଅକ୍ଷର କୁ ମିଳିତ କରାଯାଇ ପ୍ରସ୍ତୁତ କରାଯାଇଛି l ଅ ,ଉ ,ମ l ଅ ର ଅର୍ଥ ଉତ୍ପନ୍ନ ହେବା,ଉ ର ଅର୍ଥ ଉଠିବା ବା ବିକାଶ ହେବା,ମ ର ଅର୍ଥ ବ୍ରହ୍ମ ଲୀନ ହୋଇଯିବ l ଏହି ସମସ୍ତ ବ୍ୟତୀତ ଓଂ ଶବ୍ଦରୁ ଶାରୀରିକ ବିକାଶ ମଧ୍ୟ ହୋଇଥାଏ l
ଆସନ୍ତୁ ଜାଣିବା ଓଂ କୁ ନେଇ ହୋଇଥିବା ଗବେଷଣା ବିଷୟରେ –
– ଓଂ ଓ ଥାଇରଏଡ : ସକାଳୁ ଉଠି ଓଂ ଶବ୍ଦ ଉଚ୍ଚାରଣ କରିବା ଦ୍ୱାରା ଗଳାରେ କମ୍ପନ ଜାତ ହୋଇଥାଏ ଓ ଯାହା ଥାଇରଏଡ ଗ୍ରନ୍ଥି ଉପରେ ସକାରାତ୍ମକ ପ୍ରଭାବ ପକାଇ ଥାଏ l
– ଓଂ ଓ ବିଚଳିତ : ଯଦି ଆପଣଙ୍କ ମନ ବିଚଳିତ ରହୁଛି ତେବେ ଦୀର୍ଘ ନିଶ୍ୱାସ ନେଇ ୫ଥର ଓଂ ଉଚ୍ଚାରଣ କରନ୍ତୁ ଦେଖିବେ ଠିକ ଲାଗିବ l
– ଓଂ ଓ ଉତ୍ତେଜନା : ଓଂ ଶରୀରରୁ ବିଷାକ୍ତ ତତ୍ଵକୁ ଦୂର କରି ମନରେ ସକାରାତ୍ମକ ଉର୍ଜା ଭରିଥାଏ ଯେଉଁ କାରଣରୁ ଉତ୍ତେଜନା ଦୁରେଇ ଯାଇଥାଏ l
– ଓଂ ଓ ରକ୍ତ ସଂଚାଳନ : ଓଂ ହାର୍ଟ କୁ ସୁସ୍ଥ ରଖି ଠିକ ଭାବରେ ରକ୍ତ ସଂଚାଳନ କରିଥାଏ l
– ଓଂ ଓ ପାଚନ : ସକାଳୁ ଉଠି ଖାଲି ପେଟରେ ୧୦୮ ଥର ଓଂ ଉଚ୍ଚାରଣ କରିବା ଦ୍ୱାରା ପାଚନ ଶକ୍ତି ସୁଦୃଢ଼ ହୋଇଥାଏ l
– ଓଂ ଓ ଜୋସ : ଓଂ ଉଚ୍ଚାରଣ କରିବା ଦ୍ୱାରା ଶରୀରରେ ଯୁବାବସ୍ଥା ଜାଗ୍ରତ ହୋଇ ଫୁର୍ତି ଆସିଥାଏ l
– ଓଂ ଓ ଥକାନ : ଓଂ ଉଚ୍ଚାରଣ କରିବା ଦ୍ୱାରା ଥକାପଣ ଦୁରେଇ ଦେଇଥାଏ l
– ଓଂ ଓ ନିଦ : ନିଦ ନ ଆସିବା ଆଜିକାଲି ର ମୁଖ୍ୟ ସମସ୍ୟା ଭାବରେ ଦେଖାଦେଇଛି ସେଥିପାଇଁ ଗବେଷକ ମାନେ ମତ ଦେଇଛନ୍ତି ଯେ ବିଛଣା କୁ ଯିବା ପୂର୍ବରୁ ଓଂ ଉଚ୍ଚାରଣ କରିବା ଖୁବ ଭଲ ଯାହା ନକରତ୍ମକ ଶକ୍ତିକୁ ମନରୁ ଦୁରେଇ ଦେଇଥାଏ l
– ଓଂ ଓ ଫୁସଫୁସ : ଓଂ ଉଚ୍ଚାରଣ କରିବା ଦ୍ୱାରା ଫୁସଫୁସ ସୁସ୍ଥ ରହିଥାଏ l
– ଓଂ ଓ ହାଡ଼ ମଜବୁତ ହୋଇଥାଏ – ଓଂ ଉଚ୍ଚାରଣ କରିବା ଦ୍ୱାରା କମ୍ପନ ସୃଷ୍ଟି କରିଥାଏ ଯାହା ହାଡ଼କୁ ସୁସ୍ଥ ରଖିଥାଏ l