Odisha news

କରୋନା ର ଚିକିତ୍ସା ପାଇଁ ବିକ୍ରି ହେଲା ୫୦ ଏକର ଜମି , ଖର୍ଚ୍ଚ ହେଲା ୮ କୋଟି ଓ ତା ପରେ ଘଟିଲା ଏହିପରି

0
ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଛି । ଏହି ସମୟରେ ମଧ୍ୟ ପ୍ରଦେଶ ର ରିବା ରୁ ଗୋଟିଏ ଛାତି ଥାରାଇ ଦେବା ଭଳି ଘଟଣା ସାମ୍ନା କୁ ଆସିଚି । ଯେଉଁଠାରେ ଜଣେ କୃଷକ ଙ୍କ ଜୀବନ ରକ୍ଷା କରିବା ପାଇଁ ୮ ଦିନ ରେ ୮ କୋଟି ଟଙ୍କା ଖର୍ଚ୍ଚ ହୋଇ ଯାଇଛି ।
ଚେନ୍ନାଇ ର ଆପୋଲୋ ହସ୍ପିଟାଲରେ ୮ମାସ ଚକିତ୍ସା ପରେ ରୀବା ର କୃଷକ ଧର୍ମ ଜୟ ସିଂହ ଙ୍କ ର ମୃତ୍ୟୁ ହୋଇ ଯାଇଛି । ୫୦ ବର୍ଷୀୟ ଧର୍ମ ଜୟ ୨୦୨୧ ରେ କରୋନା ସଂକ୍ରମିତ ହୋଇ ଥିଲେ ।
କରୋନା ସଂକ୍ରମିତ ହେବା ପରେ ଧର୍ମ ଜୟ ରୀବା ର ସଞ୍ଜୟ ଗାନ୍ଧୀ ହସ୍ପିଟାଲ୍ ରେ ଆଡ୍ମିଟ ହୋଇ ଚିକିତ୍ସିତ ହେଉ ଥିଲେ । ଯେଉଁ ଠାରେ ତାଙ୍କ ଫୁସଫୁସ୍ ଅଧିକ ସଂକ୍ରମିତ ହେବା ଦ୍ଵାରା ମଇ ୧୮ ତାରିଖ ଦିନ ଏୟାର ଲିଫ୍ଟ ଦ୍ଵାରା ଚେନ୍ନାଇ ସ୍ଥାନାନ୍ତର କରା ଯାଇଥିଲା ।
ଯେଉଁ ଠାରେ ଲଣ୍ଡନ ର ଡାକ୍ତର ମାନେ ଅବ୍ଜର୍ଭ କରୁ ଥିଲେ । ମିଳିଥିବା ସୂଚନା ଅନୁସାରେ ଏଠାରେ ଆଡ୍ମୀଟ ହେବା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଲଗାତାର ଭାବରେ ବିଗିଦିବାରେ ଲାଗିଲା । ୮ ମାସ ଚିକିତ୍ସା ଚାଲିବା ମଧ୍ୟରେ ତାଙ୍କୁ ଏକ୍ମୋ ମେସିନ ରେ ରଖା ଯାଇଥିଲା । ପ୍ରତିଦିନ ତାଙ୍କ ଚିକିତ୍ସା ପାଇଁ ପାଖାପାଖି ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉ ଥିଲା । ଯେତେବେଳେ ଭେଣ୍ଟି ଲେଟର ଫେଲ୍ ହୋଇ ଯାଇଥାଏ ସେତେବେଳେ ରୋଗୀ ଙ୍କୁ ଏକ୍ମୋ ମେସିନ ରେ ରଖା ଯାଇଥାଏ । ଏହି ମେସିନ ଦ୍ଵାରା ରୋଗୀ ର ରକ୍ତ କୁ ବାହାର୍ କରି ଅକ୍ସୀ ଜେସନ୍ କରାଯାଇ ଥାଏ ଓ ପୁନର୍ବାର ସେହି ରକ୍ତ କୁ ଶରୀରକୁ ପଠା ଯାଇଥାଏ ।
ଧର୍ମଜୟ ଙ୍କ ବଡ଼ ଭାଇ ପ୍ରଦୀପ ସିଂହ କହିଛନ୍ତି ତାଙ୍କ ଚିକିତ୍ସା ପାଇଁ ପାଖାପାଖି ୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିପାଇଁ ସେ ନିଜର ୫୦ ଏକର ଜମି ବିକ୍ରି କରି ଦେଲେ । କିନ୍ତୁ ଭଗବାନ୍ ଙ୍କ ଆଗରେ ସମସ୍ତେ ହାର୍ ମାନି ଥାଆନ୍ତି । ସେ ତାଙ୍କ ଭାଇ ଙ୍କୁ ବଞ୍ଚାଇ ପାରିଲେ ନାହିଁ ।
Leave A Reply