Odisha news

ଓମୀକ୍ରାନ ସମୟରେ ନିଜ ଇମ୍ୟୁନିଟି କୁ ଷ୍ଟ୍ରଙ୍ଗ କରିବା ପାଇଁ ଏହିସବୁ ଜିନିଷ ଠାରୁ ରଖନ୍ତୁ ଦୂରତା

0

କରୋନା ମହାମାରୀର ପ୍ରକୋପ ଆଉ ଥରେ ଦେଶରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି l ପ୍ରତିଦିନ କୋଭିଡ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି l ଓମୀକ୍ରାନ ମଧ୍ୟ ସେହିଭଳି ଭାବରେ ମାଡି ଚାଲିଛି l ଏହି ସମୟରେ କେବଳ ନିଜର ଇମ୍ୟୁନିଟି କୁ ଦ୍ରୁତ ଗତିରେ ବଢାଇବା ପାଇଁ ଗୁରୁତ୍ୱ ଦିଅ ଯାଇଛି l ଯଦି ଆପଣଙ୍କ ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥିବ ତେବେ ଆପଣ ନିଜକୁ ଏହି ଭୁତାଣୁ ଠାରୁ ଦୁରେଇ ରଖି ପାରିବେ l ଆଜି ଆସନ୍ତୁ ଜାଣିବା ଇମ୍ୟୁନିଟି ବୃଦ୍ଧି କରିବା ପାଇଁ କେଉଁ ସବୁ ଖାଦ୍ୟ ଠାରୁ ଦୂରତା ରଖିବା ଉଚିତ l

* ସୋଢା ଓ ଏନର୍ଜି ଡ୍ରିଙ୍କ ସବୁଠୁ ଅଧିକ ଇମ୍ୟୁନିଟି କୁ ଦୁର୍ବଳ କରିଥାଏ l ତେଣୁକରି ଏଭଳି ପାନୀୟ କୁ ସେବନ କରିବା ବନ୍ଦ କରନ୍ତୁ l ତେଣୁ ଆପଣ ଘରେ ପ୍ରସ୍ତୁତ କରି ପ୍ରାକୃତିକ ପାନୀୟ ପିଅନ୍ତୁ l

* ଅଧିକ ମାତ୍ରାରେ ଚା ଓ କଫି ସେବନ ଇମ୍ୟୁନିଟି କୁ ଦୁର୍ବଳ କରି ଦେଇଥାଏ l କାରଣ ଉଭୟ ରେ ଅଧିକ ମାତ୍ରାରେ କାଫିନ ରହିଥାଏ l ଯାହା ସ୍ୱାସ୍ଥ୍ୟ ସହିତ ଇମ୍ୟୁନିଟି ପାଇଁ ମଧ୍ୟ ହିତକର l ଯଦି ଆପଣ ଅଧିକ ଚା କଫି ସେବନ କରୁଛନ୍ତି ତେବେ ତୁରନ୍ତ ବନ୍ଦ କରି ଦିଅନ୍ତୁ l

* ଲୁଣ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଇମ୍ୟୁନିଟି କ୍ଷତି ଗ୍ରସ୍ତ ହୋଇଥାଏ l ଅଧିକ ମାତ୍ରାରେ ଲୁଣ ସେବନ କଲେ ଶରୀର ବ୍ୟାକ୍ଟେରିଆ ସହିତ ଲଢ଼ିବା ପାଇଁ ସକ୍ଷମ ହୋଇ ନଥାଏ l ଆବଶ୍ୟକତା ଠାରୁ ଅଧିକ ଲୁଣ ସେବନ କରିବା ଉଚିତ ନୁହେଁ l

Leave A Reply