Odisha news

ଓମୀକ୍ରାନ ସମୟରେ ଇମ୍ୟୁନିଟି ଦୁର୍ବଳ ରହିଲେ ଶରୀର ଦେଇଥାଏ ଏଭଳି ସଂକେତ, କରନ୍ତୁ ନାହିଁ ଅଣଦେଖା

0

ଏହି କରୋନା ମହାମାରୀ ସମୟରେ ଆମେ କିଛି ଜାଣୁ କିମ୍ବା ନ ଜାଣୁ କିନ୍ତୁ ଗୋଟିଏ କଥା ନିଶ୍ଚିନ୍ତ ଭାବରେ ଜାଣିଲେ ଇମ୍ୟୁନିଟି ମଜବୁତ ହେବା ଆମ ଶରୀର ପାଇଁ କେତେ ଉପଯୋଗୀ ତାହା ନିଶ୍ଚିନ୍ତ ଭାବରେ ଜାଣିଲେ l ଯଦି କୌଣସି ବ୍ୟକ୍ତିର ଇମ୍ୟୁନିଟି ଦୁର୍ବଳ ରହିଥାଏ ତେବେ ତାର ରୋଗ ସଂକ୍ରମଣ ହେବା ଅଧିକ ସମ୍ଭାବନା ରହିଥାଏ l ଏମିତିକା ସ୍ଥିତିରେ ଆପଣଙ୍କୁ ନିଜ ଇମ୍ୟୁନିଟି କୁ ଷ୍ଟ୍ରଙ୍ଗ ରଖିବା ସବୁଠୁ ଅଧିକ ଜରୁରୀ ଅଟେ l ତେଣୁ ଆଜି ଆସନ୍ତୁ ଜାଣିବା ଦୁର୍ବଳ ଇମ୍ୟୁନିଟି କିପରି ରହିଛି ବୋଲି ଆମେ ଜାଣିବା, ଏହାକୁ ନେଇ କଣ କହୁଛି ଗବେଷଣା l

ଦୁର୍ବଳ ଇମ୍ୟୁନିଟିର ଲକ୍ଷଣ –

* ପାଚନ ସମ୍ବନ୍ଧୀୟ ଅସୁବିଧା – ଡାଇରିଆ, କୋଷ୍ଠ କାଠିନ୍ୟ, ପେଟ ସମସ୍ୟା ଓ ପେଟ ଯନ୍ତ୍ରଣା ହେଉଛି ଦୁର୍ବଳ ଇମ୍ୟୁନିଟି ର ସଂକେତ l ଶରୀରର ଅନ୍ତ ଇମ୍ୟୁନିଟି କୁ ଠିକ ରଖିଥାଏ l ଯଦି ଅନ୍ତ ରେ କୌଣସି ପ୍ରକାରର ଅସୁବିଧା ଦେଖା ଯାଇଥାଏ ତେବେ ପେଟରେ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ l

* ପ୍ରତି ମୁହୁର୍ତରେ ଥକା ଲାଗିବା – ଯେତେ ଶରୀର ରୋଗ ସହିତ ଲଢ଼ିବା ଶକ୍ତି ହରାଇ ଥାଏ ସେତେବେଳେ ଥକା ପଣ ଅନୁଭବ ହୋଇଥାଏ l ଶରୀରର ଇମ୍ୟୁନ ସିଷ୍ଟମ ଆପଣଙ୍କୁ ସଂକେତ ଦେଇଥାଏ l

* ବାରମ୍ବାର ଥଣ୍ଡା ଓ କାଶ ରେ ପୀଡିତ ହେବା – ଥଣ୍ଡା, ସର୍ଦି,ନାକରୁ ପାଣି ବୋହିବା ଓ ସାମାନ୍ୟ ଜ୍ୱର ହେଉଛି ଦୁର୍ବଳ ଇମ୍ୟୁନିଟି ର ସଂକେତ ହୋଇଥାଏ l ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ହୋଇଥିଲେ ବିଭିନ୍ନ ବ୍ୟାକ୍ଟେରିଆ ରୁ ରକ୍ଷା କରି ପାରି ନଥାଏ l

* ଗଣ୍ଠି ଯନ୍ତ୍ରଣା – ଇମ୍ୟୁନିଟି ଦୁର୍ବଳ ହୋଇଥିଲେ ଆଉ ଗୋଟିଏ ସଂକେତ ହେଉଛି ଗଣ୍ଠି ଓ ମସଲସ ରେ ଲଗାତାର ଯନ୍ତ୍ରଣା ଅନୁଭୂତ ହେବା l ଯଦି ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ ତେବେ ଏପରି ଯନ୍ତ୍ରଣା ଅନୁଭୂତ ହୋଇ ନଥାଏ l

* ତ୍ୱଚା ସମ୍ବନ୍ଧୀୟ ସମସ୍ୟା – ବର୍ତମାନ ଇମ୍ୟୁନିଟି ଦୁର୍ବଳ ହେବା ଦ୍ୱାରା ତ୍ୱଚାରେ ମଧ୍ୟ ବିଭିନ୍ନ ସଂକ୍ରମଣ ହେଉ ଥିବାର ଦେଖିବାକୁ ମିଳୁଛି l

Leave A Reply