ବର୍ତମାନ କୋଭିଡ 19 ଦେଶରେ ଆଉଥରେ କାୟା ବିସ୍ତାର କରିବାରେ ଲାଗିଛି l ବର୍ତମାନ କରୋନା ର ନୂଆ ଭାରୀଏଣ୍ଟ ଓମୀକ୍ରାନ ମଧ୍ୟ ଅନେକ ଲୋକଙ୍କୁ ଆକ୍ରାନ୍ତ କରୁଛି l ଏମିତିରେ ଶୀତଋତୁରେ ବିଶେଷ ଭାବରେ ନିଜ ଶରୀରର ଯତ୍ନ ନେବା ଆବଶ୍ୟକ l କାରଣ ଋତୁ ପରିବର୍ତନ ସମୟରେ ଥଣ୍ଡା କାଶ ଦେଖାଦେବା ଗୋଟିଏ ସାଧାରଣ ସମସ୍ୟା l କିନ୍ତୁ ଏପରି କରୋନା ସମୟରେ ଲଗାତାର କାଶ ହେବା ଠିକ ନୁହେଁ l ତେଣୁ ଏହାକୁ ଅଣଦେଖା କରିବା ଉଚିତ ନୁହେଁ l କାହିଁକି ନା ଲଗାତାର କାଶ ହେବା ଓମୀକ୍ରାନ ସଂକେତ ମଧ୍ୟ ହୋଇପାରେ l
* ଅନେକ ପ୍ରକାର କାରଣରୁ ହୋଇପାରେ କାଶ – କାଶ କେବଳ ଗୋଟିଏ କାରଣରୁ ନୁହେଁ ଆନେକ କାରଣରୁ ହୋଇଥାଏ l ବିଶେଷ ଭାବରେ ଋତୁ ବଦଳିବା ଦ୍ୱାରା ବ୍ୟାକ୍ଟେରିଆ ଗଳା କୁ ଆକ୍ରମଣ କରିଥାଏ l ଏହାଛଡା ଧୁମ୍ରପାନ, କରିବା ଦ୍ୱାରା ମଧ୍ୟ ସଂକ୍ରମଣ ହୋଇପାରେ l
* ଦୀର୍ଘ ସମୟ ଧରି କାଶ ହେବା ହୋଇଥାଏ ଏହି ସଂକେତ – ଅଧିକାଂଶ ସମୟରେ କାଶ ଅନେକ ସପ୍ତାହ ପର୍ଯ୍ୟନ୍ତ ଠିକ ହୋଇ ନଥାଏ l ତେଣୁ ଆପଣ ଡେରି ନକରି ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l
* ଦୀର୍ଘ ଦିନ ଧରି କାଶ ହେବା ଦେଇଥାଏ ଏହି ସଂକେତ –
– ଆସ୍ଥମା କାରଣରୁ ଆମ ର ଶ୍ୱାସ ନଳୀ ସଂକୁଚିତ ହେବାକୁ ଲାଗିଥାଏ l ଯେଉଁଠାରେ କଫ ପ୍ରସ୍ତୁତ ହୋଇଥାଏ l ଏହି କଫ ଶରୀରରେ ଅକ୍ସିଜେନ କୁ ବ୍ୟାପିବାରେ ବାଧା ଉପୁଯାଇ ଥାଏ l ଯାହାଦ୍ୱାରା ପୀଡିତ ରୋଗୀ ର ଅନେକ କାଶ ହୋଇଥାଏ l ଏହି କାଶ ଶୁଖିଲା ଓ କଫ ଯୁକ୍ତ ହୋଇଥାଏ l
– ଅନେକ ସମୟରେ ଋତୁ ପରିବର୍ତନ ହେବା ଦ୍ୱାରା ଥଣ୍ଡା ଓ କାଶ ସମସ୍ୟା ହୋଇଥାଏ l ଏପରି କାଶ ଅନେକ ସମୟରେ ଅସୁବିଧାରେ ପକାଇ ଥାଏ l
– ଯଦି ଆପଣଙ୍କ କାଶ ଔଷଧ ସେବନ ପରେ ମଧ୍ୟ ଠିକ ହେଉନାହିଁ ତେବେ ଜାଣି ରଖନ୍ତୁ ଯେ ଏହା ଫୁସଫୁସ କ୍ୟାନ୍ସର ର ସମସ୍ୟା ହୋଇପାରେ l ତେଣୁ ଦୀର୍ଘଦିନ ପର୍ଯ୍ୟନ୍ତ କାଶ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ l