Odisha news

ନେପାଳ ରାଜନୀତିରେ ଚୀନ୍ ର ଦଖଲ : ଓଲିଙ୍କୁ ଛାଡି ପ୍ରଚଣ୍ଡଙ୍କ ପଛରେ

0

ନୂଆଦିଲ୍ଲୀ : ନେପାଳ ରାଜନୀତିରେ ଏହି ସମୟରେ ଚାଲିଛି ଅସ୍ଥିରତା ଗୋଟିଏ ପକ୍ଷରେ ରବିବାର ଦିନ ଓଲିଙ୍କର ସୁପାରିଶ କ୍ରମେ ପ୍ରତିନିଧି ସଭାକୁ ଭାଙ୍ଗି ଦିଆଯାଇଥିଲା l ସତାରୁଢ଼ କମ୍ୟୁନିଷ୍ଟ ପାର୍ଟି ଦୁଇ ଭାଗରେ ବିଭକ୍ତ ହୋଇ ଯାଇଥିଲା l ପାର୍ଟିର ଗୋଟିଏ ଭାଗ ଓଲିଙ୍କରେ ସମର୍ଥନରେ ରହିଥିବା ବେଳେ ଆଉ ଗୋଟିଏ ଭାଗ ପ୍ରଚଣ୍ଡଙ୍କୁ ସମର୍ଥନ କରିଥିଲେ l ଏହା ସୁଯୋଗରେ ନେଇ ନେପାଳ ରାଜନୀତିରେ ବର୍ତ୍ତମନ ଚୀନ ପ୍ରବେଶ କରିଛି l କମ୍ୟୁନିଷ୍ଟ ପାର୍ଟି ଦୁଇ ଭାଗ ହେବା ପରେ ୨୭ ତାରିଖ ଦିନ ଚୀନ ନିଜର ଏକ ଉଚସ୍ତରିୟ ପ୍ରତିନିଧି ମଣ୍ଡଳ କାଠମାଣ୍ଡୁ ପଠାଇ ଥିଲା l ଏହି ପ୍ରତିନିଧି ମଣ୍ଡଳ ନେପାଳ ରାଜନୀତିରେ ନିଜର ଭୂମିକା ଦେଖାଇବ l

ଚୀନର କମ୍ୟୁନିଷ୍ଟ ପାର୍ଟି ବିଦେଶ ବିଭାଗର ସବୁଠୁ ବରିଷ୍ଠ ମନ୍ତ୍ରୀ ଗୁଓ ୪ ଜଣ ସଦସ୍ୟ ବିଶିଷ୍ଟ ମନ୍ତ୍ରୀ ମଣ୍ଡଳକୁ ନେଇ କାଠମାଣ୍ଡୁରେ ପହଂଚିଥିଲେ l ଗୁଓ କମ୍ୟୁନିଷ୍ଟ ପାର୍ଟିରେ ହୋଇଥିବା ବିଭାଜନକୁ ଆଉଥରେ ଯୋଡିବାକୁ ଚେଷ୍ଟା କରିଥିଲା l କମ୍ୟୁନିଷ୍ଟ ପାର୍ଟିର ବିଭାଜନ ଚୀନ ପାଇଁ ଗୋଟିଏ ବଡ଼ ଝଟକା ଥିଲା କାରଣ ନେପାଳର କମ୍ୟୁନିଷ୍ଟ ପାର୍ଟି ଉପରେ ଚୀନର କଣ୍ଟ୍ରୋଲ ରହିଥିଲା l ନେପାଳ ରାଜନୀତିରେ ଚୀନର ସ୍ଥାନ ବାର୍ତ୍ତମାନ ଦୁର୍ବଳ ହେଉଥିବା ଦେଖି ସେ ନିଜର ପଲ୍ଲା ଭାରି କରିବା ପାଇଁ ପ୍ରବେଶ କରିଛି l ନେପାଳର ରାଜନୈତିକ ଅସ୍ଥିରତା ପାଇଁ ଚୀନ ଓଲିଙ୍କୁ ଦାୟୀ କରିଛି l ଚୀନ ବର୍ତ୍ତମାନ ଓଲି ସରକାରଙ୍କୁ ସତାରୁ ହଟାଇ ପ୍ରଚଣ୍ଡଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତି କାରିବ ପାଇଁ ଚାହୁଁଛି l

Leave A Reply