Odisha news

ନିଜ ଠାରୁ କମ ବୟସ ପୁରୁଷ ଙ୍କୁ ବିବାହ କରିବା ଦ୍ୱାରା ମହିଳା ମାନଙ୍କର ଶୀଘ୍ର ହୋଇଥାଏ ମୃତ୍ୟୁ : ରିସର୍ଚ୍ଚ

0

ଆଜିର ସମାଜରେ ପୁଅ ଓ ଝିଅ ଙ୍କ ବିବାହ ରେ ବୟସ ର ତାରତମ୍ୟ ଅଧିକ ପ୍ରଭାବ ପକାଉ ନାହିଁ , ଅନେକ ବର୍ଷରୁ ଏହାକୁ ନେଇ ସମାଜରେ ଅନେକ ପ୍ରକାର ତର୍କ ବିତର୍କ ହେଉଥିଲା l କିନ୍ତୁ ବର୍ତମାନ ତ ଝିଅମାନେ ନିଜଠାରୁ ଅଧିକ ଆୟୁ ଓ କମ ଆୟୁର ପୁଅଙ୍କୁ ବିବାହ କରିବା ଗୋଟିଏ ସାଧାରଣ ଘଟଣା ହୋଇ ଗଲାଣି l ଆଜି ଆମେ ଜାଣିବା କି ବୈଜ୍ଞାନିକ ମାନେ ଏହାକୁ କାହିଁକି କହୁଛନ୍ତି ଯେ ନିଜ ଠାରୁ କମ ଆୟୁର ପୁରୁଷ ଙ୍କୁ କାହିଁକି ମହିଳା ମାନେ ବିବାହ କରିବା ଉଚିତ ନୁହେଁ , କାହିଁକି ନ ଏହା ଦର୍ଶାଇ ଥାଏ ଯେ ସାଧାରଣ ମହିଳା ଙ୍କ ମୃତ୍ୟୁ ଦର ଅପେକ୍ଷା ଏଭଳି ମହିଳାଙ୍କ ମୃତ୍ୟୁ ଦର ଅଧିକ ବୋଲି l

କଣ କହୁଛି ରିସର୍ଚ୍ଚ –
ଦି ଗାର୍ଡିଅନ ର ଗୋଟିଏ ଖବର ଅନୁସାରେ ଦାବି କରାଯାଇଛି ଯେ ଯେଉଁ ମହିଳା ମାନେ ନିଜ ଠାରୁ କମ ଆୟୁର ପୁରୁଷ ଙ୍କ ସହିତ ଯଦି ଅଧିକ ଆୟୁର ମହିଳା ବିବାହ କରି ଥାଆନ୍ତି ମୃତ୍ୟୁ ଦର ସାମାନ୍ୟ ମହିଳାଙ୍କ ତୁଳନାରେ ଅଧିକ ଦେଖା ଯାଇଥାଏ l ଏହି ରିସର୍ଚ୍ଚ ରେ ଆହୁରି ମଧ୍ୟ କୁହାଯାଇଛି ଯେ ସମ ବୟସ୍କ ପୁରୁଷ ଙ୍କ ସହିତ ମହିଳାଙ୍କ ବିବାହ କରିବା ଦ୍ୱାରା ମହିଳାଙ୍କ ମୃତ୍ୟୁ ଦର ୧୧ ପ୍ରତିଶତ ନିର୍ଧାରିତ ସମୟ ପୂର୍ବରୁ କମ ହୋଇଥାଏ l କିନ୍ତୁ ଯଦି ନିଜ ବୟସ ଠାରୁ କମ ଆୟୁର ପୁରୁଷ ଙ୍କୁ ବିବାହ କରନ୍ତି ତେବେ ମହିଳାଙ୍କ ମୃତ୍ୟୁ ସମୟ ପୂର୍ବରୁ ୨୦ ପ୍ରତିଶତ ଅଧିକ ଅଟେ l

କିନ୍ତୁ ସାଧାରଣ ଭାବରେ ନାରୀ ନ ପୁରୁଷ କିଏ ଅଧିକ ଦିନ ଜୀବିତ ହୋଇଥାଏ –
ଜର୍ମାନୀ ର ଗୋଟିଏ ରିସର୍ଚ୍ଚ ଅନୁସାରେ କୁହାଯାଇଛି ଯେ ସାଧାରଣ ଜୀବନ ରେ ମହିଳାମାନେ ପୁରୁଷ ମାନଙ୍କ ତୁଳନାରେ ଅଧିକ ଦିନ ଜୀବିତ ରହି ଥାଆନ୍ତି l ଏହି ରିପୋର୍ଟ ଅନୁସାରେ ୨୦୨୨ ରେ ଯେଉଁଠି ପୁରୁଷ ଙ୍କ ଆୟୁ ସୀମା ୭୮ ବର୍ଷ ଥିଲା, ସେହି ସ୍ଥାନରେ ମହିଳାଙ୍କ ଆୟୁ ସୀମା ୮୨.୮ ବର୍ଷ ଥିଲା l ଏବଂ ଆମେରିକାରେ ପୁରୁଷଙ୍କ ର ୭୩ ବର୍ଷ ଥିବା ବେଳେ ମହିଳାଙ୍କର ୭୯ ବର୍ଷ ରହିଥିଲା l କରୋନା ମହାମାରୀ ପୁରୁଷ ଙ୍କ ଆୟୁ ସୀମାକୁ ମଧ୍ୟ ପ୍ରଭାବିତ କରିଛି ବୋଲି ଏହି ରିସର୍ଚ୍ଚ ରେ କୁହାଯାଇଛି l

Leave A Reply