ନୂଆଦିଲ୍ଲୀ : ଟୀକ୍କା କାରଣ କେନ୍ଦ୍ର ନିକଟକୁ ଯିବାକୁ ଅସମର୍ଥ ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ଘରେ ଟୀକ୍କା ନେବାର ବ୍ୟବସ୍ଥା କରିଛନ୍ତି l ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହିପରି ବ୍ୟକ୍ତିମାନେ ସ୍ୱାସ୍ଥ୍ୟ କର୍ମୀ ଙ୍କ ଦ୍ୱାରା ନିଜ ଘରେ ଟୀକ୍କା ନେଇପାରିବେ କିମ୍ବା ଟୀକ୍କା କାରଣ ପାଇଁ ଆବେଦନ କରିବାକୁ ପଡିବ ନାହିଁ l ନୀତି ଆୟୋଗର ସଦସ୍ୟ ଡା . ବିକେ ପୋଲ ପ୍ରେସ କର୍ଣ୍ଣଫରେନ୍ସ ଜରିଆରେ ଏହି ସୂଚନା ଦେଇଛନ୍ତି l ଏହି ନିଷ୍ପତି ଦ୍ୱାରା NHCVC ଅର୍ଥାତ ନିୟର ଟୁ ହୋମ କୋଭିଡ ଭ୍ୟାକସିନ ସେଣ୍ଟର ସ୍ଥାପନା କରାଯିବ l ଏହାଦ୍ୱାରା ଦିବ୍ୟାଙ୍ଗ ଓ ବୟସ୍କ ମାନେ କରୋନା ଟୀକ୍କା ନେବାପାଇଁ କୌଣସି ସ୍ଥାନକୁ ଯିବେ ନାହିଁ l
ସେମାନଙ୍କୁ ଘର ନିକଟରେ ଟୀକା ଦିଅ ଯାଇ ପାରିବ l ଘର ଘର ବୁଲି ଟୀକ୍କା କାରଣ ପ୍ରକ୍ରିୟାକୁ ପ୍ରଥମେ ଏକ୍ସପର୍ଟ କମିଟି ଆଗରେ ରଖା ଯାଇଥିଲା l କିନ୍ତୁ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳି ନଥିଲା l କିନ୍ତୁ ବୟସ୍କ ଓ ଦିବ୍ୟାଙ୍ଗ ଙ୍କୁ ଘର ନିକଟରେ ଟୀକ୍କା ଦେବାର ନିଷ୍ପତି ନିଅ ଯାଇଛି l ଏହି ପ୍ରସ୍ତାବ ଦ୍ୱାରା କମ୍ୟୁନିଟି ସେଣ୍ଟର ,ରେସିଡେଣ୍ଟ ୱେଲଫେୟାର ,ପଂଚାୟତ ଘର , ସ୍କୁଲ ଗୃହ ଆଦିରେ କେନ୍ଦ୍ର ସ୍ଥାପିତ କରି ପାରିବେ ଓ ସେହିଠାରେ କରୋନା ଟୀକ୍କା ନେଇ ପାରିବେ l ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି l ୬୦ ବର୍ଷରୁ ଉର୍ଦ୍ଧ୍ବ ଯେ କୌଣସି ବ୍ୟକ୍ତି ଙ୍କ ର ଘର ନିକଟରେ ଟିକା କରଣ କରାଯିବ ।ଏହା ବ୍ୟତୀତ ୬୦ ବର୍ଷରୁ କମ୍ ଯଦି କେହି ଦିବ୍ୟାଙ୍ଗ ଥିବେ ତାଙ୍କୁ ମଧ୍ୟ ଟିକା କରଣ କରାଯିବ । ଏଥିପାଇଁ ସେ ସାଧାରଣ ଲୋକଙ୍କ ଭଳି ପୂର୍ବରୁ ବୁକିଙ୍ଗ କରିଥିବା ଆବଶ୍ୟକ । କେବଳ ଏତିକି ନୁହେଁ ସେମାନେ ଇଚ୍ଛା କଲେ ସେଣ୍ଟର୍ ରେ ତୁରନ୍ତ ରେଜିଷ୍ଟ୍ରେସନ୍ କରି ପାରିବ ଓ ଟିକା ନେଇ ପାରିବେ l
Comments are closed.