ଶୀତ ଋତୁରେ ବୟସ୍କ ବୃଦ୍ଧ ଓ ବୃଦ୍ଧା ଯଦି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦ୍ଵାରା ପ୍ରଭାବିତ ହୋଇ ଥାଆନ୍ତି ତେବେ ଆପଣାନ୍ତୁ ଏହିସବୁ ଉପାୟ
ବୟସ ବଢିଲେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଏହିସବୁ ସମସ୍ୟା ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, ବିଶେଷ ଭାବରେ ଏହି ସମସ୍ୟା ଶୀତଋତୁ ରେ ଅଧିକ ବଢିଯାଏ । ଏହି ଯନ୍ତ୍ରଣା ଯୋଗୁଁ ବସିବା , ଉଠିବା ଓ ଚାଲିବା ରେ ସମସ୍ୟା ଦେଖା ଦେଇଥାଏ । ଏହି ଯନ୍ତ୍ରଣା ର କାରଣ ଶରୀର ରେ ଭିଟାମିନ ର କାରଣ ମଧ୍ୟ ହୋଇଥାଏ , ଯାହା ହେଲା ପ୍ରୋଟିନ , କ୍ୟାଲସିୟମ , ଭିଟାମିନ ଆଇରନ ଇତ୍ୟାଦି ।
ଆସନ୍ତୁ ଜାଣିବା ଘରୋଇ ଉପାୟ ଗୁଡ଼ିକ କଣ ?
– ଅଦା ରେ କରନ୍ତୁ ଉପଚାର :
ଅଦା ଆଣ୍ଟିଇମ୍ଫଲା ମେଣ୍ଟରି ଗୁଣରେ ଭରପୁର ଅଟେ, ଯାହା କି ଯନ୍ତ୍ରଣା ଲାଘବ କରିବାରେ ସାହାଯ୍ୟ କରିଥାଏ । ଗୋଟିଏ କପ୍ ଗରମ୍ ପାଣି ରେ କିଛି ଅଦା ଖଣ୍ଡକୁ ପକାଇ ଫୁଟାଇ ନିଅନ୍ତୁ । ଏହାପରେ ସେଥିରେ କିଛି ଲେମ୍ବୁ ରସ ଓ ମହୁ ମିଶାଇ ସେବନ କରନ୍ତୁ ଉଷୁମ ଉଷୁମ ।
– ହଳଦୀ :
ହଳଦୀ କରୋକ୍ୟୁମିନ ରେ ଭରପୁର ଅଟେ । ଏହା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା କୁ କମାଇବା ସହିତ ଫୁଲା ମଧ୍ୟ କମାଇଥାଏ। ତେଣୁ ଆପଣ ନିୟମିତ ଭାବରେ ହଳଦୀ ଯୁକ୍ତ ଦୁଗ୍ଧ ସେବନ କରିବା ଦ୍ୱାରା ଆରାମ ମିଳିଥାଏ । ଏହାଛଡା ହଳଦୀ ଖଣ୍ଡ କୁ ପାଣିରେ ଫୁଟାଇ ମଧ୍ୟ ସେବନ କରି ପାରିବେ ।
– ତୁଳସୀ :
ତୁଳସୀ ଔଷଧୀୟ ଗୁଣରେ ଭରପୁର ଅଟେ । ଯାହା ଗଣ୍ଠି ଯନ୍ତ୍ରଣା କାମାଇବାରେ ସାହାଯ୍ୟ କରିଥାଏ । ତେଣୁ ନିୟମିତ ତୁଳସୀ ପତ୍ର କିଛି ନେଇ ତାହାକୁ ପାଣି ରେ ପକାଇ ଫୁଟାନ୍ତୁ ଏହାକୁ ଦିନକୁ ୨-୩ ଥର ସେବନ କରି ପାରିବେ ।
– ଆୟୁର୍ବେଦ ତୈଳ ମାଲିଶ୍ :
ଶୀତ ଋତୁରେ ତେଲ ମାଲିସ୍ କରିବା ନିହାତି ଜରୁରୀ । ଏହା ଆମ ଶରୀର କୁ ଶକ୍ତ କରିବା ସହ ଥକା ଦୂର କରିଥାଏ । ଏହାଛଡା ବିଶେଷ ଭାବରେ ଆଣ୍ଠୁ ଗଣ୍ଠି ପାଇଁ ତେଲ ମାଲିସ୍ ଗୋଟିଏ ଉତ୍ତମ ମାଧ୍ୟମ ଅଟେ । ଯେ କୌଣସି ତେଲ ମାଲିଶ୍ କରନ୍ତୁ ସେଥିରେ ଆପଣ ସାମାନ୍ୟ ଜୁଆଣି ମିଶାଇ ଗରମ କରି ମାଲିସ୍ କରି ପାରିବ ।