Odisha news

ପୁଣି ଥରେ ମା ହେଲା ସିଂହୀ ବିଜଲୀ , ଛୁଆ କୁ ଆପଣେଇବ ତ!

0

ବାରଙ୍ଗ :  ତୃତୀୟ ଥର ପାଇଁ ମା ହୋଇଛି ସିଂହୀ ବିଜଲୀ । ବର୍ତ୍ତମାନ ମା ଓ ଛୁଆ ଉଭୟ ସୁସ୍ଥ ଥିବା ବେଳେ କର୍ତ୍ତୃପକ୍ଷ ଙ୍କ ନଜରବନ୍ଦୀ ରେ ରହିଥିବା ଜଣାପଡିଛି । ସେପଟେ କର୍ତ୍ତୃପକ୍ଷ ସିଂହୀ ବିଜଲୀ ଓ ଶାବକ କୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ଚିନ୍ତା କରିବା ବି ସ୍ଵଭାବିକ କଥା । କାହିଁକି ନା , ବିଗତ ଦିନରେ ବିଜିଲୀ ଦୁଇ ଦୁଇ ଥର ମାତୃତ୍ଵ ଲାଭ କରିଛି କିନ୍ତୁ ନିଜ ଛୁଆକୁ ଆପଣେଉନି । ଛୁଆକୁ ମଣିଷ କୋଳରେ ଲାଳନପାଳନ ହେଉଛନ୍ତି । ପ୍ରକାଶ ଯେ, ପୂର୍ବରୁ ୨୦୨୧ମସିହା ଜୁଲାଇ ୨୧ ରେ ବିଜିଲି ପ୍ରଥମ ଥର ପାଇଁ ମା ହୋଇ ୪ ଟି ଶାବକ ଜନ୍ମ ହୋଇଥିଲା ।ଦୁଇଟି ମଲା ଛୁଆ ହୋଇଥିବା ବେଳେ ଗୋଟିଏ ପର ଦିନ ମୃତୁ ହୋଇଥିଲା । ଅନ୍ୟ ଛୁଆ କୁ  ଗ୍ରହଣ ନ କରିବାରୁ କର୍ତ୍ତୃପକ୍ଷ ମଣିଷ କୋଳରେ ଲାଳନ ପାଳନ କରିବାକୁ ସ୍ଥିର କରିଥିଲେ। ସେହିପରି ୨୦୨୨ମସିହା ମାର୍ଚ୍ଚ ୧୭ରେ ଦିତୀୟ ଥର ପାଇଁ ମା ହୋଇ ଗୋଟିଏ ଶାବକ ଜନ୍ମ ଦେଇଥିଲା ।

କିନ୍ତୁ ଆପଣେଇନଥିଲା  । ସେହି ଶାବକ ଏବେ ମଣିଷ କୋଳରେ ଲାଳନ ପାଳନ ହେଉଛି । ତେବେ ଏସୀୟ ସିଂହୀ ବିଜଲୀ ତାର ତୃତୀୟଗର୍ଭରୁ ୪ଟି ଶାବକକୁ ଜନ୍ମ ଦେଇଛି।ପ୍ରଥମଶାବକକୁ ୨ଟା୩୨,ଦ୍ୱତୀୟଶାବକକୁ୪ଟା୧୬,ତୃତୀୟଶାବକକୁ୫ଟା୩୬ ଓ ଚତୁର୍ଥଶାବକକୁ ୭ଟା୨୧ରେ ଜନ୍ମଦେଇଛି ।ବିଜଲୀର ନବଜାତ ଛୁଆ ୪ଟି ସୁସ୍ଥ ଥିବାବେଳେ ମା  ସେମାନଙ୍କୁ ତା ଜିଭରେ ଚାଟୁଥିବା ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଛି।ତେବେ ଜନ୍ମିତ ଛୁଆ ୪ଟିର ଲିଙ୍ଗଚିହ୍ନଟ ହୋଇନାହିଁ ।ସିଂହ ସମ୍ରାଟ ସହ ସିଂହୀ ବିଜଲୀର ମିଳନ ଗତ ଅଗଷ୍ଟ ମାସରେ ହୋଇଥିଲା।ପରେ ସେ ଗର୍ଭବତୀ ହୋଇଥିଲା।ଏହାପରେ କର୍ତ୍ତୁପକ୍ଷ ବିଜଲୀ ପ୍ରତି ସ୍ବତନ୍ର ଦୃଷ୍ଟି ଦେଇଥିଲେ କର୍ତ୍ତୃପକ୍ଷ। ସିଂହସଫାରୀ ଫିଡିଙ୍ଗ ଚାମ୍ବର ପଛପଟ ପୃଥକୀକରଣ ଏନକ୍ଲୋଜରରେ  ବିଜଲୀକୁ  ରଖିବାସହ  ସିସିଟିଭି ଲଗାଇ ତାର ଗତିବଧି ଲକ୍ଷ୍ୟ କରିଥିଲେ ।ଆଜି ଏହି ୪ଶାବକ ଜନ୍ମହେବାପରେ ନନ୍ଦନକାନନରେ ଏହି ପ୍ରଜାତିର ସିଂହସଂଖ୍ୟା ୧୨କୁ ବୃଦ୍ଧିପାଇଛି।ତହିଁ ମଧ୍ୟରେ ୪ଅଣ୍ଡିରା ୪ମାଈ ଓ ନବଜାତ ଶାବକ ୪ଟିର ଲିଙ୍ଗଚିହ୍ନଟ ହୋଇନାହିଁ। ତେବେ ସିଂହୀ ବିଜିଲୀ ତାର ଛୁଆ କୁ ଆପଣେଉଛି ନା ମଣିଷ କୋଳରେ ବଢୁଛି ତାହା ଦେଖିବାକୁ ବାକି ରହିଲା ।

IEC 2 years
Leave A Reply