ମୋଦି ସରକାରଙ୍କର ବଡ଼ ଘୋଷଣା , ପ୍ରଥମଥର ପାଇଁ ଭାରତରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ , ଲକ୍ଷ ଲକ୍ଷ ଲୋକ ପାଇବେ ବମ୍ପର ଲାଭ, ଦୁନିଆରେ ଆଉ ଗୋଟିଏ ଇତିହାସ ରଚିବାକୁ ଯାଉଛି ଭାରତ, ଖୁବ ଶୀଘ୍ର କ୍ୟାବ ର ଭଡା ହେବାକୁ ଯାଉଛି ଶସ୍ତା l
ଯାହା କେବେ ଦୁନିଆର କୌଣସି ଦେଶରେ ହୋଇନଥିଲା ତାହା ହେବାକୁ ଯାଉଛି ଭାରତରେ, ମୋଦି ସରକାର ଲଗାତାର ଭାରତକୁ ଆତ୍ମନିର୍ଭର ଭାରତ ବିକଶିତ ଭାରତ କରିବାରେ କାର୍ଯ୍ୟ କରି ଆସୁଛନ୍ତି, ଏହି ପରିପ୍ରେକ୍ଷୀ ରେ ସରକାର ଏଭଳି ଗୋଟିଏ ଘୋଷଣା କରିବାକୁ ଯାଉଛନ୍ତି ଯାହାଦ୍ୱାରା କୋଟି କୋଟି ଜନସାଧାରଣ ଲାଭାନ୍ବିତ ହେବେ l ଏହା ସହିତ ଟ୍ୟାକ୍ସି ବ୍ୟବସାୟ ନାମରେ ମନମାନୀ କରୁଥିବା ପ୍ରାଇଭେଟ କମ୍ପାନୀ ଙ୍କୁ ମିଳିବ ବଡ଼ ଝଟକା l
ଏହାଦ୍ୱାରା କିଭଳି ଲାଭ ପାଇବେ ଟ୍ୟାକ୍ସି ଡ୍ରାଇଭର ଏବଂ କଣ ଲାଭ ପାଇବେ ଜନସାଧାରଣ ତାହା ଆମେ ନିହାତି ଜାଣିବା ଜରୁରୀ l ୨୦୨୩ ର ଗୋଟିଏ ରିପୋର୍ଟ ଅନୁସାରେ ପ୍ରାଇଭେଟ ଟ୍ୟାକ୍ସି ଓଲା , ଉବେର ରେ ପାଖାପାଖି ୧୦ ଲକ୍ଷ ଡ୍ରାଇଭର କାମ କରୁଛନ୍ତି, ଏବଂ ଭାରତର ଟ୍ୟାକ୍ସି ମାର୍କେଟ ରେ ଏହି କମ୍ପାନୀ ମାନଙ୍କର ୫୦ ପ୍ରତିଶତ ଭାଗିଦାରୀ ରହିଛି l ଏହି ରିପୋର୍ଟ ରୁ ଆପଣ ଜାଣିପାରୁ ଥିବେ ଯେ ଭାରତରେ କ୍ୟାବ ସର୍ଭିସ କେତେ ଦ୍ରୁତ ଗତିରେ ବଢୁଛି l
ଏହାକୁ ଧ୍ୟାନରେ ରଖି ଭାରତ ସରକାର ଏହି କ୍ଷେତ୍ରରେ କିଛି କରିବାକୁ ଯାଉଛନ୍ତି l ଏହାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ମାର୍ଚ୍ଚ ମାସରେ ଭାଷଣ ସମୟରେ ସଂସଦ ରେ ଏପରି କିଛି କହିଥିଲେ ଯାହାଦ୍ୱାରା ପ୍ରାଇଭେଟ କମ୍ପାନୀ ର ଡ୍ରାଇଭର ଆଉ ହଇରାଣ ହେବେ ହଃଇଁ l ଅମିତ ଶାହା ନିଜ ଭାଷଣରେ କହିଥିଲେ ଯେ ଟ୍ୟାକ୍ସି ସେବାର କମିଶନ ବର୍ତମାନ ଆଉ କମ୍ପାନୀ ଖାଇ ପାରିବେ ନାହିଁ, ଏହା ବର୍ତମାନ ଡ୍ରାଇଭର ଙ୍କ ପାଖକୁ ସିଧାସଳଖ ଯିବ l
ନୂଆ ବର୍ଷ ଆରମ୍ଭରେ ରାଜଧାନୀ ଦିଲ୍ଲୀ ରେ ଟ୍ୟାକ୍ସି ସର୍ଭିସ ସେକ୍ଟର ରେ ଗୋଟିଏ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି, ଜାନୁଆରୀ ୧ତାରିଖ ଠାରୁ ଦିଲ୍ଲୀ ରେ ଭାରତ ଟ୍ୟାକ୍ସି ଆପ ର ଲଞ୍ଚ ହେବାକୁ ଯାଉଛି l ଯାହା ଯାତ୍ରୀ ମାନଙ୍କ ପାଇଁ ହେବ ଭରସା ଯୋଗ୍ୟ, ସୁରକ୍ଷିତ, ଓ ଶସ୍ତା ରେ ଯାତ୍ରା କରାଇବ l ଦ୍ରୁତ ଗତିରେ ଡିଜିଟାଲ ସେକ୍ଟର ରେ ଏହି ଆପ ଗୋଟିଏ ବଡ଼ ବିକଳ୍ପ ଅଟେ, ସରକାରଙ୍କ ଦ୍ୱାରା ଆରମ୍ଭ ହେବାକୁ ଯାଉଥିବା ଏହି ଟ୍ୟାକ୍ସି ସେବା ଓଲା ଉବେର ର ଗୋଟିଏ ବଡ଼ ବିକଳ୍ପ ହେବ l
ଭାରତ ଟ୍ୟାକ୍ସି ଆପ ଗୋଟିଏ ମୋବାଇଲ ଆଧାରିତ ବୁକିଂ ଆପ ଅଟେ, ଯାହାକୁ ଆମେ ଅନ୍ୟ କ୍ୟାବ ବୁକିଂ ଭଳି ନିଜ ଫୋନ ରୁ କରିପାରିବା l ଏହାକୁ ସାଧାରଣ ଭାରତୀୟ ଯାତ୍ରୀଙ୍କ ଆବଶ୍ୟକତା କୁ ଦେଖି ଡିଜାଇନ କରାଯାଇଛି l ଏହି ଆପ ଲୋକାଲ ଓ ଆଉଟ ଷ୍ଟେସନ ଉଭୟର ସେବା ଦେବ l ଏହି ସର୍ଭିସ ଦ୍ୱାରା ଡ୍ରାଇଭର ମାନଙ୍କୁ ଇନସିୟୁରାନ୍ସ ମିଳିବ, ଅଧିକ କମିଶନ ମିଳିବ, ଲାଭ ସିଧାସଳଖ ଡ୍ରାଇଭରଙ୍କ ପାକେଟ କୁ ଯିବ, ଏବଂ କମ ମୂଲ୍ୟ ରେ ଯାତ୍ରୀ ଯାତ୍ରା କରିପାରିବେ l
