Odisha news

ଆୟୁର୍ବେଦ ର ମହାମନ୍ତ୍ର : ପାଦ ତଳେ ତେଲ ମାଲିସ କରିବା ଦ୍ୱାରା ମିଳିଥାଏ ୫ଟି ରୋଗରୁ ଚମତ୍କାର ଲାଭ

0

ଆୟୁର୍ବେଦ ର ଚିକିତ୍ସା ବିଶ୍ୱର ସର୍ବ ପୁରାତନ ଚିକିତ୍ସା ଅଟେ l ପୂର୍ବ କାଳରେ ପ୍ରାୟ ସମସ୍ତେ ଚିକିତ୍ସିତ ହେଉଥିଲେ ଆୟୁର୍ବେଦ ଉପଚାର ରେ, ଯାହା ର ଗୁରୁତ୍ୱ ଆଜି ମଧ୍ୟ ରହିଛି l ଶରୀରରେ କିମ୍ବା ପାଦ ରେ ତେଲ ମାଲିସ ହେଉଛି ସେହିଭଳି ଗୋଟିଏ ଆୟୁର୍ବେଦ ଉପଚାର l ଆସନ୍ତୁ ଆଜି ଜାଣିବା ପାଦ ତଳେ ତେଲ ମାଲିସ ର ସ୍ୱାସ୍ଥ୍ୟଗତ ଲାଭ ବିଷୟରେ l

* ଅନିଦ୍ରା ସମସ୍ୟା ଠିକ ହୋଇଥାଏ – ମଣିଷ ଦିନସାରା ଅଧିକ ଥକି ଯାଇଥିଲେ ରାତିରେ ନିଦ ଖୁବ କଷ୍ଟ ରେ ଆସିଥାଏ l ନିଦ ନଆସିବା ସମସ୍ୟା କୁ ଅନିଦ୍ରା କୁହାଯାଏ l ଯଦି ଆପଣ ମଧ୍ୟ ଅନିଦ୍ରା ସମସ୍ୟାକୁ ସମ୍ମୁଖୀନ କରୁଛନ୍ତି ତେବେ ପ୍ରତିଦିନ ଶୋଇବା ପୂର୍ବରୁ ନିଜ ପାଦ ତଳେ ନିହାତି ତେଲ ମାଲିସ କରିବା ଆବଶ୍ୟକ l ଏହାଦ୍ୱାରା ଆପଣଙ୍କ ଚିନ୍ତା କମିବ,ଥକାପଣ ଦୂର ହେବ ଓ ନିଦ ଭଲ ଆସିବ l

* ମାନସିକ ଚାପ ଦୂର ହୁଏ – ଆଜିକାଲି ପ୍ରାୟ ପ୍ରତ୍ୟେକ ମଣିଷ କୌଣସି ନା କୌଣସି କାରଣରୁ ଚିନ୍ତାରେ ରହୁ ଥିବାର ଆମେ ଦେଖୁଛୁ l ଦୀର୍ଘ ସମୟ ଧରି ଚିନ୍ତାରେ ରହିବା ଡିପ୍ରେସନ ର କାରଣ ହୋଇପାରେ l ଆୟୁର୍ବେଦ ରେ କୁହାଯାଇଛି ମାନସିକ ଚାପ କୁ ଦୂର କରିବା ପାଇଁ ପାଦ ତଳେ ତେଲ ମାଲିସ ନିହାତି ଆବଶ୍ୟକ l ଏହାକୁ ଆମେ ଦିନକୁ ୨ଥର ମଧ୍ୟ କରିପାରିବା, ରାତିରେ ଶୋଇବା ପୂର୍ବରୁ ଓ ସକାଳୁ ଗାଧୋଇବା ଆଗରୁ l

* ଗଣ୍ଠି ଯନ୍ତ୍ରଣାରୁ ଆରମ୍ ମିଳିଥାଏ – ପାଦ ତଳେ ତେଲ ମାଲିସ କରିବା ଦ୍ୱାରା ମାନସିକ ଓ ଶାରୀରିକ ଭାବରେ ଆରାମ ମିଳିଥାଏ l ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ପାଦ ତଳେ ମାଲିସ କରିବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ରୁ ଆରାମ ମିଳିବ l କାରଣ ପାଦ ତଳେ ତେଲ ମାଲିସ କରିବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ, ଟିସୁ ଗୁଡିକ ରିଲାକ୍ସ ହେବା ସହ ଗଣ୍ଠି ଯନ୍ତ୍ରଣା ମଧ୍ୟ କମି ଯାଇଥାଏ l

* ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ – ଆୟୁର୍ବେଦ ଅନୁସାରେ ରକ୍ତ ସଂଚାଳନ ଠିକ ଭାବରେ କରିବା ପାଇଁ ଶରୀରରେ ତେଲ ମାଲିସ ନିହାତି ଜରୁରୀ l ପାଦ ତଳେ ତେଲ ମାଲିସ କରିବା ଦ୍ୱାରା ସମଗ୍ର ଶରୀରରେ ବ୍ଲଡ଼ ସ୍ରକୁଲେସନ ଠିକ ଭାବରେ ହୋଇଥାଏ l

* ମହିଳା ମାନଙ୍କ ପାଇଁ ହିତକର – ମହିଳାମାନେ ପାଦ ତଳେ ତେଲ ମାଲିସ କରିବା ଦ୍ୱାରା ମାସିକ ଋତୁସ୍ରାବ ସମୟରେ ଆରାମ ମିଳିଥାଏ l

Leave A Reply