ବାଲେଶ୍ୱର : ବୁଧବାର ଦିନ ବାଲେଶ୍ୱର ସହରରେ ବିଭିନ୍ନ କମୁ୍ୟନିଟିର ମହିଳା ଯଥା ଗୁଜୁରାଟୀ, ମାରୱାଡ଼ୀ, ମହିଳା ସଂଗଠନ, ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ନେଇ ଅନେକ ୱାର୍ଡରେ ଆଲୋଚନା ସଭାମାନ ବିଜେପି ମହିଳା ମୋର୍ଚ୍ଚା ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି ।
କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ମହିଳା ଓ ଶିଶୁ କଲ୍ୟାଣ ଯୋଜନା, ଜନଧନଯୋଜନା, ଉଜ୍ଜ୍ୱଳା ଯୋଜନା, ସୁକନ୍ୟା ଯୋଜନା ଭଳି ଯୋଜନା ଦ୍ୱାରା ମହିଳାମାନେ କିଭଳି ସଶକ୍ତିକରଣ ହେଉଛନ୍ତି ସେବାବଦରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଅବଗତ କରାଇଥିଲେ ।
ମହିଳାମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ ଶିଶୁ ଓ ମହିଳାମାନଙ୍କ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ଆଇନ୍ ବିଷୟରେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରିତା ଦାସ, ୱାର୍ଡ କାଉନ୍ସିଲର ପ୍ରଭାସିନୀ ମିତ୍ର ପ୍ରମୁଖ ଭାଗନେଇଥିଲେ ବୋଲି ଭାରତୀୟ ଜନତା ପାର୍ଟିର ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି