Odisha news

ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ; ମାଟିର ପୁଅକୁ ଭୋଟ ଦିଅ , ତିର୍ତ୍ତୋଲ ବଞ୍ଚାଅ : ସୁର ରାଉତରାୟ

0

ଜଗତସିଂହପୁର : ତିର୍ତ୍ତୋଲ ଉପ ନିର୍ବାଚନକୁ ଆଉ ମାତ୍ର ୬ ଦିନ ବାକି ରହିଥିବା ବେଳେ ପ୍ରଚାର ପାଇଁ ରହିଛି ହାତରେ ୪ ଦିନ ।ଫଳରେ କଂଗ୍ରେସ,ବିଜେଡି ଓ ବିଜେପି ପକ୍ଷରୁ ପ୍ରଚାର କାର୍ଯ୍ୟକୁ ଯୋରଦାର କରାଯାଇଛି ।ଆଜି କଂଗ୍ରେସ ପକ୍ଷରୁ ପ୍ରଚାରର ମଙ୍ଗ ଧରିଥିଲେ ଜଟଣୀ ବିଧାୟକ ସୁର ରାଉତରାୟ,ପୁର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ,ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ।ଆଜି କଂଗ୍ରେସ ପ୍ରଚାର ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଦ୍ୱାରା ଜଇପୁର ଛକ ନିକଟରୁ ଆରମ୍ଭ ହୋଇଥିଲା ।

ଜଇପୁର ଛକରୁ ରାହାଡିଙ୍ଗା ଦେଇ ବାଇକ ଶୋଭାଯାତ୍ରା ରାଢଙ୍ଗ ପଞ୍ଚାୟତରେ ଶେଷ ହୋଇ ଏକ କର୍ମୀ ସମ୍ମୀଳନୀ ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ପୁର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,ଅଖିଳ ଭାରତୀୟ କଂଗ୍ରେସ କମିଟିର ମୁଖପାତ୍ର ରାଗିଣୀ ନାୟକ,ମହିଳା ପ୍ରଦେଶ କଂଗ୍ରେସ କମିଟିର ସଭାନେତ୍ରୀ ବନ୍ଦିତା ପରିଡା,ପୁର୍ବତନ ମହିଳା ପ୍ରଦେଶ କଂଗ୍ରେସର ସଭାନେତ୍ରୀ ସସ୍ମିତା ସାହୁ,ବରିଷ୍ଠ କଂଗ୍ରେସ ନେତା ସର୍ବେଶ୍ୱର ପଣ୍ଡା,କଂଗ୍ରେସର ସୁଦକ୍ଷ ଯୁବ ସଂଗଠକ ଦେବ ପ୍ରସାଦ ନାୟକ ପ୍ରମୁଖ ସାମିଲ ହୋଇଥିଲେ ।କଂଗ୍ରେସ ଦଳ ହେଉଛି ଏକ ମାତ୍ର ଦଳ ଯିଏ ଲୋକମାନଙ୍କ ପାଇଁ ଚିନ୍ତା କରିଥାଏ ।ସାଧାରଣ ଲୋକମାନଙ୍କ ଲଢେଇରେ କଂଗ୍ରେସ ସାମିଲ ହୋଇଥାଏ ।ତିର୍ତ୍ତୋଲ ମାଟି ହେଉଛି ଆଦି କବି ଶାରଳା ଦାସଙ୍କ ମାଟି ।ଏହି ମାଟି ଓଡିଶା ରାଜନିତୀରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛି ।ଏଠାକାର ଲୋକମାନେ ଶିକ୍ଷିତ ଓ ସଚେତନ ।

କଂଗ୍ରେସର ପ୍ରାର୍ଥୀ ହିମାଂଶୁ ଭୁଷଣ ମଲ୍ଲିକ ଜଣେ ଉଚ୍ଚ ଶିକ୍ଷିତ ପିଲା ଓ ଏହି ମାଟିର ପୁଅ ।ମାଟିର ପୁଅକୁ ଭୋଟ ଦିଅ ଓ ତିର୍ତ୍ତୋଲ ବଞ୍ଚାଅ ନାରା ଦେଇଥିଲେ ।ହିମାଂଶୁ ମାଟିର ପୁଅ ହୋଇଥିବାରୁ ତିର୍ତ୍ତୋଲର ଜନସାଧାରଣ ତାକୁ ବିପୁଳ ସଂଖ୍ୟାରେ ଭୋଟ ଦେବେ ବୋଲି କହିଛନ୍ତି ସୁର ରାଉତରାୟ ।ରାଜ୍ୟରେ ଶାସନ କରୁଥିବା ନବୀନ ସରକାର ଏକ ଅପାରଗ ସରକାର ।କୋଭିଡ ପରିଚାଳନାରେ ତ୍ରୁଟି,ରାଜ୍ୟରେ ବେକାରୀ ସମସ୍ୟାର ସମାଧାନ ନହେବା,ବନ୍ୟା ବାତ୍ୟାରେ ଲୋକଙ୍କ ପାଖକୁ ନଯାଇ ମିଛରେ ବାହାବା ନେବା ଆଦି ବହୁ ସଂଗୀନ ଅଭିଯୋଗ ଶାସକ ଦଳ ନାମରେ ରହିଛି ।ଦୀର୍ଘ ୧୫ ବର୍ଷ ତିର୍ତ୍ତୋଲରେ ଶାସକ ଦଳର ବିଧାୟକ ଥିଲେ ହେଁ ଏଠି ରାସ୍ତାଘାଟ,ପାନିୟ ଜଳ,ବେକାରୀ ସମସ୍ୟା,ଡ୍ରେନେଜ ସମସ୍ୟା ବାବଦରେ କିଛି ବି ପଦ କ୍ଷେପ ଗ୍ରହଣ କରିନାହାନ୍ତି ।ଲୋକେ ଏଥର ମନ ସ୍ଥିର କରିଛନ୍ତି ଏ ଅପାରଗ ସରକାରକୁ ହଟାଇ ହାତ ଚିହ୍ନରେ ସୁଇଚ ଚିପି ଆମ ପ୍ରାର୍ଥୀ ହିମାଂଶୁକୁ ବିପୁଳ ସଂଖ୍ୟାରେ ସମର୍ଥନ ଦେବେ ବୋଲି ଜଟଣି ବିଧାୟକ ସୁର ରାଉରାୟ କହିଥିଲେ ।

Leave A Reply