Odisha news

ଇଷ୍ଟଦୀପ ଇଣ୍ଡିଆନ୍ ଗ୍ରାମୀଣ ବିତରକ ଡିଷ୍ଟ୍ରିବ୍ୟୁଟର  ସଂସ୍ଥା ଦାସପୁରୁ ତରଫରୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା 2.0 ର ଦ୍ଵିତୀୟ ପର୍ଯ୍ୟାୟ ମାଗଣା ଗ୍ୟାସ୍ ବଣ୍ଟନ

0

ଇଷ୍ଟଦୀପ ଇଣ୍ଡିଆନ୍ ଗ୍ରାମୀଣ ବିତରକ ଡିଷ୍ଟ୍ରିବ୍ୟୁଟର  ସଂସ୍ଥା ଦାସପୁରୁ ତରଫରୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା 2.0 ର ଦ୍ଵିତୀୟ ପର୍ଯ୍ୟାୟ ମାଗଣା ଗ୍ୟାସ୍ ବଣ୍ଟନ କୋଳଥିଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା. ଏଥିରେ ମୁଖ୍ୟ ଅତିଥି ରୂପେ ଇଣ୍ଡିଆନ୍ ଅୟେଲ କର୍ପୋରେସନ ର ଜିଲ୍ଲା ଅଧିକାରିଣୀ ଶ୍ରୀମତୀ ଅଙ୍କିତା ଚାଙ୍ଗମୟି ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି  ଭାବେ କୋଳଥି ଗାଁ ସରପଞ୍ଚ ଜଗମୋହନ ପାତ୍ର, ଇଷ୍ଟଦୀପ ଇଣ୍ଡିଆନ୍ ଗ୍ରାମୀଣ ବିତରକ  ଡିଷ୍ଟ୍ରିବ୍ୟୁଟର ସଂସ୍ଥା ଦାସପୁର ର ମୁଖ୍ୟ ରଶ୍ମିତା ସାହୁ ପ୍ରମୁଖ ଯୋଗଦେଇ ଉଜ୍ଜଳା ଯୋଜନା ହିତାଧିକାରୀ ମାନଙ୍କୁ ମାଗଣା ଗ୍ୟାସ୍ ବଣ୍ଟନ କରିଥିଲେ. ଦ୍ଵିତୀୟ ପର୍ଯ୍ୟାୟରେ ମୋଟ  25 ଜଣ ଗରିବ ହିତାଧିକାରୀ ଙ୍କୁ ମାଗଣା ଗ୍ୟାସ୍ ବଣ୍ଟନ କରାଯାଇଥିଲା. ଅନ୍ୟମାନଙ୍କ ମଧ୍ଯରେ ସମାଜସେବୀ ନଟବର ସାହୁ,ସୌମିକ ସାହୁ  ପ୍ରମୁଖ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ  ସମ୍ମାନିତ କରିଥିବା  ବେଳେ ଇଣ୍ଡିଆନ୍ ଅୟେଲ ଏସ୍.ଡି.ପି ମିଟିକ ଗୌଡ ହିତାଧିକାରୀ ମାନଙ୍କୁ ଗ୍ୟାସ୍ ର ସଠିକ୍ ଏବଂ ସୁରକ୍ଷିତ ବ୍ୟବହାର ସଂମ୍ପର୍କରେ ମା ମାନଙ୍କୁ ସଚେତନ କରାଇଥିଲେ. ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଜରିଆରେ ଗ୍ୟାସ୍ ସିଲିଣ୍ଡର, ଖାତା, ଚୁଲି,ରେଗୁଲେଟର, ସବୁ କିଛି ମାଗଣା ପାଇଥିବାରୁ ସମସ୍ତ ହିତାଧିକାରୀ ଖୁସି ବ୍ୟକ୍ତ କରିବା ସହ ମାନନୀୟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଧନ୍ୟବାଦ ଜଣାଇଥିଲେ.

Leave A Reply