ନୂଆପଡା- ୯/୪ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜ଼ିଲ୍ଲା ଖଡ଼ିଆଳ ବନ ବିଭାଗ କର୍ମଚାରୀ ପେଟ୍ରୋଲିଂ ବେଳେ ଖଇରକାଠ ଚାଲାଣ କରୁଥିବା ୨ଟି ଗାଡ଼ିକୁ ଜବତ କରିଛନ୍ତି। ଖଡ଼ିଆଳ ବନାଞ୍ଚଳ ଅଧୀନରେ ଥିବା ଉପରପିଟା ଗ୍ରାମ ନିକଟରେ ଖଡ଼ିଆଳ ବନ ବିଭାଗ ପକ୍ଷରୁ ରାତି ୩ଟାରେ ପେଟ୍ରୋଲିଂ ଚାଲିଥିଲା। ଏହି ସମୟରେ ଉପରପିଟା ଗ୍ରାମରୁ କଣ୍ଟାବାଞ୍ଜିକୁ ଖଇର କାଠ ଚାଲାଣ କରୁଥିବା ୨ଟି ପିକ୍ଅପ୍ ଭ୍ୟାନ୍ (ଓଆର୍ ୦୨ ଏଏମ୍ ୪୮୧୫) ଓ (ଓଡି ୩୧- ୬୩୩୬) କୁ ଜବତ କରିଥିଲେ। ଉଭୟ ଗାଡ଼ିରୁ ୧୩୩୦ କେଜି (୭୧ ଖଣ୍ଡ) କାଠ ଜବତ କରାଯାଇଥିଲା। ଏଥିରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ସହର ର ପ୍ରଦୀପ ଶର୍ମା (୫୩) ଓ ସଞ୍ଜୟ ସାହୁ, ବେଲପଡ଼ାର ଅଭିଷେକ ବାଗ (୨୦) ଓ ସୁନ୍ଦରଗଡ଼ ଜିଲ୍ଲା ଉଦିତ ନଗର ଥାନା ଅଞ୍ଚଳର କରନ ଶର୍ମା (୨୬) ଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ଏକ ସ୍କୁଟି (ଓଆର୍ ୦୩ ଜି ୦୬୧୬) କୁ ମଧ୍ୟ ଜବତ କରାଯାଇଛି। ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଉପରୋକ୍ତ ପେଟ୍ରୋଲିଂ ଦଳ ରେ ଫରେଷ୍ଟର ଖଗେଶ୍ଵର ମାଝୀ, ମହାଦେବ ବନ୍ଦିଛୋର, ରାଜେଶ ହରିଜନ, ସୁଦାମ ବାଗ, ପୁରୁଷୋତ୍ତମ ନାଗ, ନରେଶ ଦଣ୍ଡସେନା ପ୍ରମୁଖ ସାମିଲ ଥିଲେ ।