ନୂଆପଡା -୯/୪ (ସୁରେନ୍ଦ୍ର ତିୱାରୀ) : ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ପୋଲିସ ପଡିଆରେ ଜିଲ୍ଲା କ୍ରୀଡା ବିଭାଗ ଦ୍ଵାରା ମୁଖ୍ୟମନ୍ତ୍ରୀ ଟ୍ରଫି ପାଇଁ ଆନ୍ତ କ୍ଲବ ଅଣ୍ଡର ୧୫ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଚାଲିଛି। ଆଜି ମ୍ୟାଚ୍ ର ତୃତୀୟ ଦିନରେ ପ୍ରଥମ ମ୍ୟାଚ୍ ଉଦନ୍ତୀ ଏଫସି ଖଡ଼ିଆଳ ସହିତ କଣା ଭଇଁରା ଏଫସି ନୁଆପଡା ଦଳ ମଧ୍ୟରେ ହୋଇ ଥିଲା । ଏଥିରେ ଉଦନ୍ତୀ ଦଳ ୩-୦ ରେ ବିଜୟୀ ହୋଇଥିଲା। ଦ୍ଵିତୀୟ ମ୍ୟାଚ୍ ବୋଡ଼େନ ଏଫସି ଏବଂ ସିନାପାଲି ଏଫସି ମଧ୍ୟରେ ହୋଇଥିଲା । ଏଥିରେ ଉଭୟ ଦଳ ୧-୧ ଗୋଲ ସ୍କୋର କରି ମ୍ୟାଚ୍ କୁ ଡ୍ର କରିଥିଲେ । ଆଜିର ଖେଳ କୁ ହରିହର ସାହୁ, ତାପସ କୁମାର୍ ପତି, ଅମୂଲ୍ୟ ବାରିକ ମହତାବ ଆଡ଼ଯୁଆଡ , ମୋହନ କୁମାର ମହନ୍ତ ପରିଚାଳନା କରିଥଲେ। ଆଜିର ମୁଖ୍ୟ ଅତିଥି ରୂପେ ଦେବେନ୍ଦ୍ର ମହାପାତ୍ର ଓ ବୈଠାରୁ ଯୋଗ ଦାନ କରି ଥିଲେ।ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର କୁମାର ବଢେଇ ଓ ମ୍ୟାଚ୍ କମିଶନର ପ୍ରକାଶ ସାହୁ ଙ୍କ ତତ୍ତ୍ଵବଧାନରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି ।