Odisha news

ରାସ୍ତା ମରାମତି ଦାବୀ 

0
ନୂଆପଡ଼ା- ୫/୪(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଗନ୍ନାଥପାଲି ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଥିବାରୁ ତୁରନ୍ତ ମରାମତି ପାଇଁ ଦାବୀ ହେଉଛି। କୋମନା -ଟିକ୍ରାପଡ଼ା ପି. ଡବ୍ଲୁ. ଡି ରାସ୍ତାରୁ ଜଗନ୍ନାଥପାଲି ଗ୍ରାମକୁ ରାସ୍ତା ଗ୍ରାମ୍ୟ ବିଭାଜନ ବିଭାଗ ଅଧୀନରେ ରହିଛି। ଗ୍ରାମବାସୀ ଙ୍କ କହିବା ଅନୁସାରେ ଉକ୍ତ ରାସ୍ତା ଦୀର୍ଘ ଦଶ ପନ୍ଦର ବର୍ଷ ପୂର୍ବରୁ ଗ୍ରାମ୍ୟ ବିଭାଜନ ବିଭାଗ ଦ୍ୱାରା ପିଚୁରାସ୍ତା ନିର୍ମାଣ କରାଯାଇଥିଲା । ସେହି ଦିନରୁ ଏହି ରାସ୍ତା ର ମରାମତି କିମ୍ବା ରକ୍ଷଣା ବେକ୍ଷଣ କରାଯାଇନଥିବାରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଫଳରେ ଛାତ୍ରଛାତ୍ରୀ ଙ୍କୁ ସ୍କୁଲ ଯିବା ଆସିବା, ରୋଗୀଙ୍କୁ ଡାକ୍ତରଖାନା ଯିବା ଆଦି ଜରୁରୀ କାଳୀନ ପରିସ୍ଥିତି ରେ ଲୋକେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଥିବା ଅଭିଯୋଗ ହେଉଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ମରାମତି କରାଯିବାକୁ ସାଧାରଣରେ ଦାବୀ ହେଉଛି।
Leave A Reply