ନୂଆପଡା(ସୁରେନ୍ଦ୍ର ତିୱାରୀ) ଆଜି ନୂଆପଡା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ସମାରୋହର ସିଧାସଳଖ ପ୍ରସାରଣ ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଆଜି ଭରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ର ୧୯ ତମ କିସ୍ତି ହାରାହାରି ୧୦ କୋଟି ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଡି.ବି.ଟି ମାଧ୍ୟମରେ ଦିଆଯାଇଛି । ନୂଆପଡାର ଏହି କାର୍ଯ୍ୟକ୍ରମରେ ସାଂସଦ କଳାହାଣ୍ଡି ଙ୍କର ପ୍ରତିନିଧି ପ୍ରସନ୍ନ ପାଢ଼ୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ବେଉରା, ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ଲବ ସୋରେନ ଙ୍କ ସମେତ ସମସ୍ତ କୃଷି ବୈଜ୍ଞାନିକ, ଗୋଷ୍ଠୀ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ, କୃଷି ଅଧିଦର୍ଶକ, ଗ୍ରାମ୍ୟ କୃଷି କର୍ମଚାରୀ, ବି.ଟି.ଏମ ଓ ଏ.ଟି.ଏମ ଙ୍କ ସହିତ ୨୫୦ ରୁ ଅଧିକ ଚାଷୀ ଭାଇ ଓ ଭଉଣୀ ମାନେ ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ନୂଆପଡ଼ା ଜିଲ୍ଲାର ସମୁଦାୟ ୮୭,୭୪୧ ଜଣ ଚାଷୀ ଭାଇ ଓ ଭଉଣୀ ମାନେ ଏହି ଯୋଜନାରେ ୧୯ ତମ କିସ୍ତି ପାଇ ଉପକୃତ ହୋଇଛନ୍ତି ।