ନୂଆପଡ଼ା – ୨୩/୨(ସୁରେନ୍ଦ୍ର ତିୱାରୀ) ଜି ନୂଆପଡ଼ା ଜିଲ୍ଲା ଖାଉଟି ଅଦାଲତ ରେ ଜଣେ ବ୍ୟକ୍ତିଙ୍କୁ ସେବା ଯୋଗାଇଦେବା ରେ ଟାଲ ଟୁଲ ନୀତି ଅବଲମ୍ବନ ଓ ଖାଉଟି କୁ ଅଯଥା ହଇରାଣ ହରକତ କରି ଥିବା ଚୋଳାମଣ୍ଡଳମ ଏମ.ଏସ. ଜେନେରାଲ ଇନସୁରାନ୍ସ କମ୍ପାନୀ ଲିମିଟେଡ ଦଣ୍ଡିତ ହୋଇଛି। ଦଣ୍ଡିତ ହେବା ପରେ କମ୍ପାନୀ ଖାଉଟି କୁ କ୍ଷତି ପୂରଣ ପ୍ରଦାନ କରିଛି । ଗତ ୧୩ ଜୁନ ୨୦୨୨ରେ କୋମନା ଥାନ ଅନ୍ତର୍ଗତ ଉଲଭା ଗ୍ରାମ ର ସୋମନାଥ ମାଝି ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟ ବରଣ ହୋଇଥିଲା । ସ୍ବର୍ଗତ ମାଝି ଙ୍କ ବାଇକ (ଓଡି -୨୬- ଏଫ- ୧୦୫୧) ବୀମା ସମୟ ଅବଧିରେ ଦୁର୍ଘଟଣା ରେ ସମ୍ପୂର୍ଣ କ୍ଷତି ହୋଇପଡ଼ିଥିଲା। ସ୍ବର୍ଗତ ମାଝିଙ୍କ ନିଜ ଲୋକ ମାନେ କ୍ଷତି ଗ୍ରସ୍ତ ବାଇକ ସଜାଡି ବାକୁ ଅଧିକୃତ ସର୍ଭିସ ସେଣ୍ଟର କୁ ନେଇଥିଲେ। ସେଠାରେ ସ୍ବର୍ଗତ ମାଝି ଙ୍କ ସ୍ତ୍ରୀ ତିଲେଶ୍ୱରି ମାଝି ବାଇକ ମରାମତି ମୂଲ୍ୟ ଉପରୋକ୍ତ ବିମା କମ୍ପାନୀ କୁ ପୈଠ କରିବାକୁ କହିଥିଲେ। ହେଲେ ଏକ ବର୍ଷ ରୁ ଉର୍ଦ୍ଧ୍ ହୋଇ ଯାଇଥିଲେ ବି ବୀମା କମ୍ପାନୀ କୌଣସି ସନ୍ତୋଷ ଜନକ ଉତ୍ତର ନ ଦେଇ ଚୁପ ବସିଥିଲେ। ଗତ ୮ ସେପ୍ଟେମ୍ବର ୨୦୨୩ ରେ ଆଇନଜୀବୀ ହରିଶ କୁମାର ପଟେଲ ଓ ପ୍ରିତେଶ କୁମାର ସାହୁ ଦ୍ୱୟଙ୍କ ଦ୍ଵାରା ସ୍ବର୍ଗତ ମାଝି ଙ୍କ ସ୍ତ୍ରୀ ଆଇନ ସାହାଯ୍ୟ ନେଇ ଜିଲ୍ଲା ଖାଉତି ଅଦାଲତ ର ଦ୍ବାରସ୍ଥ ହୋଇ ବୀମା କମ୍ପାନୀ ବିରୋଧ ରେ ଲିଖିତ ଅଭିଯୋଗ କରିଥିଲେ। ଜିଲ୍ଲା ଖାଉଟି ଅଦାଲତ ଅଧକ୍ଷ ମାନ୍ୟବର ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଓ ସଦସ୍ୟ ହଳଧର ପ୍ରଧାନଙ୍କୁ ନେଇ ଏକ ଖଣ୍ଡପୀଠ ଉପରୋକ୍ତ ମାମଲା ର ବିଚାର କରିଥିଲେ। ଗତ ୨୯ ନଭେମ୍ବର ୨୦୨୪ ଅଦାଲତ ମାମଲା ର ଶୁଣାଣୀ କରି ଗ୍ରାହକଙ୍କୁ ସଂପୂର୍ଣ୍ଣ ମରାମତି ମୂଲ୍ୟ ଆଦେଶ ପାଇବାର ୭ ଦିନ ମଧ୍ୟ ରେ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କ୍ଷତି ପୁରଣ ବାବଦ କୁ ୫୦ ହଜାର ଟଙ୍କା ଓ ମୋକଦ୍ଧମା ବାବଦ କୁ ୧୦ ହଜାର ଟଙ୍କା ଆଦେଶ ପାଇବାର ମାସକ ମଧ୍ୟ ରେ ଗ୍ରାହକଙ୍କୁ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନଚେତ ଅତିରିକ୍ତ କ୍ଷତି ପୁରଣ ଦୈନିକ ଏକ ସତ ଟଙ୍କା ଦେବାକୁ ଆଦେଶ ରେ ଉଲ୍ଲେଖ ରହିଛି। ବର୍ତମାନ ଚୋଳା ମଣ୍ଡଳମ ଏମ.ଏସ. ଜେନେରାଲ ଇନସୁରାନସ କମ୍ପାନୀ ଲିମିଟେଡ ଚେକ ମାଧ୍ୟମ ରେ ୧ ଲକ୍ଷ ୩୭ ହଜାର ୯୮୭ ଟଙ୍କା ଅଭିଯୋଗ କାରିଣୀ ତିଲେଶ୍ଵରି ମାଝି ଙ୍କୁ ପ୍ରଦାନ କରିଛନ୍ତି।